କଟକ

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ପାଇଁ ବଢ଼ାଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ...

ଦିନରୁ ରାତିଯାଏ ଅସମ୍ଭାଳ ଭିଡ଼

କଟକ,୪ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ଦିନ ରବିବାର ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯାହାକୁ ନ ଦେଖିଲେ କଥାରେ କହି ବୁଝାଇ ହେବ ନାହିଁ। ଯୁଆଡ଼େ ଚାହିଁଲେ ଜନସମୁଦ୍ର। ରବିବାର ଛୁଟିଦିନ ଥିବାରୁ ଦିନରୁ ରାତି ପର୍ଯ୍ୟନ୍ତ ଅସମ୍ଭାଳ...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ ଗୋଡରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ...

ମୁକୁଳା ବୋର୍‌ଓ୍ବେଲରେ ପଡ଼ି ବୃଦ୍ଧା ମୃତ୍ୟୁ ମାମଲା ସୁବର୍ଣ୍ଣପୁର ଜିଲାପାଳଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

କଟକ,୧ା୧୨ (କାର୍ତ୍ତିକ ସାହୁ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକର ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବୃଦ୍ଧା ଦୁଃଖୀ ନେଗିଙ୍କ ବୋର୍‌ଓ୍ବେଲରେ ପଡ଼ି ମୃତ୍ୟୁ ମାମଲାରେ ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି) ସ୍ଥାନୀୟ ଜିଲାପାଳଙ୍କୁ ଶୁକ୍ରବାର ନୋଟିସ ଜାରି...

୮ରେ ଚୂଡ଼ାନ୍ତ ଶୁଣାଣି

କଟକ,୧ା୧୨ (କାର୍ତ୍ତିକ ସାହୁ):ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜାରି କରିଥିବା ସ୍ଥଗିତାଦେଶ ବଳବତ୍ତର ରହିଛି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ...

ବାଲିଯାତ୍ରାରେ ‘ଜୀ ସାର୍ଥକ’ କଳାକାରଙ୍କୁ ଭେଟିବେ ଦର୍ଶକ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାରେ ଘରୋଇ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର...

କଳାଧନ: ସୁପ୍ରିମକୋର୍ଟଙ୍କୁ ଦିଆଗଲାଣି ୮ ରିପୋର୍ଟ

କଟକ,୨୯।୧୧ (କାର୍ତ୍ତିକ ସାହୁ): କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାଧନ ରୋକିବା ଦିଗରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର...

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ। ଗତକାଲି ୨ଲକ୍ଷ ୭୦ହଜାର ଟଙ୍କା ସହ ଧରା ପଡିଥିଲେ। ବସରେ ବୈପାରୀଗୁଡା ଆସୁଥିବା...

ବୈପାରିଗୁଡ଼ା ଥାନା ଅଧିକାରୀଙ୍କ କ୍ବାର୍ଟର୍ସରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର,୨୮।୧୧: କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ନଗଦ ୨୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏପରି କି ଭିଜିଲାନ୍ସ ଟିମ୍‌ ଏକ ବିଶେଷ ସୂତ୍ରରୁ...

ମିଳିଲା ଦଳିତ ଯୁବକଙ୍କ ମୃତଦେହ: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ନିଶ୍ଚିନ୍ତକୋଇଲି,୨୮।୧୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଘ ଭୂୟାଁ ସାହି ଏକ କୁକୁଡ଼ା ଫାର୍ମ ନିକଟରୁ ମଙ୍ଗଳବାର ଜଣେ ଦଳିତ ଯୁବକଙ୍କ ମୃତଦେହ ମିଳିଛି। ହେଲେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ...

ଆରମ୍ଭ ହେଲା ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା

କଟକ,୨୭ା୧୧: ଐତିହାସିକ କଟକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦ୍‍ଘାଟିତ ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍‍ଘାଟନ କରିଛନ୍ତି । ଓଡ଼ିଆ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ମହାନଦୀର...

ଆଜି କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାଇଲେ ଲୋକେ

ଭୁବନେଶ୍ୱର/କଟକ,୨୭ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଗାଁଠୁ ସହର ଯାଏ ସମସ୍ତ ଲୋକେ ଡଙ୍ଗା ଭସାଇଛନ୍ତି ଲୋକେ। ଲିଙ୍ଗରାଜ ମନ୍ଦିର ନିକଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri