କଟକ

ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବିଏସ୍‌ସି ବିଏଡ୍‌ ପ୍ରମାଣପତ୍ର ବୈଧ ହେଲାନି, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଇମେଲରେ ପଠାଇଲେ ଅଭିଯୋଗ

କଟକ,୩ା୨ (କାର୍ତ୍ତିକ ସାହୁ) ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ଏହି ଛାତ୍ରୀଛାତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇମେଲ ଯୋଗେ ଅବଗତ କରାଇଥିବା ସୂଚନା...

ପରୀକ୍ଷାର ଦେଢ଼ ଘଣ୍ଟା ପୂର୍ବରୁ ହଲ୍‌କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ: ମାଧ୍ୟମିକ ଶିକ୍ଷା ପରିଷଦ

କଟକ,୩ା୨(କାର୍ତ୍ତିକ ସାହୁ): ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଉକ୍ତ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। କପି ରୋକିବା ଲାଗି ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ...

ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ

କଟକ,୩ା୨(କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ ଭାବେ ପରିଷଦର ସଦସ୍ୟ ଆଇନଜୀବୀ ଅରୂପାନନ୍ଦ ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଶ୍ରୀ ଦାସ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି।...

ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍‌: ଚାଲିଗଲା ୪ ଜୀବନ

ଆଠଗଡ଼,୩।୨: କଟକ ଜିଲା ତିଗିରିଆ ଥାନା ଗଦାଧରପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏକ କାର୍‌ ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ କାର୍‌ରେ ଥିବା ୪ଜଣଙ୍କ ମୃତ୍ୟୁ...

ବସ୍‌ ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୩।୨(ଅଶୋକ କୁମାର ମହାପାତ୍ର ): କଟକ ଜିଲା ସାଲିପୁର ଥାନା ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଜହ୍ନିଆ ଛକ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା

କଟକ,୨ା୨ (କାର୍ତ୍ତିକ ସାହୁ):  ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ପିଏମ୍‌ଜେଏଓ୍ବାଇ) ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ନିଷ୍କ୍ରିୟତା ପ୍ରଦର୍ଶନ କରୁଛନ୍ତି। ଫଳରେ ରାଜ୍ୟର ସାଧାରଣ ଲୋକେ ଏହି ଯୋଜନାରେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।...

ହାଇକୋର୍ଟ ଗଲେ ଅଙ୍ଗନଓ୍ବାଡି କର୍ମୀ: ବର୍ଦ୍ଧିତ ଦରମା, ଅବସର ସୁବିଧା ପାଇଁ ଆବେଦନ

କଟକ,୨ା୨ (କାର୍ତ୍ତିକ ସାହୁ): ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଅନ୍ୟ ରାଜ୍ୟ ଭଳି ବର୍ଦ୍ଧିତ ଦରମା, ଚାକିରି ଭତ୍ତା, ଅବସରକାଳୀନ ସୁବିଧା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ। ଏନେଇ କେତେଜଣ ଅଙ୍ଗନଓ୍ବାଡି କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ...

ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା ସୁବିଧା

କଟକ,୨ା୨(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୧୫ ଦିନ ମଧ୍ୟରେ ସିଟି ହସ୍ପିଟାଲ ବା କଟକ ଜିଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ କାର୍ଯ୍ୟ ଶେଷ ହେବ। ୭କୋଟି ଟଙ୍କା ବ୍ୟୟରେ ଆର୍‌ଆଣ୍ଡବି ବିଭାଗ ଏହି କାମ କରୁଛି। ଆମ ହସ୍ପିଟାଲ ଯୋଜନାରେ ଏହି...

ବିଧାୟକ ପ୍ରତାପ ଜେନାଙ୍କ ରିଭିଜନ୍‌ ପିଟିସନ୍‌ ମାମଲା: ବଢ଼ିଲା ଅନ୍ତରୀଣ ସୁରକ୍ଷା ଅବଧି

କଟକ,୧ା୨(କାର୍ତ୍ତିକ ସାହୁ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ହାଇକୋର୍ଟ ପୁଣି ଫେବୃଆରୀ ୧୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ମାହାଙ୍ଗା ଡବଲ...

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୩୧ା୧(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି ବୁଧବାର ଶେଷ ହୋଇଛି। ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର...

ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍‌ଏଚ୍‌ଆର୍‌ସିରେ ମାମଲା

କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ...

ଏସ୍‌ସିବିରେ ପ୍ରଥମଥର ହେମୋଫିଲିଆ ଅସ୍ତ୍ରୋପଚାର ସଫଳ

କଟକ,୩।୧।୧(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ପ୍ରଥମଥର ପାଇଁ ହେମୋଫିଲିଆ ରୋଗର ଅସ୍ତ୍ରୋପଚାର ସଫଳ ହୋଇଛି। ଫଳରେ ରୋଗୀ ଜଣଙ୍କ ସୁସ୍ଥ ହେବାରୁ ମଙ୍ଗଳବାର ଏସ୍‌ସିବିରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ବାଲେଶ୍ୱର ଜିଲା ହଳଦିଆପଡା ଅଞ୍ଚଳର ଚନ୍ଦନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri