କଟକ

ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….

କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍‌ଲାଇନ୍‌...

ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ,୧୫ା୩ (କାର୍ତ୍ତିକ ସାହୁ) ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ତାଙ୍କ କଟକ ଜିଲା ନରସିଂହପୁର ବଡ଼ଭୂଇଁସ୍ଥିତ ବାସଭବନରୁ ଶୁକ୍ରବାର ଗିରଫ କରିଛି। ତାଙ୍କୁ ଶନିବାର କୋର୍ଟରେ ଉପସ୍ଥାପନ କରାଯିବ। ପୂର୍ବତନ ଆଇଆଇସି ସାହୁ ଗତ...

ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ ମାମଲା, ୩ ସପ୍ତାହରେ ରିପୋର୍ଟ ଦିଅ: ହାଇକୋର୍ଟ

କଟକ,୧୫ା୩ (କାର୍ତ୍ତିକ ସାହୁ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରଘୁବୀର ଦାସ ତଦନ୍ତ କମିସନ୍‌ଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ନେଇ ରୁଜୁ ମାମଲାର ଶୁଣାଣି ହାଇକୋର୍ଟରେ ଶୁକ୍ରବାର ହୋଇଛି। ରାଜ୍ୟ ସରକାର ସ୍ଥିତି ସମ୍ପର୍କିତ ରିପୋର୍ଟ...

ଆଜିଠୁ ମାଟ୍ରିକ୍‌ ଖାତାଦେଖା

କଟକ,୧୫ା୩ (କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ୧୫,୦୦୦ରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କର ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇସାରିଛନ୍ତି। ଜିଲା...

ମାର୍ଚ୍ଚ ୧୫ରୁ ହେବ ମାଟ୍ରିକ ଖାତାଦେଖା

କଟକ,୧୪ା୨(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କ ତାଲିମ ଶେଷ...

ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ

କଟକ,୧୪ା୩(କାର୍ତ୍ତିକ ସାହୁ): କଟକ ମେୟର ସୁବାସ ସିଂହଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଛକରେ ଦୁର୍ଘଟଣାଟି ଗୁରୁବାର ସକାଳେ ଘଟିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା...

ଗୋବରୀ ନଦୀ ଖନନରେ ଅଦାଲତ ଅବମାନନା: କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭିଜନ୍‌ ଯନ୍ତ୍ରୀଙ୍କୁ ହାଜିରା ନିର୍ଦ୍ଦେଶ

କଟକ,୧୩ା୩(କାର୍ତ୍ତିକ ସାହୁ): ଗୋବରୀ ନଦୀ ଖନନ ବେଳେ ଅଦାଲତ ଅବମାନନା ନେଇ ରୁଜୁ ମାମଲାରେ ହାଇକୋର୍ଟ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ଡିଭିଜନ୍‌ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ହାଜିରା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ବିଭୂ ପ୍ରସାଦ ରାଉତରାୟ ମାମଲାର ଶୁଣାଣି କରି...

ହାଇକୋର୍ଟରେ ଏସ୍‌ସିବି ମେଡିକାଲ ଅଗ୍ନି ନିରାପତ୍ତା ମାମଲା: ହାଜର ହେଲେ ଅଗ୍ନିଶମ ଡିଜି

କଟକ,୧୩ା୩(କାର୍ତ୍ତିକ ସାହୁ): ଏସ୍‌ସିବି ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଂକ୍ରାନ୍ତ ମାମଲାରେ ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ହାଇକୋର୍ଟରେ ହାଜର ହୋଇଛନ୍ତି। ସେହିପରି ଏସ୍‌ସିବି ଅଧୀକ୍ଷକ ଡ. ସୁଧାଂଶୁ ଶେଖର ମିଶ୍ର ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ...

ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ...

ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ,୧୨।୩(ଶିଳ୍ପା ପ୍ରିୟଦର୍ଶିନୀ)- ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ମଙ୍ଗଳବାର ଏସ୍‌ସିବି ମେଡିିକାଲ ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ତାଙ୍କର ପରୀକ୍ଷା ନୀରିକ୍ଷା କରାଯାଉଥିବାବେଳେ ରକ୍ତହୀନତା, ମୂତ୍ର ସଂକ୍ରମଣ ଲକ୍ଷଣ ଦେଖାଦେଇଛି। ତାଙ୍କ ଚିକିତ୍ସା ପାଇଁ...

ରେଲଓ୍ବେ ସାମଗ୍ରୀ ଚୋରି, ୩ ଗିରଫ

କଟକ,୧୨ା୩ (କାର୍ତ୍ତିକ ସାହୁ) ରେଲଓ୍ବେ ସାମଗ୍ରୀ ଚୋରି ଅଭିଯୋଗରେ କଟକ ଆର୍‌ପିଏଫ୍‌ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ଚୋରି ରେଲଓ୍ବେ ସାମଗ୍ରୀ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନେ ହେଲେ ପୁରୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଓସେପା ମେରିଟ୍‌ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ,୧୨।୩ (କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ବିଚାରପତି ବିରଜା ପ୍ରସନ୍ନ ଶତପଥୀ ମାମଲାର ରାୟ ପ୍ରକାଶ କରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri