କଟକ

ଲାଞ୍ଚ ନେଇ ଆର୍‌ଆଇ ଗିରଫ

କଟକ ଅଫିସ/ନିଶ୍ଚିନ୍ତକୋଇଲି (ସ୍ବ.ପ୍ର.), ୨୪।୯: ଲାଞ୍ଚ ନେବାବେଳେ ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ଜିଗ୍ନୀପୁର ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଅଚ୍ୟୁତାନନ୍ଦ ସେଠୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। କଟକ ଭିଜିଲାନ୍ସ ସେଲ୍‌ ଶାଖା ଆର୍‌ଆଇ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ବ୍ୟକ୍ତିଗତ ହାଜର ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୪।୯: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ସୋମବାର ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ...

୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ

କଟକ ଅଫିସ, ୨୪।୯: ପୂଜ୍ୟପୂଜା ପରମ୍ପରାର ଭୂମିକା ଏବେ ବି ବଞ୍ଚିଛି। ପୂଜ୍ୟଙ୍କୁ ପୂଜା କରିବା ଏକ ମହତ୍‌ କାର୍ଯ୍ୟ। ଯିଏ ଜ୍ୟେଷ୍ଠ, ବରିଷ୍ଠ ଓ ଶ୍ରେଷ୍ଠ ସିଏ ସମାଜରେ ପୂଜ୍ୟ। ଯିଏ ପୂଜ୍ୟଙ୍କୁ ସମ୍ମାନ କରିବା ଶିଖିନାହିଁ ସେ...

ଚପିଯାଉଛି ସିଏମ୍‌ସିର ଦୁର୍ନୀତି

କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍‌ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ ଅନେକ ଦୁର୍ନୀତି ଘଟଣାର ତଦନ୍ତ ବାଟବଣା ହୋଇଥିବାବେଳେ କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ।...

ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ ବେଲେରା ମୂଷାର ମୃତ୍ୟୁ ହୋଇଥିବାବେଳେ ସୋମବାର ସକାଳେ ଏକ ମାଈ ନୀଳଗିରି ବାନରର...

କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ନାରାୟଣ ସାହୁଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କ ପକ୍ଷରୁ ସିସିଟିଭି ଫୁଟେଜ ଜବତ ପାଇଁ...

ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ

ଖୁଣ୍ଟୁଣି,୨୨।୯(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ହାତୀ ଶାବକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଖଣ୍ଡୁଆଳୀ ଗ୍ରାମର କେତେକ ଲୋକ ବନ ବିଭାଗକୁ ଖବର ଦେଇଥିଲେ।...

ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ ମିଳିଛି। ଦଶହରା ପୂର୍ବରୁ କଟକ ଚଣ୍ଡୀ ମନ୍ଦିର ଫୁଲରେ ସଜେଇ ହୋଇ ଚମକୁ...

ସାଲେପୁର ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଘଟଣା: ଆଇଆଇସି, ସରକାରୀ ଓକିଲ ସମ୍ବର୍ଦ୍ଧିତ

କଟକ ଅଫିସ, ୨୨।୯: ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ କଟକ ଜିଲା ପୋକ୍ସୋ ଅଦାଲତ ଗୁରୁବାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୁସ୍ତାକଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସାଲେପୁର...

ଗ୍ୟାରେଜ୍‌ରୁ ଚୋରି ଘଟଣା: ୩ ଅଭିଯୁକ୍ତ ଗିରଫ, ସାମଗ୍ରୀ ଜବତ

ଫୁଲନଖରା,୨୧।୯(ଡି.ଏନ୍‌.ଏ.): କଟକ ଜିଲା ଗୋପାଳପୁର ଜାଗୁଳାଇ ସାହିରେ ଥିବା ଏକ ଗ୍ୟାରେଜ୍‌ରୁ ଚୋରି ଘଟଣାରେ କଟକ ସଦର ପୋଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଗୋପାଳପୁର...

ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଭବନରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧ା୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ କଟକ, ଯାଜପୁର, ଜଗତ୍‌ସିଂହପୁର...

କୁଆଖାଇ ନଦୀବନ୍ଧ ସଂଲଗ୍ନ ରାସ୍ତା ଜବରଦଖଲକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲ

କଟକ ଅଫିସ, ୨୧ା୯: କୁଆଖାଇ ନଦୀବନ୍ଧ ସଂଲଗ୍ନ ମଞ୍ଚେଶ୍ୱରଠାରୁ କାନପୁର ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ବେଆଇନ ଭାବେ ଜବରଦଖଲ କରାଯାଇଛି। ଏହାକୁ ବିରୋଧ କରି ଶୁକ୍ରବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଆବେଦନକାରୀ ତଥା ଆଇନଜୀବୀ ଅନ୍ତର୍ଯାମୀ ସ୍ବାଇଁଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri