ଗଞ୍ଜାମ

ବ୍ରହ୍ମପୁର ସମବାୟ ରାଜନୀତି ଚଳଚଞ୍ଚଳ

ବ୍ରହ୍ମପୁର ଅଫିସ,୨୯।୫: ସମବାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଛି। ଶତାଧିକ ବର୍ଷର ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ଜୁନ୍‌ ୨୬ରେ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ହେବାକୁ ଥିବା ୧୫ ଜଣଙ୍କ ମଧ୍ୟରୁ ମହିଳାଙ୍କ ଲାଗି...

ବାହାଡ଼ାପଦରରୁ କୁଟୁରା ଛୁଆ ଉଦ୍ଧାର

ଭଞ୍ଜନଗର,୨୯।୫(ଡି.ଏନ.ଏ): କେତେକ ପ୍ରଜାତିର ବନ୍ୟପ୍ରାଣୀ ଯଥା ବାର୍‌ହା, କୁଟୁରା, ମୃଗ ସଂଖ୍ୟା ଜଙ୍ଗଲରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜଙ୍ଗଲରେ ସନ୍ତୁଳନ ରକ୍ଷା ପାଇଁ ଅନ୍ୟ ପ୍ରଜାତିର ପ୍ରାଣୀ ସଂଖ୍ୟା କମିଯାଉଛି। ଜଙ୍ଗଲ କ୍ଷୟ ସମେତ ପ୍ରମୁଖ କାରଣ ଯୋଗୁ...

ଉଚ୍ଚ ଜୁଆର ଯୋଗୁ ସମୁଦ୍ର ଗର୍ଭରେ ଲୀନ ହେବ ୬ ଘର

ଗଞ୍ଜାମ,୨୯।୫(ଡି.ଏନ.ଏ.): ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଉଚ୍ଚ ଲହଡିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅବକ୍ଷୟ ହେବାରେ ଲାଗିଛି। ପାଳିବନ୍ଧ ପଞ୍ଚାୟତର ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର...

ଜେଲରେ ଥିବା ସୁନୀଲଙ୍କ ନାମରେ ପୁଣି ମାମଲା: ଗ୍ରାନାଇଟ ଯୋଗାଇବା ନାଁ ରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୯।୫: ଗ୍ରାନାଇଟ ପଥର ଯୋଗାଇବାକୁ କହି ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ସୁନୀଲ କୁମାର ସ୍ବାଇଁ ଓରଫ ପିଙ୍କୁ ବିଶ୍ୱଜିତ ଦାସଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ହୋଇଛିି। ଏ ନେଇ ପୋଲିସ ସୁନୀଲଙ୍କ ନାଁରେ ମାମଲା...

ପୋତାଗଡ଼ ନିକଟରେ ହରିଣ ମୃତଦେହ

ଗଞ୍ଜାମ,୨୮ା୫(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟରୁ ଏକ ହରିଣର ମୃତଦେହ ଜବତ କରାଯାଇଛି। ହରିଣଟି ପୋତାଗଡ଼ ଉପରୁ ତଳକୁ ଲମ୍ଫ ମାରିଥିବାରୁ ମୁହଁରେ ଆଘାତ ଲାଗି ଛଟପଟ ହେଉଥିବା ବେଳେ କିଛି ଯୁବକ ହରିଣକୁ ଦେଖି ପାଣି ସିଞ୍ଚି ତା’...

ଓଏଲ୍‌ଏକ୍ସରେ ଗାଡ଼ି କିଣି ଫସିଥାନ୍ତେ ଯୁବକ, ଏମିତି ପାରିଲେ ଜାଣି…

ସୋରଡ଼ା,୨୮ା୫(ଡି.ଏନ୍‌.ଏ.): ଅନ୍‌ଲାଇନ ଠକେଇ ଏବେ ବଢ଼ିଚାଲିଛି। ଗଞ୍ଜାମ ଜିଲା ସୋରଡ଼ାର ଜଣେ ଯୁବକ ଓଏଲ୍‌ଏକ୍ସରେ ଗୋଟିଏ ହିରୋ ଗାଡ଼ି ୨୮୦୦୦ ଟଙ୍କାରେ ବିକ୍ରି ବିଜ୍ଞାପନ ଦେଖି ସମ୍ପୃକ୍ତ ବିଜ୍ଞାପନ ଦାତାଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ବିକ୍ରେତାଙ୍କ(୮୮୪୭୮୩୦୬୩୧) ନମ୍ବରରୁ କଲ୍‌...

ବେଆଇନ ଭ୍ରୂଣ ନିରୂପଣ କେନ୍ଦ୍ର ସିଲ୍‌

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲିରେ ଏକ ଘରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଗର୍ଭସ୍ଥ ଶିଶୁଙ୍କ ଲିଙ୍ଗ ନିରୂପଣ କରାଯାଉଥିଲା। ଏହି ସୂଚନା ମିଳିବା ପରେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଗୁରୁବାର...

ବ୍ୟାଙ୍କ ଋଣ ଶୁଝିବା ଆଳରେ ଠକେଇ, ୨ ଗିରଫ

ବ୍ରହ୍ମପୁର ଅଫିସ,୨୭ା୫: ମାଲିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଋଣ ଶୁଝିବା ଆଳରେ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନର ଚାବି ନେଇ ୬୦ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି କରି ଟଙ୍କା ଠକି ନେଇଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି।...

ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ

ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି ସାହିର ଏ. ଭେଙ୍କଟରମଣଙ୍କ ପୁଅ ଏ. ସୁରଜ ଓ ତାଙ୍କ ସହଯୋଗୀ ଖାଲାସୀ...

ପାଚିକା ସହାୟିକା ସଂଘର ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୭ା୫: ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହାୟିକା ସଂଘର ଏକ ରାଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାରି...

ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚୁଛନ୍ତି ଶିକ୍ଷୟିତ୍ରୀ ଶିକ୍ଷକ

ବୁଗୁଡ଼ା,୨୬।୫(ଡି.ଏନ.ଏ.): ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୨୮ ଉଚ୍ଚ ବିଦ୍ୟାଳୟ ଏପରି ମୋଟ ୧୪୭ ବିଦ୍ୟାଳୟ କାର୍ଯ୍ୟ କରୁଛି। ସେଥିରୁ ଅଧିକାଂଶ ବିଦ୍ୟାଳୟର କେତେକ ଶିକ୍ଷୟିତ୍ରୀ ଶିକ୍ଷକ ସରକାରଙ୍କ ନିର୍ଦ୍ଦେଶକୁ...

୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଦରମା ବନ୍ଦ

ଛତ୍ରପୁର,୨୬।୫(ଡି.ଏନ.ଏ.)  ଗଞ୍ଜାମ ଜିଲାରେ ସ୍କୁଲ ସକାଳୁଆ ଚାଲିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ରହୁଛନ୍ତି। ଏଥିସହ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି ା ସକାଳ ୬ ଟାରେ ସ୍କୁଲ ଆସିବା ନିୟମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri