ଗଜପତି

ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ

ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ। ଗତ ୪ ମାସ ତଳେ ବିବାହ କରିଥିଲେ। ଶୁକ୍ରବାର ସ୍ବାମୀ ଓ ସ୍ତ୍ରୀ...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର

କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସୁଶାନ୍ତ ଗୌଡ। ସୁଶାନ୍ତ...

ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର

ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଥିବା ପ୍ରାୟ ୧୨ ଜଣ ଶ୍ରମିକ ଗୁରୁତର ହୋଇଥିବା...

ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି, ଲୁକ ଦଳବେହେରା ଓ ତାଙ୍କ ପୁଅ...

ଚେକିଂରୁ ବଞ୍ଚିବା ପାଇଁ ଗାଡ଼ିରେ ଲଗାଇଥିଲେ କୋଭିଡ୍‌-୧୯ ଷ୍ଟିକର

ପାରଳାଖେମୁଣ୍ଡି,୩୦ା୫: କରୋନା ମହାମାରୀ ଏବଂ ଲକ୍‌ଡାଉନ ସମୟରେ ପ୍ରତିବନ୍ଧକ ମୁକ୍ତ ଯାତାୟତ ପାଇଁ ମେଡିକାଲ ଅଫିସର ଏବଂ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କୁ ଗାଡିରେ କୋଭିଡ୍‌-୧୯ ଷ୍ଟିକର ଲାଗାଇବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏହି ନିୟମର ଫାଇଦା ଉଠାଇ ଜଣେ...

ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ଚାଲିଗଲେ ବଡ଼ଭାଇ

ପାରଳାଖେମୁଣ୍ଡି,୨୦ା୫: ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ବଡ଼ଭାଇଙ୍କ କରୋନାରେ ମୃତ୍ୟୁ ଘଟିଛି । ପାରଳାଖେମୁଣ୍ଡି ରାଜଦାଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୯ ଦିନ ମଧ୍ୟରେ କରୋନାରେ ୨ ଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।...

ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ ବ୍ରହ୍ମପୁର ଏମ୍‌ପି

ପାରଳାଖେମୁଣ୍ଡି:୧୯।୫(ଡି.ଏନ୍‌.ଏ.): ଗଜପତି ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖା ଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ସହାୟତାର ହାତ...

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଜପତି ଜିଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ବାହାଡ଼ାପଦା ଗ୍ରାମର ମିଖାଏଲ ଶବରଙ୍କ ପୁଅ ଆଲୋକ ଶବର। ସୂଚନାନୁଯାୟୀ, ଶନିବାର...

ବାହାଘର ଶୋଭାଯାତ୍ରାରେ ତହସିଲଦାରଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୯ା୫: ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ବାହାଘର ବନ୍ଦ କରିବାକୁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରବିବାର ଗିରଫ ହୋଇଛନ୍ତି। ସେ ହେଲେ ଉକ୍ତ ସାହିର ଜାନୁଏଲ ବୀର। ଘଟଣାରେ ସମ୍ପୃକ୍ତ ଅନ୍ୟ...

ଭୋଜି ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ

ଆର.ଉଦୟଗିରି,୮।୫(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକ ବାହାଘର ଭୋଜି ଚାଲିଥିଲା। ଖବରପାଇ ଆର୍‌. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ବନ୍ଦ କରିବାକୁ ଯାଇଥିବା ବେଳେ ତାଙ୍କୁ...

ଶଟ୍‌ଡାଉନ୍‌ରେ ଚାରିଆଡ଼େ ଖାଁ ଖାଁ: ଗୋପିିନୀ ସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପାରଳାଖେମୁଣ୍ଡି:୨।୫(ଡି.ଏନ୍‌.ଏ.): ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିରେ ଶଟ୍‌ଡାଉନ୍‌ କଡ଼ାକଡ଼ି କରାଯାଇଛି। ଏହାର ପ୍ରଭାବରେ ସହର ଖାଁ ଖାଁ ହୋଇଯାଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନ ଥିବା ବେଳେ ବିନା କୌଣସି...

ଗଜପତିରେ ସପ୍ତାହାନ୍ତ ସଟ୍‌ଡାଉନ୍‌: ଆଜି ପାରଳାଖେମୁଣ୍ଡିରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି,୧।୫-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହୋଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନଥିବା ବେଳେ ବିନା କୌଣସି କାରଣ ନ ଥାଇ ଯାତ୍ରା,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri