କଟକ

ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇଁ ହଟହଟା

କଟକ,୭ା୭ (କାର୍ତ୍ତିକ ସାହୁ): ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଂସ୍କାର ଆଣୁଥିବା ଡିଣ୍ଡିମ ପିଟୁଛି। ହେଲେ ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇବା ପାଇଁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରି କି...

୧୫ରେ ପ୍ରମାଣପତ୍ର ଓ ବ୍ୟକ୍ତିଗତ ଯାଞ୍ଚ

କଟକ,୭ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୧ ପାଇଁ ପ୍ରମାଣପତ୍ର ଓ ବ୍ୟକ୍ତିଗତ ଯାଞ୍ଚ ନିମନ୍ତେ ୮୭୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଓପିଏସ୍‌ସି କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା...

ଧବଳେଶ୍ୱରଙ୍କ ଦର୍ଶନ ପାଇଁ କଂକ୍ରିଟ୍‌ ସେତୁ ଖୋଲିଲା

ଖୁଣ୍ଟୁଣୀ,୬।୭(ସଚ୍ଚିଦାନନ୍ଦ ପଣ୍ଡା)କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠକୁ ଯିବା ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ୍‌ ସେତୁ ବୁଧବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି। ଧବଳେଶ୍ୱର ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡାଙ୍କ...

୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ ହୋଇପାରିବ

କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ୨୦୨୪ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ ତଥ୍ୟ ବା ଏନ୍‌ରୋଲ୍‌ମେଣ୍ଟ ଡାଟାରେ କୌଣସି ଭୁଲ ଥିଲେ ଏହାକୁ ସଂଶୋଧନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସ୍କୁଲଗୁଡିକୁ ଆଉ ଏକ ସୁଯୋଗ ପ୍ରଦାନ...

ଆଜିଠୁ ମାଟ୍ରିକ ସାର୍ଟିଫିକେଟ୍‌ ତ୍ରୁଟି ସଂଶୋଧନ

କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସାର୍ଟିଫିକେଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ବୁଧବାରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ତ୍ରୁଟି ସଂଶୋଧନ କରାଯିବ। ସ୍କୁଲ କର୍ତ୍ତୃପକ୍ଷ...

ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି

କଟକ ୪।୭: ଗଜପତି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଜାରି ହୋଇଥିବା ଏନବିଡବ୍ଲୁ ଉପରେ ରୋକ ଲଗାଯାଇଛି। ହାଇକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ୍‌ଙ୍କ ନିର୍ଦ୍ଦେଶ ଉପରେ...

ବିପଦକୁ ଡାକୁଛି ସ୍କୁଲ ସମ୍ମୁଖ ଗର୍ତ୍ତ

କଟକ,୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଖାନ୍‌ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେବେ ଗ୍ୟାସ୍‌ ପାଇପ ଲାଇନ ପାଇଁ...

୨୩ ଜିଲାରେ ୫୦ ପେପରଲେସ୍‌ କୋର୍ଟ ଆରମ୍ଭ

କଟକ,୪ା୭(କାର୍ତ୍ତିକ ସାହୁ): ରାଜ୍ୟର ୨୩ଟି ଜିଲାରେ ସୋମବାରଠାରୁ ୫୦ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ପେପରଲେସ୍‌ କୋର୍ଟଗୁଡ଼ିକୁ ଉଦ୍‌ଘାଟନ କରି କହିଲେ, ଦ୍ୱିତୀୟ ପର୍ଯ୍ୟାୟରେ ୫୦ଟି ପେପରଲେସ୍‌ କୋର୍ଟ...

ଜୀବିକା ଦୃଷ୍ଟିରୁ ମୋଟର ବୋଟ୍‌ ଚାଳନାକୁ ଅନୁମତି

କଟକ,୪ା୭(କାର୍ତ୍ତିକ ସାହୁ): ଚିଲିକାର ବିହଙ୍ଗ ବିହାର ଭାବେ ପରିଚିତ ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନା ବନ୍ଦ ସଂକ୍ରାନ୍ତରେ ହାଇକୋର୍ଟରେ ଆଗତ ମାମଲାରେ ରାଜ୍ୟ ସରକାର ସୋମବାର ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ...

ନିର୍ମାଣକୁ ୨ ମାସ ପୂରିଲାନି: ରାସ୍ତା ଫାଟିଲା

ମାହାଙ୍ଗା,୩ା୭(ଯଯାତି ସିଂହ): ସରକାର ଗ୍ରାମାଞ୍ଚଳରେ ଲୋକମାନଙ୍କ ଗମନାଗମନର ସୁବିଧା ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଉନ୍ନତୀକରଣ କରୁଛନ୍ତି। ତେବେ ରାସ୍ତା ନିର୍ମାଣର କିଛି ଦିନ ମଧ୍ୟରେ ଅନେକ ସ୍ଥାନରେ ଏହା ଭାଙ୍ଗିରୁଜି ଯାଉଛି।...

୯ ବର୍ଷ ପରେ ମହାରାଷ୍ଟ୍ରରୁ ବାପା ଗିରଫ

କଟକ,୨।୭ (କାର୍ତ୍ତିକ ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ୧୦ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଶାନ୍ତ ସାହାଣୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ମୁରବାଦରୁ ଧରି ଶନିବାର ସନ୍ଧ୍ୟାରେ...

ତାଳଦଣ୍ଡା କେନାଲ: ଜଳ ପ୍ରବାହକୁ ନେଇ ଅନିଶ୍ଚିତତା

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା)ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ବର୍ଷାର ଅଭାବ ଦେଖାଦେଇଛି। ଏହାଛଡ଼ା ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗଜା ମରୁଡି ଆଶଙ୍କାରେ କଟକ ସଦର ବ୍ଲକ ସମେତ ଜଗତ୍‌ସିଂହପୁର ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ତଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri