ଗଞ୍ଜାମ

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡା ଚୋଟ

ବ୍ରହ୍ମପୁର ଅଫିସ,୧୫ା୧୦-ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ରବିବାର ରାତିରେ ଝରଣାନଗରରେ ୨ ଅଭିଯୁକ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ହେଲେ ରାଧାକାନ୍ତ ସାହିର ତୁଫାନ ଗୌଡ଼ ଓରଫ କାମିନୀ (୨୨)। ଅଭିଯୋଗ ପରେ ବଡବଜାର ପୋଲିସ ନଂ....

ଗୋପାଳପୁର ବନ୍ଦରରେ ଲାଗିଲା ପ୍ରଥମ ବୃହତ ଜାହାଜ

ବ୍ରହ୍ମପୁର ଅଫିସ୍‌/ଛତ୍ରପୁର ୧୫ା୧୦ (ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ବନ୍ଦରରେ ପ୍ରଥମ ଥର ଲାଗି ବୃହତ ମାଲ୍‌ବାହୀ ଜାହାଜ ଲାଗିଛି । ଏଥିରେ ୧ ଲକ୍ଷ ୫ହଜାର ଟନ୍‌ ଚୂନ ପଥର ରହିଛି । ଏତେ ଓଜନର ମାଲ୍‌ ପରିବହନ କରୁଥିବା...

୩ ବଖରା ଗଳିଗଲା

ଖଲ୍ଲିକୋଟ,୧୪ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତ ମାଟିଆ ସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଭସ୍ମୀଭୂତ ହୋଇଯାଇଛି । ଗ୍ରାମର ବାଉରୀ ପ୍ରଧାନ, ଜଗନ୍ନାଥ ପ୍ରଧାନ ଓ ସଙ୍କୁଳି ପ୍ରଧାନଙ୍କ ଘର ଜଳିଯାଇଛି। ନିଆଁ...

ବିସ୍ଫୋରଣରେ ନାବାଳକ ଗୁରୁତର

ଆସିକା,୧୪ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମରେ ସୋମବାର ସକାଳେ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଣ୍ଡିଆପଥରର ସେଖ ମକାଙ୍କ ପୁଅ ସଫିର (୧୩)  ତାଙ୍କ ବାମ ହାତରେ ବିସ୍ଫୋରକ ଫୁଟିଥିବାରୁ...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଖଣ୍ଡା ଚୋଟରେ ଯୁବକ ମୃତ, ଜଣେ ଅଟକ

କବିସୂର୍ଯ୍ୟନଗର,୧୪ା୧୦-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କନିଆରୀ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ରକରି ସାଙ୍ଗଙ୍କ ଖଣ୍ଡା ଚୋଟରେ ଜଣେ ଯୁବକଙ୍କ ମତ୍ୟୁ ଘଟିଛି। ମୃତକ ହେଲେ କାର୍ତ୍ତିକ ପ୍ରଧାନ। ଏ ନେଇ...

ପୂର୍ବ ଶତ୍ରୁତା: ଡଙ୍ଗା, ଜାଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗଞ୍ଜାମ, ୧୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟାସ୍ଥିତ ସମୁଦ୍ର କୂଳରେ ଥିବା ଡଙ୍ଗା ଓ ଜାଲରେ କେହି ଦୁର୍ବୃତ୍ତ ରବିବାର ରାତିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ବନ୍ଧ ଗ୍ରାମର ଗଦାଧର ବେହେରାଙ୍କ ଜାଲ ଓ ଡଙ୍ଗା ଏବଂ ରାଜନ ବେହେରାଙ୍କ...

ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର ୯ଶହ ୬୦ଟଙ୍କା, ୨୬ଟି ମୋବାଇଲ ଫୋନ୍‌ ଓ ୪ ବାଇକ ଜବତ କରିଛି।...

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ଜଣଙ୍କ ରାଧାକାନ୍ତ ସାହିର ତୋଫାନ ଗୌଡ଼ ଓରଫ କାମିନୀ (୨୨)।...

ଗୋଷାଣୀନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ ସବୁ ସାହି ପରିକ୍ରମା କରି ମା’ଙ୍କ ମନ୍ଦିର ବିଜେ

ବ୍ରହ୍ମପୁର ଅଫିସ,୧୪ା୧୦-ଆଶ୍ୱିନ କୃଷ୍ଣପକ୍ଷ ମହାଳୟା ଅମବାସ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନୀୟ ଗୋଷାଣୀନୂଆଗାଁର ପାରମ୍ପରିକ ମା’ କାଳୁଆ ଯାତ୍ରା ରବିବାର କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି । ମା’ଙ୍କ ନିଜସ୍ବ ମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଗୋଷାଣୀନୂଆଗାଁ ଉତ୍ସବମୁଖର ହୋଇଥିଲା।...

ମାଟ୍ରିକ୍‌ ପରୀକ୍ଷା ଫଳରେ ଉନ୍ନତି ଉଦ୍ୟମ, ଛୁଟିଦିନ, ରବିବାରରେ ହେବ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୪ା୧୦-ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଗଞ୍ଜାମ ଜିଲାରେ ମାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ମିଶନ୍‌ ‘ଡ୍ରିମ୍‌’ ପ୍ରସ୍ତୁତ କରାଯାଇଛି। ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କ...

ପୁରୁଷୋତ୍ତମପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହିରେ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ନିର୍ମାଣ ସହ ସମଗ୍ର ସାହିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହା...

ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ୨୪ ହଜାର ୨୧୫ ଟଙ୍କା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri