ଗଞ୍ଜାମ

ବିଜେଡି ହାତକୁ ଗଲା ହିଞ୍ଜିଳିକାଟୁ ପୌର ପରିଷଦ

ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ପଲେଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୧୬୩୪ ଭୋଟରେ ହରାଇ ଦେଇଛନ୍ତି । ବିଜୟୀ ବିଜେଡି ପ୍ରାର୍ଥୀ ପଲେଇ ୬୮୨୦...

ପୁରୁଷୋତ୍ତମପୁରରେ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ,ସ୍ତ୍ରୀଙ୍କ ବାଜିମାତ୍‌

ପୁରୁଷୋତ୍ତମପୁର,୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ବିଜେଡିକୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ-ସ୍ତ୍ରୀ ବାଜି ମାରିନେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଏନ୍‌ଏସିକୁ ଦଖଲ କରିଥିବା ବେଳେ ତାଙ୍କ ସ୍ବାମୀ ଅଶୋକ କୁମାର...

ଦିଗପହଣ୍ଡିିରେ କଂଗ୍ରେସର ବାଜିମାତ: ଅଧ୍ୟକ୍ଷ ହେଲେ ପ୍ରଫୁଲ୍ଲ ପଣ୍ଡା

ଦିଗପହଣ୍ଡି,୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଭି.ରବି ନାରାୟଣ ରାଜୁଙ୍କୁ ପରାଜିତ କରିଛନ୍ତି।...

ରାଜନୈତିକ ହିଂସା: ଭୋଟ ଗଣତି ପୂର୍ବରୁ ଜାଳିଦେଲେ କାର

ବ୍ରହ୍ମପୁର ଅଫିସ,୨୬।୩: ପୁଣିଥରେ ପୌର ନର୍ବାଚନକୁ ନେଇ ବ୍ରହ୍ମପୁରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲିରେ ଭାଜପା ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଥିବା ଏକ କାରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ...

ନିର୍ବାଚନୀ ହିଂସାରେ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୩: ବ୍ରହ୍ମପୁର ମହାନଗରରେ ସଂଘଟିତ ନିର୍ବାଚନୀ ହିଂସା ଘଟଣାରେ ବୈଦ୍ୟନାଥପୁର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ସୁନୀଲ ବେହେରା। ପୋଲିସ ଏକ ମାମଲା(ନଂ. ୮୭/୨୨) ରୁଜୁ କରି ସୁନୀଲଙ୍କୁ ଶୁକ୍ରବାର କୋର୍ଟ...

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ/ଆସ୍କା, ୨୫।୩: ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି । ଏ ନେଇ ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି । ଗାଙ୍ଗପୁର ଥାନା ପରିସରରେ ଆଇଆଇସି ଦେବ...

ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ  ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ 

ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି କରୋନାକୁ ନେଇ ଯାତ୍ରା ବନ୍ଦ ହୋଇ ପଡିଥିବା ବେଳେ କେବଳ ପରମ୍ପରା ଅନୁସାରେ...

ଆକ୍ରମଣ, ଗାଡ଼ି ଭଙ୍ଗାରୁଜାରେ ସରିଲା ନିର୍ବାଚନ

ପୋଲସରା,୨୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍‌ଏସିରେ ଗୁରୁବାର କାଁ ଭାଁ ହିଂସା ମଧ୍ୟରେ ସରିଛି ପୌର ନିର୍ବାଚନ। ପୋଲସରା ଏନ୍‌ଏସିର ୧୯ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ସ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନରେ କାଁ...

ଅପରାହ୍ନ ୩ଟା ସୁଦ୍ଧା ହିଞ୍ଜିଳିରେ ୫୪ ପ୍ରତିଶତ ମତଦାନ

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁରୁବାର ବିଭିନ୍ନ ଓ୍ବାର୍ଡରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ଏଠାରେ ୫୪ ପ୍ରତିଶତ ମତଦାନ ହୋଇଥିବା ପ୍ରକାଶ। ପୂର୍ବାହ୍ନରେ ମତଦାନ...

କୋର୍ଟରେ ଆତ୍ମସମର୍ପଣ କଲେ ସରପଞ୍ଚ ପ୍ରାର୍ଥିନୀ

ବ୍ରହ୍ମପୁର ଅଫିସ,୨୪।୩: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତର ବୈରିବାଡ଼ ଗ୍ରାମର ଏକ ବୁଥରେ କିଛି ସମୟ ପାଇଁ ଭୋଟଦାନ ବନ୍ଦ ରହିଥିଲା। ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କ ଯୋଗୁ ଏହି ବିଭ୍ରାଟ ହୋଇଥିଲା...

ଭାରୋତ୍ତୋଳନ ପ୍ରତିଯୋଗିତା: ମୁନାଙ୍କୁ ରୌପ୍ୟ

ବ୍ରହ୍ମପୁର ଅଫିସ,୨୪।୩: ଭାରତୀୟ ଭାରୋତ୍ତୋଳନ ସଂଘ ପକ୍ଷରୁ ମାର୍ଚ୍ଚ ୧୯ରୁ ୨୧ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାର ମୁନା ନାୟକ ୬୧ କେଜି ବର୍ଗରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି।...

ନରେନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ, ୨୪।୩: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ ଓ ବଉଳଘାଇ ଗ୍ରାମର ସଡ଼ୁଙ୍କ ପୁଅର ଜୀବନ ଯାଇଛି। ପୁଅ ରାଜା, ଶମ୍ଭୁ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri