ଜନ୍ମମାଟିରେ ଶହୀଦ ଅଜିତ୍ଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ଗ୍ରାମରେ ଜନସମୁଦ୍ର, ଗ୍ରାମ ଶ୍ମଶାନରେ କରାଯିବ ଶେଷକୃତ୍ୟ
କାମାକ୍ଷାନଗର,୨୦।୬(ଡି.ଏନ୍.ଏ.): ଶହୀଦ ଅଜିତ୍ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ନିକଟସ୍ଥ ଗ୍ରାମର ହଜାର ହଜାର ସଂଖ୍ୟାରେ ଲୋକ ଅଜିତ୍ଙ୍କ...