ଗଞ୍ଜାମ

ସୋରଡା ଅଞ୍ଚଳରେ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ

ସୋରଡା,୧୦ା୪(ଡି.ଏନ୍‌.ଏ.)- ସୋରଡା ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଶିକ୍ଷକ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ବ୍ଲକର ୨୬ ପଞ୍ଚାୟତ ଓ ଏନ୍‌ଏସିର ସମସ୍ତ ସାହିରେ...

ଶିକାରୀ ଗୁଳିରେ ଆହତ ହରିଣ ଉଦ୍ଧାର

ସୋରଡା,୧୦ା୪(ଡି.ଏନ୍‌.ଏ.)- ସୋରଡା ବ୍ଲକ ଅସୁରବନ୍ଧ ବନାଞ୍ଚଳ ଖାରିକୋଟି ଜଙ୍ଗଲରୁ ଶିକାରୀ ଗୁଳିରେ ଗୁରୁତର ହୋଇ ଦୌଡୁଥିବା ଏକ ମାଈ ହରିଣକୁ ବନ ବିଭାଗ କର୍ମଚାରୀ ଶୁକ୍ରବାର ଉଦ୍ଧାର କରିଛନ୍ତି। ସୋରଡା ପ୍ରାଣୀଧନ ଚିକିତ୍ସକ ଡାକ୍ତର ପ୍ରକାଶ ବିଶାଳ ୨ ଘଣ୍ଟା...

ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ ଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି। ତେବେ କେତେକ...

ଏମକେସିଜିରେ ପୁଣି ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୧୦।୪: କରୋନା ଭାଇରସ ଆତଙ୍କ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଡାର ମୁକାବିଲା ଲାଗି ସରକାର ସାରା ଦେଶରେ ଲକ୍‌ ଡାଉନ ଜାରି କରିଛନ୍ତି। ଅନ୍ୟପଟେ ଦିନକୁ ଦିନ କରୋନା ପୋଜେଟଭ ବୃଦ୍ଧି ପାଇବାରେ ଲାଗିଛି।...

ଗଞ୍ଜାମରେ ବୁଲୁଛି ୪୪ ସ୍ବତନ୍ତ୍ର କୋଭିଡ୍‌ ଆମ୍ବୁଲାନ୍ସ: ଚିହ୍ନଟ ପରେ ସନ୍ଦିଗ୍ଧଙ୍କୁ ଅଣାଯାଉଛି ହସ୍ପିଟାଲ, ଚାଳକଙ୍କୁ ଦିଆଯାଇଛି ସ୍ବତନ୍ତ୍ର ପିପିଇ କିଟ୍‌

ଛତ୍ରପୁର,୧୦।୪(ଡି.ଏନ୍‌.ଏ.)- କରୋନା ସନ୍ଦିଗ୍ଧଙ୍କୁ ଘରୁ ହସ୍ପିଟାଲକୁ ନେବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସରେ ପରିଣତ କରାଯାଇଛି। ବର୍ତମାନ ଜ଼ିଲାରେ ୪୪ଟି କୋଭିଡ୍‌ ଆମ୍ବୁଲାନ୍ସ ବୁଲୁଛ। ଖବର ପାଇ ଘରୁ କରୋନା ସଂଦିଗ୍ଧଙ୍କୁ...

ମିଳିଲା ଅନୁମତି: ବ୍ରହ୍ମପୁର ଏମ୍‌କେସିଜିରେ ହେବ କୋଭିଡ-୧୯ ଟେଷ୍ଟ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜରେ କରୋନା ଟେଷ୍ଟ କରାଯିବ। ଏଥିପାଇଁ ଦିଲ୍ଲୀ ଆଇସିଏମ୍‌ଆର୍‌ ପକ୍ଷରୁ ଅନୁମତି ମିଳିଛି। ମେଡିକାଲ କଲେଜ ଭାବେ କଟକ ଏସ୍‌ସିବି ପରେ ଏମ୍‌କେସିଜିରେ କରୋନା ଟେଷ୍ଟ କରାଯିବ। ଏ ନେଇ...

ଗଞ୍ଜାମରେ ୧୫,୮୧୬ ଜଣଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ଅବଧି ସରିଲା, ଘରେ ରହିବାକୁ ଦିଆଯାଇଛି ପରାମର୍ଶ: ଜିଲାପାଳ

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.)- କରୋନା ଭାଇରସକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଶୁକ୍ରବାର ସୁଦ୍ଧା ଜିଲାରେ ୧୫,୮୧୬ ଜଣ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ହୋମ...

ରାଶନ ଦୋକାନ ସିଲ୍‌ କଲା ପୋଲିସ: ୨ କୋର୍ଟ ଚାଲାଣ

ଦିଗପହଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ମୌଳାଭଣଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ କବିରାଜ ବିଷୋୟୀଙ୍କୁ ଦିଗପହଣ୍ଡି ପୋଲିସ ଶୁକ୍ରବାର କେସ୍‌ ନଂ. ୭୫/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। କବିରାଜଙ୍କ ରାଶନ ଦୋକାନକୁ ସାନଖେମୁଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା...

ଶେରଗଡ଼ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଶେରଗଡ଼,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଶୁକ୍ରବାରଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଶେରଗଡ଼ ମେଡିକଲ,ଏଟିଏମ୍‌ କାଉଣ୍ଟର, ବଜାରରେ ଥିବା...

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୧୫ଟି...

ରାଇସ୍‌ ମିଲ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ଧରାକୋଟ,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରାଇସ୍‌ମିଲ୍‌ ମାଲିକ ସଂଘ ପକ୍ଷରୁ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଧରାକୋଟ ବିଡିଓ ବିବୁଧ ଗଡ଼ନାୟକଙ୍କୁ...

ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପ୍ରଧାନଶିକ୍ଷୟିତ୍ରୀ

ପୋଲସରା,୧୦ା୪(ଡି.ଏନ.ଏ.)-ମହାମାରୀ କରୋନ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୋଲସରା ଲିଙ୍ଗରାଜ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ସାହୁ ୫୦ ହଜାର ଟଙ୍କା ଦାନ କରିଛନ୍ତି। ସେ ଏହି ଟଙ୍କାର ଚେକ୍‌ ବିଡିଓ ଶମ୍ଭୁନାଥ ନନ୍ଦିଙ୍କୁ ପ୍ରଦାନ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri