ଗଞ୍ଜାମ

ଲଟେରି ଉଠିଲେ ମିଳୁଛି ପାଣି

ଛତ୍ରପୁର,୧୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ ପାନୀୟ ଜଳ ଅଭାବ ଦେଖାଦେଇଛି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଏଠାରେ ଲଟେରି ପକାଇବାକୁ ପଡୁଛି। ଭାଗ୍ୟ ସାଥ୍‌ ଦେଲେ ଲଟେରି ଉଠିଲେ ଶୋଷ ମେଣ୍ଟାଇବାକୁ ପାଣି ମିଳୁଛି। ଏପରି ଦେଖିବାକୁ...

ମଣ୍ଡି ନେଲାନି ଧାନ, ପୁରସ୍ତମପୁର-ହୁମା ରାସ୍ତା ଅବରୋଧ କଲେ ଚାଷୀ

ଗଞ୍ଜାମ,୧୫।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଧାନ କିଣୁ ନ ଥିବା ଅଭିଯୋଗରେ ସୋମବାର ଚାଷୀମାନେ ପୁରସ୍ତମପୁର- ହୁମା ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଯାହା ଫଳରେ କିଛି ସମୟ ପାଇଁ ସେଠାରେ...

ଫଟୋ ଉଠାଇ ଚର୍ଚ୍ଚାରେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୧୫।(ଡି.ଏନ.ଏ): ଗଞ୍ଜାମ ସହରଠାରୁ କିଛି ଦୂରରେ ଥିବା ଐତିହାସିକ ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି।ଏହାକୁ ତଦାରଖ କରୁଛନ୍ତି ଖୋଦ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ପୋତାଗଡ଼ ଗ୍ରସ୍ତରେ ଆସିଥିବା ଜିଲାପାଳ ଋଷିକୁଲ୍ୟା ବାଲୁକା ଶର୍ଯ୍ୟାରେ ବିରଳ ମଙ୍ଗୋଲିଆ...

ପ୍ରଶାସନର ସଚେତନତା ଅଭାବ: ସଂକ୍ରମଣ ବଢିବା ଆଶଙ୍କା

ଗଞ୍ଜାମ,୧୫।୩: (ଡି.ଏନ.ଏ.): ବ୍ରହ୍ମପୁର ମେଡିକାଲରେ ପୁଣି କରୋନା ସଂକ୍ରମଣ ଚି଼ହ୍ନଟ ହେବା ପରେ ଚିନ୍ତାରେ ପଡିଯାଇଛି ପ୍ରଶାସନl ଏଭଳି ସମୟରେ ଗଞ୍ଜାମ ସହରରେ ଅଧିକାଂଶ ଲୋକ ମାକ୍ସ ବ୍ୟବହାର କରୁନାହାନ୍ତି କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି l ବଡ଼...

ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ ଗଞ୍ଜାମ ଜିଲାକୁ ଟ୍ରେନ୍‌ ଯୋଗେ କରୋନା ହଟସ୍ପଟ ରାଜ୍ୟରୁ ଶତାଧିକ ପ୍ରବାସୀ ଫେରୁଛନ୍ତି।...

ଦୀର୍ଘ ୧୮ ବର୍ଷ ପରେ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତଙ୍କୁ ଦୀର୍ଘ ୧୮ ବର୍ଷ ପରେ ରବିବାର ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସାଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ ଓରଫ...

ମେଡିକାଲ ଗଳି କ୍ଲିନିକରେ ରହୁନି ସାମାଜିକ ଦୂରତା

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କଡାକଡି ହୋଇଛି। ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି କଟକଣା ଜାରି କରାଯାଇଛି। କିନ୍ତୁ ଗଞ୍ଜାମ ମେଡିକାଲ ଗଳିରେ...

ଉଦ୍‌ଘାଟନ ଅପେକ୍ଷାରେ ଆହାର କେନ୍ଦ୍ର

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ। ଏ ନେଇ ଗଞ୍ଜାମ ଜିଲା ଜୟଶ୍ରୀ ଛକରେ ସରକାର ୨୦ ଲକ୍ଷ ଟଙ୍କା ବ୍ୟୟ...

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ଘର ବାଡ଼ିପଟ ୩ଟି କବାଟ ଓ ଗ୍ରୀଲ ତାଡ଼ି...

ବାଇକ୍‌ ଡିକିରୁ ୧ ଲକ୍ଷ ଲୁଟ୍‌, ମିଳିଛି ସିସିଟିଭି ଫୁଟେଜ୍‌; ମିଳୁନି ସୁରାକ

ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍‌ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ସେଥିରେ ଘଟଣା ବେଳର ଦୃଶ୍ୟ ରେକର୍ଡ ହୋଇଛି।...

ଶାଶୁ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ସୋରଡ଼ା, ୧୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର କୌଶଲ୍ୟା ଗଉଡ଼। ତେବେ କୌଶଲ୍ୟାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରକାଶ...

ଚୋର ସନ୍ଦେହରେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭଞ୍ଜନଗର,୧୨।୩: ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୁରୁବାର ରାତିରେ ଗେରେଡ଼ା ନିକଟ ଏକ ସାହିରେ ଜଣେ ବ୍ୟାଙ୍କ କର୍ମଚାରୀ ଓ ତାଙ୍କ କାର୍‌ ଡ୍ରାଇଭରଙ୍କୁ ଚୋର ଭାବି କିଛି ଲୋକ ଅଟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri