କଟକ

ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ଲକ୍ଷ ଲୁଟ୍‌

ନିଆଳି,୫ା୧୦(ଡି.ଏନ୍‌.ଏ): ନିଆଳି ବ୍ଲକ ନିକଟରୁ ଶୁକ୍ରବାର ୩ ଲୁଟେରା ଏକ ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ମାଡ଼ ମାରି ୩ଲକ୍ଷ ୧୮ହଜାର ୧୩୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଫେରାର ହେଉଥିବା ବେଳେ ଜଣେ ଲୁଟେରାଙ୍କୁ ଦୁଇ କର୍ମଚାରୀ...

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ ଅଧିକ ଉଠାଇ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।...

ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବବର୍ଗ

କଟକ ଅଫିସ, ୩ା୧୦: କଟକ ସ୍ବରାଜ ଆଶ୍ରମରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଭର୍ତ୍ତୃହରି...

ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ

କଟକ ଅଫିସ,୨-୯: ଦୁର୍ଗାପୂଜା ପାଇଁ ଗୁରୁବାରଠାରୁ ହାଇକୋର୍ଟରେ ପୂଜା ଅବକାଶ ଆରମ୍ଭ ହେଉଛି। ଏହି ଅବଧି ମଧ୍ୟରେ ଦୁଇ ଦିନ ଅର୍ଥାତ୍‌ ଅକ୍ଟୋବର ୪ ଓ ୧୧ରେ ହାଇକୋର୍ଟରେ ଅବକାଶକାଳୀନ ଖଣ୍ଡପୀଠ ବସିବ। ସେହିପରି ଏହି ଅବକାଶ ସମୟରେ ଅକ୍ଟୋବର...

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ୮ ଓ ଆର୍‌ଟିଓରୁ ୧୮ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ୱର...

ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ...

ବେଆଇନ ନର୍ସିଂ ହୋମ୍‌ ମାମଲା: ହାଇକୋର୍ଟରେ ହାଜର ହେଲେ ସ୍ବାସ୍ଥ୍ୟ ସଚିବ

କଟକ ଅଫିସ,୧।୧୦: ବେଆଇନ ନର୍ସିଂହୋମ୍‌କୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୋମବାର ବ୍ୟକ୍ତିଗତ ହାଜର ହୋଇଛନ୍ତି। ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟ ଲାଗୁ ପାଇଁ ପ୍ରତି ଜିଲାର ଜିଲାପାଳଙ୍କୁ...

ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲାର...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲା। ଓୟୁଏଟି ଏବଂ ଆସାମ ବିଶେଷଜ୍ଞଙ୍କ ପରାମର୍ଶରେ ଚିକତ୍ସା...

ନର୍ସ ନୀହାରିକା ହତ୍ୟା ଘଟଣା : ହତ୍ୟାକାଣ୍ଡ ଘଟିଥିବା କୋଠରି ସିଲ୍‌

କଟକ ଅଫିସ,୩୦ା୯: ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଗିରଫ କରିଛି। ହେଲେ ଏହି ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନାହିଁ। ଅଧିକ ତଦନ୍ତ ପାଇଁ...

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡି. ରାଜା

କଟକ ଅଫିସ୍‌,୨୯।୯: ସିପିଆଇ ସାଧାରଣ ସଂପାଦକ ଡି. ରାଜା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଯାହା କହୁଥିଲେ ପରେ ତାହା ବିପରୀତ କରୁଛନ୍ତି। କେନ୍ଦ୍ର ସରକାରଙ୍କ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି।...

କାଳିଆ ଅବସ୍ଥା ସଙ୍କଟାପନ୍ନ: ୨ ବିଶେଷଜ୍ଞ ଡାକ୍ତରଙ୍କୁ ଏସ୍‌ସିବି ପଠାଇବା ପାଇଁ ଏମ୍‌ସକୁ ଚିଠି

କଟକ ଅଫିସ, ୨୮।୯: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା କାଳିଆଙ୍କ ମଧ୍ୟରୁ କାଳିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଏସ୍‌ସିବି ମେଡିକାଲ ଡାକ୍ତରୀ ଦଳ ଦିଲ୍ଲୀ ଏମ୍‌ସର ସହାୟତା ଲୋଡ଼ିଛନ୍ତି। ୨ଜଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri