ଗଜପତି

ଗଞ୍ଜାମ ଜିଲା: ଆଜି ବନ୍ଦ ରହିବ ସ୍କୁଲ, ଅଙ୍ଗନଓ୍ବାଡି

ବ୍ରହ୍ମପୁର ଅଫିସ,୬ା୯- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ଦିନତମାମ ବର୍ଷା ଯୋଗୁ ଜିଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ମଧ୍ୟ ବର୍ଷା ଜାରି...

ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍‌ଆଇ

ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳାଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ...

ଖାଲଖମା ରାସ୍ତା: ମରାମତି ଦାବି

ଚନ୍ଦ୍ରଗିରି,୩।୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ଇନ୍ଦିରା ଆବାସ ହନୁମାନ ମନ୍ଦିର ସମ୍ମୁଖ ବୁଲାଣିଆ ରାଜରାସ୍ତା ବର୍ଷାରେ ଧୋଇହୋଇ ଖାଲଖମା ହୋଇଯାଇଛି। ଅନ୍ୟପଟେ ଉକ୍ତ ରାସ୍ତା ପାର୍ଶ୍ୱରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ପାଣି ଜମି ରହୁଥିବା ଅଭିଯୋଗ...

ଆବାସିକ ବିଦ୍ୟାଳୟ ରୋଷେୟାଙ୍କୁ ପଥରରେ ଛେଚି ହତ୍ୟା

ଚନ୍ଦ୍ରଗିରି,୩୦ା୮(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଲୁଡ୍ରୁ ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ବିଦ୍ୟାଳୟରେ ରହୁଥିବା ରୋଷେୟାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୋହନା ପୋଲିସ ଓ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ବିଦ୍ୟାଳୟରେ ପହଞ୍ଚତ୍...

ଜରାଜୀର୍ଣ୍ଣ ଅଲଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଚାଲିଛି ୧୮୮ ପିଲାଙ୍କ ପାଠପଢ଼ା

କାଶୀନଗର, ୩୦ା୮(ଡି.ଏନ.ଏ.)-କାଶୀନଗର ବ୍ଲକ୍‌ ଅଲଡ଼ାଗ୍ରାମ ଉଚ୍ଚ ୟୁପି ସ୍କୁଲ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଠାରେ ପାଠପଢ଼ା ଚାଲିଛି। ବହୁ ପୁରୁଣା ଏହି ବିଦ୍ୟାଳୟରେ ୧୮୮ ଛାତ୍ରୀଛାତ୍ର ରହିଥିବାବେଳେ ଏଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲା...

ଲଙ୍କାକାଲ ଫଳ ଖାଇ ୫ ଛାତ୍ରୀଛାତ୍ର ଗୁରୁତର

ରାମଗିରି,୨୭ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ପଦାର ସିଂ ପଞ୍ଚାୟତ ନିକଟ କମଳାଢିଅ ପ୍ରାଥମିକ ବିଦ୍ୟାଳୟର ୨୨ଜଣ ଛାତ୍ରୀଛାତ୍ର ସୋମବାର ଲଙ୍କାକାଲ ଫଳ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ସୁନୀଲ...

ଟ୍ରକ ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ୨ ଆହତ

ଆର୍‌.ଉଦୟଗିରି,୨୬।୮(ଡି.ଏନ୍‌.ଏ.) : ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଟ୍ରକ୍‌ ଧକ୍କାରେ ଜଣେ ବାଇକଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନୂଆଗଡ଼ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ଜାମସାହି ଗ୍ରାମର ବନ୍ଧୁ...

ଦିଗପହଣ୍ଡିରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ଦିଗପହଣ୍ଡି,୨୩ା୮(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ ଶୁକ୍ରବାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ହୋଟେଲ, ମୋଟର ଗ୍ୟାରେଜ, ଢ଼ାବା, ଫାଷ୍ଟଫୁଡ ଦୋକାନ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର

ଚନ୍ଦ୍ରଗିରି,୨୨ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ ଯୋଜନା କରିବା ଜଣେ ଦୈନିକ ଖବରକାଗଜର ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଏତଲା ଦେଇଛନ୍ତି ତହସିଲଦାର...

ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ

ଗୁମ୍ମା, ୧୫।୮-ଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ନଟବର ଗରଡ଼ା, ସଡିପିଓ ଅନିତା ରାଣୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲା ପରିଷଦ ହିମାଂଶୁ ଲିମ୍ମା ଏବଂ ବିଭିନ୍ନ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଚନ୍ଦ୍ରଗିରି,୧୫ା୮(ଡି.ଏନ.ଏ.):ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରିର ଚନ୍ଦନପୁର ବସ୍ତିରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀ ଗଳାରେ ଶାଢି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବୁଧବାର ଦମ୍ପତିଙ୍କ ମୃତଦେହକୁ ପୋଲିସ ଜବତ...

ମାନସିକ ବିକାରଗସ୍ତ ସ୍ବାମୀଙ୍କ ଅଭାବନୀୟ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ କଲେ ଆତ୍ମହତ୍ୟା

ଚନ୍ଦ୍ରଗିରି, ୧୪।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦନପୁର ହରିଜନ ବସ୍ତିରେ ଜଣେ ଦମ୍ପତ୍ତିଙ୍କ ମୃତଦେହକୁ ବୁଧବାର ମୋହନା ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଉଠାଣସିଂ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri