ଗଞ୍ଜାମ

ଶେରଗଡ଼ରେ ୧୨ ବାଇକ୍‌ ଚାଳକଙ୍କ ନାମରେ ମାମଲା, ୨ ହଜାର ଜରିମାନା ଆଦାୟ

ଶେରଗଡ଼, ୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ପୋଲିସ ପକ୍ଷରୁ ଲକ୍‌ଡାଉନ ସମୟରେ ଚଢ଼ାଉ ଜାରିରହିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ...

ବ୍ରହ୍ମପୁରରେ ଆଂଶିକ ଶଟ୍‌ଡାଉନ୍‌

ବ୍ରହ୍ମପୁର ଅଫିସ,୫ା୪-ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ଆଂଶିକ ଶଟ୍‌ଡାଉନ୍‌ ଅର୍ଥାତ୍‌ ୧୯ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ରବିବାର ଏହାର ପ୍ରଭାବରେ ସହର...

ମାସ୍କ ନ ପିନ୍ଧିଲେ ୧ ହଜାର ଟଙ୍କା ଜରିମାନା

ଛତ୍ରପୁର,୫ା୪(ଡି.ଏନ୍‌.ଏ.)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଶନିବାରଠାରୁ ଆଶିଂକ ଶଟଡାଉନ୍‌ ଲାଗୁ କରାଯାଇଛି। ଅର୍ଥାତ୍‌ ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଜିଲା ଶର୍ଟଡାଉନ୍‌ରେ ରହିବ। ଏହି ସମୟ ମଧ୍ୟରେ...

କୁକୁଡ଼ାଖଣ୍ଡି ବ୍ଲକ: ସିଲ ହେଲା ମାଟିଆସାହି

କୁକୁଡାଖଣ୍ଡି,୫।୪(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆସାହିକୁ ସିଲ କରିଛି ଜିଲା ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ତ୍ରେୟ ଭାଉ ସାହେବ। ଉକ୍ତ ଗ୍ରାମକୁ ରାଜ୍ୟ ବାହାରରୁ ୧୩୦ ଜଣ ବ୍ୟକ୍ତି ଆସିଥିବା ତହସିଲଦାର ଇପସିତା...

କରୋନା ପାଇଁ ରାସନ ସାମଗ୍ରୀ କଳାବଜ଼ାରି: ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ, ୫।୪(ଡି.ଏନ୍‌.ଏ.): ସାରା ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଗତ ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ ଏହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କରୋନା ଭୂତାଣୁ ସରକାର ଓ ପ୍ରଶାସନର ନିଦ ହଜାଇ ସାରିଲାଣି। ବିଭିନ୍ନ ସ୍ତରରେ ଲୋକଙ୍କୁ...

ବାହାର ରାଜ୍ୟ ଶ୍ରମିକଙ୍କୁ କାଉନ୍ସେଲିଂ କଲା ମନସ୍ତତ୍ୱବିତ୍ ଟିମ୍

ଛତ୍ରପୁର,୫।୪ (ଡି.ଏନ.ଏ. )- ବାହାର ରାଜ୍ୟର ଶ୍ରମିକମାନଙ୍କୁ ଅତିଥି ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ଲକ ଡାଉନ ଗଞ୍ଜାମରେ...

୧,୪୧୭ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର, ୫।୪(ଡି.ଏନ.ଏ. )- ବିଦେଶ ଓ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲକୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ବିଦେଶ ଫେରନ୍ତା ଓ ୧୦୭୮ ଜଣ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଏପରି ମୋଟ ୧,୪୧୭...

ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୯ ଘଣ୍ଟିଆ ସଟ୍‌ଡାଉନ ନିର୍ଦ୍ଦେଶ ଜାରି...

ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୪|୪(ଡିଏନଏ):ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସିଲ କରିଥିବା ବେଳେ ପୂର୍ବରୁ ସେଠାରେ ରହୁଥିବା ୬ଜଣ ବ୍ୟକ୍ତି ଏକ ଡାଲା ଅଟୋରେ ତାରପୋଲିନ ଢାଙ୍କି କୌଶଳ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳକୁ ଚାଲି ଆସିଥିବା ଥାନା ଅଧିକାରୀ...

ହୋମ କ୍ୱାରାଣ୍ଟାଇନରେ 25266 ବିଦେଶ, ଅନ୍ୟ ରାଜ୍ୟ ଫେରନ୍ତା

ଛତ୍ରପୁର,୪।୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ବହିରାଗତଙ୍କ ମଧ୍ୟରୁ ବର୍ତ୍ତମାନ 25 ହଜାର 266 ଜଣ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ସେଥିମଧ୍ୟରେ 415 ଜଣ ବିଦେଶରୁ ଫେରିଥିବାବେଳେ 24 ହଜାର...

ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ ଅନୁମାନ କରିଛି l ଏଥିପାଇଁ ତହସିଲଦାର ଅବନୀ କୁମାର ସାହୁ ସରପଞ୍ଚ, ଅଙ୍ଗନବାଡ଼ି...

ଭୋଜିବେଳେ ଚଢାଉ କଲା ପୋଲିସ: ୩ ବାଇକ୍‌ ସହ ଖାଦ୍ୟ ଜବତ, ନିରାଶ୍ରୟଙ୍କୁ ବଣ୍ଟାଗଲା

ଆସିକା,୩ା୪(ଡି.ଏନ୍‌.ଏ.)- ଆସିକା ଥାନା ମଙ୍ଗଳପୁର ଗ୍ରାମ ଉପକଣ୍ଠ ତୋଟାରେ ଶୁକ୍ରବାର ମଧ୍ୟାହ୍ନରେ ଭୋଜି ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା। ସେଠାରୁ ମାଂସ ତରକାରୀ ସହ ବିଭିନ୍ନ ରୋଷେଇ ସାମଗ୍ରୀ ଓ ୩ ବାଇକ ଜବତ କରିଛି ପୋଲିସ। ପୋଲିସକୁ ଦେଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri