ଢେଙ୍କାନାଳ

ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା, ଆବଶ୍ୟକ ଶଯ୍ୟା ଅଭାବ, ପାନୀୟ ଜଳ ବ୍ୟବସ୍ଥା ନ ଥିବା ଭଳି ବହୁ...

ଓ୍ବାର୍ଡ ରାସ୍ତାରେ ଆବର୍ଜନା ପାଣି

ଭୁବନ,୧୫ା୧୦ (ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୯ ଓ ୧୦ ନମ୍ବର ୱାର୍ଡ ମଧ୍ୟରେ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଆବର୍ଜନା ପାଣି ମାଡୁଛି। ଏହା ଜମି ରହି ଦୁର୍ଗନ୍ଧ ହେଉଥିବାରୁ ଓ୍ବାର୍ଡବାସୀ ହଇରାଣ ହେଉଛନ୍ତି। ଦୀର୍ଘ ୩...

ଜନ ଶୁଣାଣିରେ ୧୯୧ ଅଭିଯୋଗ

ପରଜଙ୍ଗ,୧୪।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ୍‌ ୧୯୧ ଅଭିଯୋଗ ଗ୍ରହଣ ହୋଇଥିଲା। ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ନିଜେ କିଛି ଅଭିଯୋଗର ସମାଧାନ...

ଲକ୍ଷ୍ମୀପୂଜା ପାଇଁ ଗାଁ ଚଳଚଞ୍ଚଳ

ବଇଣ୍ଡା,୧୪।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ବସ୍‌ଷ୍ଟାଣ୍ଡ, କଦଳୀମୁଣ୍ଡା, ବୈଷ୍ଣବ ସାହି, ଧୁଣ୍ଡି, ଆନନ୍ଦମୁଣ୍ଡା, ହଣ୍ଡପା, ଲୁହାମୁଣ୍ଡା, ଇଚ୍ଛାପୁର, ସରଗୀପାଲି, ଖଣ୍ଡହତା, ଘୋଷ, ସଞ୍ଜାମୁରା, ତୁରୁଡ଼ା, ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ସିମିଳିଆ ଆଦି ଗ୍ରାମ ଗୁଡ଼ିକରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଏଥିପାଇଁ...

ଭାଙ୍ଗିଗଲା ନୂଆଗାଁ ମାଇନର କେନାଲର କଂକ୍ରିଟ୍‌ ଢଳେଇ

ପରଜଙ୍ଗ, ୧୪।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ନୂଆଗାଁ ମାଇନର କେନାଲର ୨୦ଫୁଟ କଂକ୍ରିଟ୍‌ ଢଳେଇ ଭାଙ୍ଗିଯାଇଛି। ଅଞ୍ଚଳର ଶତାଧିକ ଚାଷୀ ଉକ୍ତ କେନାଲ ପାଣି ଉପରେ ଭରସା କରି ଧାନ...

ଆଜିଠୁ ଜାତୀୟ ସରସମେଳା

ଢେଙ୍କାନାଳ ଅଫିସ, ୧୪।୧୦: ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପଲକ୍ଷେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସମେଳା। ଏହି ମେଳା ସୋମବାରଠାରୁ ଆରମ୍ଭ ହୋଇ ୨୩ ତାରିଖ ଯାଏ ଚାଲିବ। ଏଥିରେ ଓଡ଼ିଶାର ୩୦ ଜିଲା ସମେତ...

୭ରେ ତପୋବନ ମହିମା ମେଳା

ଢେଙ୍କାନାଳ ଅଫିସ, ୧୪।୧୦: ନଭେମ୍ବର ୭ରେ କପିଳାସସ୍ଥିତ ତପୋବନ ମହିମା ପୀଠର ବାର୍ଷିକ ମେଳା ଅନୁଷ୍ଠିତ ହେବ। ଏହାକୁ ବିଧି ବ୍ୟବସ୍ଥିତ କରିବାକୁ କାଦୁଆ ତପୋବନ ତଳ ଆଶ୍ରମରେ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗିଆପଶି, ବେଲଟିକିରି ଏବଂ...

ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ,୧୪।୧୦: ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ପ୍ରତୀକ ଧନଦାତ୍ରୀ ମା’ ଲକ୍ଷ୍ମୀ। ରବିବାର ରାତିରୁ ସମସ୍ତ ପୂଜା ମଣ୍ଡପରେ ଅନାବରଣ ହୋଇଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ବେଦମନ୍ତ୍ର ଧ୍ୱନିରେ କମ୍ପୁଛି ପରିବେଶ।...

ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପରଜଙ୍ଗ, ୧୩।୧୦(ଡି.ଏନ୍‌.ଏ.) – ଜଣେ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହାର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ...

ସରିଲା ‘ଆଗ୍ନେୟ’: ଝୁମାଇଲେ ବିନୋଦ ରାଠୋଡ୍‌

ଢେଙ୍କାନାଳ ଅଫିସ, ୧୩।୧୦ – ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଚାଲିଥିବା ବଜରଙ୍ଗ କ୍ଲବର ବାର୍ଷିକ ଉତ୍ସବ ‘ଆଗ୍ନେୟ’ ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହର ପ୍ରମୁଖ ଆକର୍ଷଣ ଥିଲେ ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ବିନୋଦ ରାଠୋଡ।...

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ ପୂଜାମଣ୍ଡପ। ରବିବାର ରାତିରୁ ମା’ ଧନଦାତ୍ରୀ ଧରାବରଣ କରିବେ। ଏହାକୁ ନେଇ ସମସ୍ତ...

ଭଙ୍ଗାଗଲା ବଇଣ୍ଡା ରାଧାକୃଷ୍ଣ ମନ୍ଦିର

ବଇଣ୍ଡା,୧୨।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିରକୁ ଶନିବାର ଠିକାସଂସ୍ଥା ପକ୍ଷରୁ ଭଙ୍ଗାଯାଇଛି। ୫୫ ନଂ. ଜାତୀୟ ରଜପଥ ସମ୍ପ୍ରସାରଣରେ ଉକ୍ତ ମନ୍ଦିର ଉଚ୍ଛେଦ କରିବା ପାଇଁ ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ନୋଟିସ ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri