କଟକ

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ।...

ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ

ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର ଅଣଦେଖାରୁ ଏବେ ଏହି ପୁରାତନ ମନ୍ଦିରଟି ମହାନଦୀରେ ଲୀନ ହେବାକୁ ବସିଛି। ପ୍ରତିବର୍ଷ...

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ: ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଛତିଆ,୧୨।୯(ଡି.ଏ.ଏନ.): ଯାଜପୁର ଜିଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀ ପାଟଣା ଗଁ।ର ଏକ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଉକ୍ତ ଗଁ।ର ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ...

ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ ଛାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏପରି କି ଶ୍ରେଣୀଗୃହରେ ପାଣି ଜମିଥିବା...

ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପାଇବେ ବିଶ୍ୱେଶ୍ୱରାୟା ସମ୍ମାନ

କଟକ ଅଫିସ, ୧୨।୯: ଏନ୍‌ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖାତନାମା ଇଞ୍ଜିନିୟର ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ବିଶ୍ୱେଶ୍ୱରାୟା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ଅନର୍ସ...

କଟକରେ ଏନକାଉଣ୍ଟର: ଅଭିଯୁକ୍ତ ବୁଦ୍ଧିଆ ଆହତ

କଟକ ଅଫିସ,୧୧ା୯: ପୂଜାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ବୁଧବାର ପୂର୍ବାହ୍ନରେ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ଅଭିଯୁକ୍ତ ସିଡ଼ିଏ ସେକ୍ଟର-୧୩ ମୁଣ୍ଡାସାହିର ବୁଦ୍ଧିଆ ଦାସ(୨୮) ଆହତ ହୋଇଛନ୍ତି। ତାଙ୍କ ନିକଟରୁ ଗୋଟିଏ...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାରଙ୍ଗ/ନରାଜ,୧୧।୯(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମମୁଣ୍ଡ ତାରିଣୀ ମନ୍ଦିର ନିକଟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁଣ୍ଡରେ କ୍ଷତ ଲାଗିଥିବା ବେଳେ ପରିଚୟ ମିଳିପାରି ନାହିଁ। ତେବେ ତାଙ୍କୁ ମାରି...

୫ ଦଫା ଦାବି: ସିଏମ୍‌ସି ସମ୍ମୁଖରେ ବସ୍ତି ବାସିନ୍ଦା ମିଳିତ ମଞ୍ଚର ବିକ୍ଷୋଭ

କଟକ ଅଫିସ, ୧୦।୯: ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ୫ଦଫା ଦାବି ନେଇ ମଙ୍ଗଳବାର କଟକ ମହାନଗର ନିଗମ (ସିଏମ୍‌ସି) ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ଏକ ଦାବିପତ୍ର ଦିଆଯାଇଛି।...

ରେଳଷ୍ଟେଶନ ନିକଟରୁ ୪ଲକ୍ଷ ଟଙ୍କାର ଭାଙ୍ଗ ଜବତ

କଟକ ରୋଡ,୧୦।୯(ଡି.ଏନ୍‌.ଏ.) : ଭୁବନେଶ୍ୱର ରେଲଓ୍ବ ଷ୍ଟେଶନ ନିକଟରୁ ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ସୋମବାର ୪ ବସ୍ତା ଭାଙ୍ଗ ଜବତ କରିଛି। ପରେ ଏହାକୁ ଭୁବନେଶ୍ୱର ଅବକାରୀ ମୋବାଇଲ ସ୍କ୍ବାଡ୍‌କୁ ହସ୍ତାନ୍ତର କରିଛି। ଜବତ ଭାଙ୍ଗର ଓଜନ ୨ କୁଇଣ୍ଟାଲ...

ଘରୋଇ କଲେଜ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ବଡ଼ମ୍ବା,୯ା୯(ଡି.ଏନ.ଏ.): କଟକ ଜିଲା ବଡ଼ମ୍ବା ବ୍ଲକ ଅଧୀନ ବିଧାରପୁରଠାରେ ଥିବା ଏକ ଘରୋଇ କଲେଜ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କ ରବିବାର ରାତିରେ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ସୂର୍ଯ୍ୟକାନ୍ତ ସାମଲ(୧୭)। କଲେଜ କର୍ତ୍ତୃପକ୍ଷ ଏହାକୁ...

ଜଗା ସୁସ୍ଥ, ପୂର୍ବପରି ରହିଛି କାଳିଆ ଅବସ୍ଥା:କିଛି ମାସ ଚିକିତ୍ସା ପରେ ଜଗା ସ୍କୁଲ ଯିବ

କଟକ ଅଫିସ, ୧୦।୯: କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର କଟକ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ବା ପରେ ଚିକିତ୍ସା ଆରମ୍ଭ ହୋଇଯାଇଛି। ୧୪ ଜଣିଆ ଡାକ୍ତରୀ ଟିମ୍‌ ଉଭୟଙ୍କ ଖାଇବା, ଶୋଇବା ସହ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଏସ୍‌ସିବିରେ...

ଓଡ଼ିଶା ଫେରିଲେ ଜଗା-କାଳିଆ

କଟକ ଅଫିସ,୭।୯: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡିଶା ଫେରିଛନ୍ତି। ରାଜଧାନୀ ଏକ୍ସପ୍ରେସରେ ସେମାନେ ପ୍ରଥମେ ବାଲେଶ୍ୱରରେ ପହଞ୍ଚିଥିବା ଖବର ଆସିଥିଲା। ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri