ଗଞ୍ଜାମ

ଯୌତୁକ ମାମଲାର ତଦନ୍ତ ବେଳେ ପୋଲିସକୁ ଆକ୍ରମଣ ୫ ଗିରଫ, ବାଳସୁଧାର ଗୃହକୁ ଗଲେ ନାବାଳକ

ବ୍ରହ୍ମପୁର ଅଫିସ,୨୩ା୫: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଇଥିବା ମହିଳା ଥାନା ପୋଲିସକୁ ଆକ୍ରମଣ କରାଯାଇଛି। ଏସ୍‌ଆଇ ଝୁନୁବାଳା ସାସମଲଙ୍କ ସହ ପୋଲିସ ଟିମ୍‌ ଓ ଅଭିଯୋଗକାରୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର...

ଗଞ୍ଜାମ ଜିଲାରେ ବଢୁଛି ଜାଲ୍‌ ଶିକ୍ଷକଙ୍କ ତାଲିକା

ବ୍ରହ୍ମପୁର ଅଫିସ,୨୩ା୫: ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟରେ ଚାକିରି ଘଟଣା ଏବେ ଚହଳ ସୃଷ୍ଟି କରିଛି। ଦୀର୍ଘଦିନ ହେଲା ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ହୋଇଆସୁଥିବା ବେଳେ ଜିଲା ଶିକ୍ଷା ବିଭାଗ ଏହାର ତଦନ୍ତ...

କଚ୍ଛପ ଗତିରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ଆରଡବ୍ଲ୍ୟୁଡି ସବଡିଭିଜନ ଅଧୀନରେ ଚାଲିଥିବା ୫ଟି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ଅହେତୁକ ବିଳମ୍ବ ଦେଖାଦେଇଛି। ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ନିର୍ମାଣ କାର୍ଯ୍ୟ ଅବଧି ସରିଗଲାଣି। ଏନେଇ ବାରମ୍ବାର ଆରଡବ୍ଲ୍ୟୁଡି ଗଞ୍ଜାମ -୨ ବିଭାଗ...

ଗଞ୍ଜାମ ଏନ୍‌ଏସି : ପିଛା ଛାଡୁନି ପାଣି ସମସ୍ୟା

ଗଞ୍ଜାମ,୨୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ସହରରେ ତାତି ଅସହ୍ୟ ହେବାରେ ଲାଗିଛି। ସକାଳ ୮ଟାରୁ ସନ୍ଧ୍ୟା ପ୍ରାୟ ୫ଟା ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ସହରରେ ପାଣି ସମସ୍ୟା ଲୋକଙ୍କ...

ଶ୍ମଶାନ ନିକଟରେ ରାସ୍ତାପାର ହେଉଥିଲା ସାପ: ଭୟରେ ଗଛରେ ପିଟିଦେଲେ ବାଇକ୍‌

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.) ରାସ୍ତା ମଝିରେ ଏକ ସାପକୁ ଦେଖି ଭୟଭୀତ ହୋଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି।...

ଟ୍ରାକ୍ଟର ଚକା ଫାଟି ଦୁର୍ଘଟଣା: ମାଉସୀ ମୃତ, ପୁତୁରା ଗୁରୁତର

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିପଗହଣ୍ଡି-ଆସିକା ରାସ୍ତାର କବିରାଜ ବନ୍ଧ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ...

ଗଙ୍ଗା ଦାସ ହତ୍ୟା ଘଟଣାର ପର୍ଦ୍ଦାଫାଶ:୨ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୫: ଅପରାଧିକ ମାମଲରେ ଅଭିଯୁକ୍ତ ଗଙ୍ଗା ଦାସ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଗଙ୍ଗାଙ୍କ ଗୁଣ୍ଡାରାଜକୁ ନେଇ ପୁଞ୍ଜିଭୂତ ଅଶାନ୍ତିରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ...

ବାପା ନାଁ ପଚାରି ପୁଅକୁ ହାଣିଲେ

ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ସହର ସହରତଳି ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ବ୍ରହ୍ମପୁର-ଚଣ୍ଡିପଦର ରାସ୍ତାରେ ଅଜୟ ଭୂୟାଁ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ତାଙ୍କ ସୁନାଚେନ୍‌ ଓ ଟଙ୍କା ଲୁଟି ନେଇଛନ୍ତି।...

ସାମାଜିକ ବାସନ୍ଦକୁ ନେଇ ସାର୍ଗୁଣାପଲ୍ଲୀ ଅଶାନ୍ତି: ନାୟବ ସରପଞ୍ଚଙ୍କ ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୨ା୫(ଡି.ଏନ.ଏ.):ପୁରୁଷୋତ୍ତମପୁର ଥାନା ଭାଟକୁମରଡା ପଞ୍ଚାୟତ ସାର୍ଗୁଣାପଲ୍ଲୀ ଗ୍ରାମରେ ବିଦ୍ୟୁତ ପୋଲରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାର ସାମାନ୍ୟ ଘଟଣାକୁ ନେଇ ଗତ ଅକ୍ଟୋବର ମାସଠାରୁ ବର୍ତ୍ତମାନ ଯାଏ ଗ୍ରାମରେ ଅଶାନ୍ତି ଲାଗି ରହିଛି। ଯୁଦ୍ଧିଷ୍ଟିର ନାହାକଙ୍କ ପରିବାର ଉପରେ ନିର୍ଯାତନା ବଢିଚାଲିଛି।...

ସମସ୍ୟା ଘେରରେ ପୂର୍ଣ୍ଣବାସୀ କଲୋନୀ ରାଜୀବ ଆବାସ

ବ୍ରହ୍ମପୁର ଅଫିସ,୨୨ା୫: ସହରର ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରର ୧୨ଟି ସ୍ଥାନରେ ରାଜୀବ ଆବାସ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ଯେଉଁଠାରେ ବସ୍ତି ବାସିନ୍ଦାମାନେ ରହିବାର ସୁଯୋଗ ପାଇଛନ୍ତି। ସୂଚନାଥାଉ କି, ବିଇଏମସି...

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ମୁଖ୍ୟତଃ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଆସୁଛି।...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ଆସିକା/ହିଞ୍ଜିଳିକାଟୁ/ ପାରଳାଖେମୁଣ୍ଡି, ୨୨ା୫(ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର ପ୍ରଭାବରେ ବହୁ ସ୍ଥାନରେ ବଡ଼ ବଡ଼ ଡାଳ ସବୁ ଭାଙ୍ଗିପଡ଼ିଛି। ଆସିକା ଏନ୍‌ଏସିର ରେଡିକା ସାହିଠାରେ ନିଜ ପରିବାର ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri