ଗଞ୍ଜାମ

‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’

ବ୍ରହ୍ମପୁର ଅଫିସ୍‌,୨୪ା୮-କ୍ୟାମ୍ପସ୍‌ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ ନିନ୍ଦା କରୁଥିବା ବେଳେ ଆଉ କେତେକ ସ୍ବାଗତ କରୁଛନ୍ତି। ବ୍ରହ୍ମପୁରରେ ମିଶ୍ର ପ୍ରତିକ୍ରିୟା...

ବାପ ପୁଅଙ୍କୁ କାତିରେ ଆକ୍ରମଣ, ଜଣେ ଅଟକ

ବୁଗୁଡ଼ା,୨୩ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାରର ବାପ ଓ ପୁଅକୁ କାତିରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗଁାର ଜଳନ୍ଧର ଜେନା ଓ ପୁଅ ବଳରାମ ସକାଳେ ପରିବାର ସହ କଥାବାର୍ତ୍ତା ହେଉଥିଲେ।...

ପାଟପୁର ସିଣ୍ଡିକେଟ୍‌ ବ୍ୟାଙ୍କରେ ନିଆଁ

ପାଟପୁର,୨୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପାଟପୁର ଶାଖା ସିଣ୍ଡିକେଟ ବ୍ୟାଙ୍କରେ ଶୁକ୍ରବାର ଅପରାହ୍ନରେ ଶର୍ଟସର୍କିଟରୁ ନିଅଁା ଲାଗିଛି। ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ଛୁଟି ଥିଲା, ଅପରାହ୍ନ ପ୍ରାୟ ୫ଟାରେ ବ୍ୟାଙ୍କରୁ ଧୂଆଁ ବାହାରିବା ଦେଖି ସ୍ଥାନୀୟ...

ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଶିବ ସେଠୀ(୩୦), ଶଙ୍କର ସେଠୀ(୩୫), ଜିତୁ...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି। ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କମାପଲିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ବାଚନ ବେଳେ...

ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ବ୍ରହ୍ମପୁର ଅଫିସ, ୨୩।୮- ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା କୋର୍ଟପେଟା ଛକ ରାସ୍ତାକଡ଼ରେ ଶୁକ୍ରବାର ଜଣେ ମହିଳା ଶିଶୁକନ୍ୟା ପ୍ରସବ କରିଛନ୍ତି। ସେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀର କେ. ପାର୍ବତୀ(୨୫)। ଏବେ ଉଭୟ ମା ଓ ଶିଶୁ...

ଗଞ୍ଜାମରେ ବୋମାମାଡ଼ ପୂର୍ବତନ ଏମ୍‌ପି ପ୍ରତିନିଧି, କାର୍‌ ଚାଳକ ଗୁରୁତର

ଗଞ୍ଜାମ,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଥାନା ସାନବଜାରଠାରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି...

କୃତ୍ରିମ ବନ୍ୟା ପାଇଁ ସରକାରକୁ ଦାୟୀ କଲା ଭାଜପା

ବ୍ରହ୍ମପୁର ଅଫିସ,୨୩ା୮- ବର୍ଷା ବିତ୍ପାତର ୩ ଦିନ ବିତିବା ପରେ ବି ରେଶମ ନଗରୀ ବ୍ରହ୍ମପୁରର ବିଗିଡ଼ି ଯାଇଥିବା ସ୍ଥିତି ଅପରିବର୍ତ୍ତିତ ରହିଛି। ସବୁ ରାସ୍ତା ଓ ସାହିବସ୍ତିରେ ଲହଡ଼ି ମାରିଥିବା ନର୍ଦ୍ଦମା ପାଣି ଦୁର୍ଗନ୍ଧ ଗୁରୁବାର ଅବ୍ୟାହତ ଥିବାରୁ...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ତହସିଲଦାରଙ୍କ ଏତଲା

ଚନ୍ଦ୍ରଗିରି,୨୩ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଜଣେ ଦୈନିକ ଓଡିଆ ଖବରକାଗଜ (ଧରିତ୍ରୀ ନୁହେଁ) ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଏତଲା...

ହ୍ବାଟ୍ସ ଆପ୍‌, ଫୋନରେ ଜଣାଇ ହେବ ଅଭିଯୋଗ

ଛତ୍ରପୁର,୨୩ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ଜନସାଧାରଣ ଏଣିକି ସେମାନଙ୍କ ଅଭିଯୋଗ ଜିଲା ପ୍ରଶାସନକୁ ଫୋନ୍‌ କରି ଜଣାଇପାରିବେ। ଏ ନେଇ ଗୁରୁବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଏକ ମୋବାଇଲ ନମ୍ବର ୯୪୩୭୫୬୩୮୦୦ ଜାରି କରାଯାଇଛି। ଏହି ନମ୍ବରରେ ହ୍ବାଟ୍ସ ଆପ୍‌ ଜରିଆରେ...

ସର୍ଭେ କରିବାକୁ ଯାଇ ନଦୀରେ ନିଖୋଜ ଘଟଣା: ଛତିଶଗଡ଼ରୁ ମିଳିଲା ସୌଭାଗ୍ୟଙ୍କ ମୃତଦେହ

ବେଗୁନିଆପଡା,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଅନ୍ତର୍ଗତ ବଡଖଇରଖମା ଗ୍ରାମର ସୌଭାଗ୍ୟ କୁମାର ମହାରଣା ଗତ ୧୭ତାରିଖରେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନଦୀକୁ ଜଳସ୍ତର ମାପିବାକୁ ଯାଇ ନିଖୋଜ ଥିଲେ। ୫ ଦିନ...

ଛାତ୍ରୀଛାତ୍ର କଲେଜ ନଆସିଲେ ଅଭିଭାବକଙ୍କୁ ଜଣାଯିବ

ଭଞ୍ଜନଗର,୨୨।୮(ଡି.ଏନ.ଏ)- ଉଚ୍ଚଶିକ୍ଷାରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର କେତେକ ନୂତନ ପଦକ୍ଷେପ ନେଇଛନ୍ତି। ଚଳିତ ଶିକ୍ଷା ବର୍ଷଠାରୁ କଲେଜରେ ଛାତ୍ରୀଛାତ୍ରଙ୍କ ୭୫ ପ୍ରତିଶତ ଉପସ୍ଥାନ ପାଇଁ ବାଧ୍ୟ କରାଯାଇଛି। ଯଦି ତାଠାରୁ ଉପସ୍ଥାନ କମେ ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri