ଢେଙ୍କାନାଳ

କଟକଣାକୁ ଖାତିର ନାହିଁ

ଢେଙ୍କାନାଳ ଅଫିସ, ୬।୧୨: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଢେଙ୍କାନାଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଘରୋଇ ସାଇକୃପା ଆବାସିକ ବିଦ୍ୟାଳୟରେ କରୋନା ବିସ୍ଫୋରଣ ସହିତ ୫୬ ଛାତ୍ରୀଛାତ୍ର ଆକ୍ରାନ୍ତ ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ପିଲାମାନଙ୍କୁ ସେମାନଙ୍କ ଅଭିଭାବକ ସାଙ୍ଗରେ...

ପାଣିରେ ବୁଡ଼ିଛି ପାଚିଲା ଧାନ

ଢେଙ୍କାନାଳ ଅଫିସ, ୬।୧୨:  ଗଭୀର ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ଜଓ୍ବାଦ’। ଓଡ଼ିଶା ଉପରୁ ଯଦିଓ ବାତ୍ୟା ଭୟ ଟଳିଛି, ହେଲେ ସାମୁଦ୍ରିକ ଝଡ଼ ପ୍ରଭାବରେ ହୋଇଥିବା ଲଗାଣବର୍ଷା ଚାଷୀଙ୍କ ପାଇଁ ଆଣିଛି ଦାରୁଣ ଦୁଃଖ। ପାଚିଲା...

ତପୋବନରେ ଯୋଗନିଦ୍ରା ଉତ୍ସବ

ଢେଙ୍କାନାଳ ଅଫିସ, ୬।୧୨:  ମହିମା ଧର୍ମର ଆଦିପୀଠ ତପୋବନରେ ରବିବାରଠାରୁ ଆରମ୍ଭ ହୋଇଛି ମହିମା ଗୋସାଇଁଙ୍କ ୨୧ ଦିନାତ୍ମକ ଯୋଗନିଦ୍ରା ଉତ୍ସବ। ଏହି ଉପଲକ୍ଷେ ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡଧ୍ୱନି ସଂସ୍ଥାପିତ ହୋଇ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। କୌପିନଧାରୀ ମହିମା ସମାଜ...

ହଷ୍ଟେଲରେ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟ

ଢେଙ୍କାନାଳ ଅଫିସ, ୫।୧୨ – ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ୫୬ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଆବାସିକ ବେସରକାରୀ କଲେଜରେ ପାଠପଢ଼ା ସାଙ୍ଗକୁ ସଂକ୍ରମଣ ପ୍ରତିହତ କରିବା...

ଦିବ୍ୟାଙ୍ଗଙ୍କୁ ୨ କି.ମି. ଚଲାଇଲେ

ଭୁବନ, ୪।୧୨(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା, ସେମାନେ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ଅନୁଭବ କରାଇବା ଏବଂ ସେମାନଙ୍କ ମଧ୍ୟରେ ଥିବା ଦକ୍ଷତାର ବିକଶିତ କରାଇବା ଭଳି ମହତ୍‌ ଉଦ୍ଦେଶ୍ୟ ନେଇ ମଙ୍ଗଳବାର ପାଳିତ ହୋଇଛି ବିଶ୍ୱ ଭିନ୍ନକ୍ଷମ...

୭୯ଜଣଙ୍କୁ ଉପକରଣ ପ୍ରଦାନ

ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲାଉଲଇଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ ପକ୍ଷରୁ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ୭୯ଜଣଙ୍କୁ ଉପକରଣ ପ୍ରଦାନ କରାଯାଇଛି। ୪ଜଣଙ୍କୁ ବ୍ୟାଟେରି ଚାଳିତ ଗାଡ଼ି, ୬ଜଣଙ୍କୁ ଟ୍ରାଇ ସାଇକେଲ, ୧୩ଜଣଙ୍କୁ ହୁଇଲ୍‌ ଚେୟାର,...

ଏନ୍‌ଏସି ଅଫିସରେ ତାଲା ପକାଇଲେ ଠିକାଦାର ମିଳୁନି ବକେୟା ପାଉଣା

ହିନ୍ଦୋଳ, ୪।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ୨୫ ଠିକାଦାର ବକେୟା ବିଲ୍‌ ଦାବି କରି ମଙ୍ଗଳବାର ଏନ୍‌ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ପୋଲିସ ହସ୍ତକ୍ଷେପ ପରେ ତାଲା ଫିଟିଥିବାବେଳେ ତୁରନ୍ତ ଅର୍ଥ ନ ମିଳିଲେ ଆନ୍ଦୋଳନକୁ...

ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ସଜାଗ

ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ସହର ସାଇକୃପା ଆବାସିକ ମହାବିଦ୍ୟାଳୟରେ କରୋନା ବିସ୍ଫୋରଣ ପ୍ରଶାସନର ଚିନ୍ତା ବଢ଼ାଇଛି। ସଂକ୍ରମିତ ଛାତ୍ରୀଛାତ୍ରମାନେ ଘରକୁ ପଳାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ସ୍ଥିତି ବିଗିଡ଼ିବା ଆଗରୁ ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି...

ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଲେ ଠିକାଦାର

ହିନ୍ଦୋଳ,୩ା୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ବକେୟା ବିଲ୍‌ ପାଇବା ଦାବିରେ ଠିକାଦାରମାନେ ତାଲା ପକାଇଛନ୍ତି। ଏନ୍‌ଏସିର ପ୍ରାୟ ୨୫ ଜଣ ଠିକାଦାର ବିଗତ ତିନିମାସ ହେଲା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସାରିଥିଲେ ମଧ୍ୟ ବିଲ୍‌...

ରାଜପଥ ବିପଦସଙ୍କୁଳ, ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୩।୧୨ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ସହରସ୍ଥିତ ୧ନଂ ୱାର୍ଡ ଆନନ୍ଦନଗରଠାରୁ କଲେଜ ବାଇପାସ ଓ ମହିଷାପାଟଠାରୁ କଣ୍ଟାନାଳୀ ବାଇପାସ ପର୍ଯ୍ୟନ୍ତ ରାସ୍ତା ବିପଦସଙ୍କୁଳ ହୋଇପଡିଛି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ରାସ୍ତା...

ସାଇକୃପାର ଆଉ ୧୯ ଛାତ୍ରୀଛାତ୍ର ପଜିଟିଭ୍‌

ଢେଙ୍କାନାଳ ଅଫିସ,୩।୧୨ ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ଆଉ ୧୯ ଛାତ୍ରୀଛାତ୍ର ଗୁରୁବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଗତ ୩ଦିନ ମଧ୍ୟରେ ମୋଟ୍‌ ୫୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ...

ମିଳିଲା ଖୋକା, ମାନୁନି ପୋଲିସ

ଢେଙ୍କାନାଳ ଅଫିସ, ୨୯ା୧୧-ଡ୍ରଗ୍ସ ସେବନକୁ ବିରୋଧ କରିବାରୁ ଢେଙ୍କାନାଳ ପୌରାଞ୍ଚଳ ୨୧ନଂ. ଓ୍ବାର୍ଡ ଅଧୀନ ରେଳଷ୍ଟେଶନ ନିକଟରେ ଥିବା ସଞ୍ଜୟ କୁଷ୍ଠ ରୋଗୀ କଲୋନୀରେ ଶନିବାର ଅପରାହ୍ନରେ ଅସାମାଜିକ ଘଟାଇଥିଲେ ଉନ୍ମତ୍ତକାଣ୍ଡ। ଅଭିଯୁକ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri