ଗଞ୍ଜାମ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଖଲ୍ଲିକୋଟ,୨୧ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ପୋଖରୀରେ ବୁଡ଼ି ବୁଧବାର ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର ସୁରେଶ ପାହାନଙ୍କ ଦୁଇ ଝିଅ ଖୁସି (୧୦) ଓ ପୂଜା (୮)।...

ସଟର ପ୍ଲେଟ ଚୋରି ମାମଲା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ରାମଚନ୍ଦ୍ର ନଗରରେ ରାସ୍ତା ଓ ଡ୍ରେନ ନିର୍ମାଣ କରୁଥିବା ଠିକାଦାର ଦୁର୍ଗା ମାଧବ ସାହୁଙ୍କ ୨୪ ଟି ଲୁହା ସଟର ପ୍ଲେଟଗୁଡ଼ିକ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡି ଗିରଫ, ୧୪,୨୦୦ ଟଙ୍କା ଜବତ

ଦିଗପହଣ୍ଡି,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କାଣ୍ତସର ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ...

ଜୁଆଖେଳ ଚାଲିଥିବା ବେଳେ ଚଢ଼ାଉ: ୫ ଜୁଆଡି ଗିରଫ

ଦିଗପହଣ୍ଡି,୧୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁରେ ଜୁଆଖେଳ ଚାଲିଥିବା ବେଳେ ଦିଗପହଣ୍ଡି ପୋଲିସ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି। ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ...

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ଯୋଗୁ ବିନା ଭକ୍ତରେ ପୂଜା ପାଇଛନ୍ତି...

ଗହଣା ଦୋକାନରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟ୍‌ ଘଟଣା: ଚାରିଦିନ ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ପୋଲିସ ଥାନା ଓ ଏସ୍‌ଡିପିଓ ଅଫିସ ପଛପଟ ଚାଙ୍ଗୁଡିଆପଦର ସାହିରେ ଥିବା ଏକ ଦୋକାନରୁ ମଙ୍ଗଳବାର ଲୁଟ୍‌ ହୋଇଥିଲା। ଲୁଟେରା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲେ। ଏହି...

ହୁମା ସାପ୍ତାହିକ ଶୁଖୁଆ ହାଟକୁ କରୋନା ଛାଟ: କେବେ ଖୋଲିବ ଚାହିଁ ରହିଛନ୍ତି ଗ୍ରାହକ

ଗଞ୍ଜାମ,୧୭।୧୦(ଡିଏନଏ ): ଗଞ୍ଜାମ ଜିଲା ହୁମା ଏବଂ ପାଳୁରୁ ଜଙ୍କସନ ମଧ୍ୟଭାଗରେ ଜିଲାର ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ ଅବସ୍ଥିତ l ଏହି ହାଟରେ ଶୁଖୁଆ ସମେତ ଘର କରଣ ସାମଗ୍ରୀ ସହ ବିଭିନ୍ନ ରକମର ପନିପରିବା ଆଦି...

ରାସ୍ତା ପାଲଟିଛି ମରଣଯନ୍ତା

ବୁଗୁଡ଼ା,୧୬।୧୦: ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଷୋହଳ ମାଇଲି ଛକଠାରୁ ଗରେଇ ଝୁଳି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତା ଉପରେ...

ତପ୍ତପାଣି ଘାଟିରେ ଓଲଟିଲା କଲେଜ ବସ୍‌: ଓଜେଇଇ ପରୀକ୍ଷାର୍ଥୀ ଗୁରୁତର

ଦିଗପହଣ୍ଡି,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ନଂ ଜାତୀୟ ରାଜପଥ ତପ୍ତପାଣି ଘାଟିରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୨୫ରୁ ଊର୍ଦ୍ଧ୍ବ ଓଜେଇଇ ପରୀକ୍ଷାର୍ଥୀ ଆହାତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର...

ଛତ୍ରପୁରରେ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ଛତ୍ରପୁର,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଉପରେ ଲୋକେ ଜବରଦଖଲ କରିଛନ୍ତି। ଏଥିସହ ଡ୍ରେନ୍‌ରେ ଅଳିଆ ଆବର୍ଜନା ଆଦି ପକାଉଛନ୍ତି। ଫଳରେ ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁନି ବିଶେଷକରି ବର୍ଷାଦିନେ ପରିସ୍ଥିତି ବେହାଲ ହୋଇପଡୁଛି।...

ଅଜୟଗଡ ଘାଟିରେ ଧସିଲା ପାହାଡ

ପାରଳାଖେମୁଣ୍ଡି,୧୫ା୧୦(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ଠାରୁ ଅଜୟଗଡ ମୁଖ୍ୟ ରାସ୍ତା ନାମନାଗଡ ନିକଟ ଅଜୟଗଡ ଘାଟିରେ ବୁଧବାର ରାତିରେ ପାହାଡ ଧସିଛି। ଫଳରେ ଗୁମ୍ମା ବ୍ଲକର ୩ ପଞ୍ଚାୟତକୁ ଯାତାୟାତ ବନ୍ଦ ହୋଇଛି। ତେବେ ଆଜି ବି ଉକ୍ତ ଅଞ୍ଚଳରେ...

ଘରୁ ଡାକି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

କବିସୂର୍ଯ୍ୟନଗର,୧୫ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତ ସମିତି ସଭ୍ୟାଙ୍କ ସ୍ବାମୀ ନିରଞ୍ଜନ ଗୌଡ଼ଙ୍କୁ ଗତକାଲି ରାତିରେ ୩ଜଣ ଅଜଣା ଯୁବକ ଘରୁ ଡାକି ନେଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଦୌଡି ଘରେ ପଶିଯିବାପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri