ଗଞ୍ଜାମ

ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଟା ଖୁଆଇଲେ

ପୁରୁଷୋତ୍ତମପୁର,୧ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣିଗାରେଡି ସନ୍ଦେହରେ କେତେଜଣ ଲୋକେ ରବିବାର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍ବାମୀ, ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡମାରି...

ଅନ୍‌ସ୍ଲୋରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ

ଛତ୍ରପୁର,୧।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ବର୍ଷ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଖୋଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ କୋଠା ଓ ନୂତନ କୋଠା ନିର୍ମାଣ...

ମେଡିକାଲରେ ସିକ୍ୟୁରିଟି ଗାର୍ଡ କାମ କରୁନାହାନ୍ତି; ଡାକ୍ତର-କର୍ମଚାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ଫୁଲବାଣୀ ଅଫିସ, ୧ା୭-କନ୍ଧମାଳ ଜିଲା ମୁଖ୍ୟ ଚିକିିତ୍ସାଳୟରେ ମୁତୟନ ହୋଇଥିବା ସିକ୍ୟୁରିଟି ଗାର୍ଡ ମନମୁଖି କାର୍ଯ୍ୟ କରୁଛନ୍ତି। ସେମାନେ କାହାରି କଥା ଶୁଣୁ ନାହାନ୍ତିି। ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସାଧାରଣ ଲୋକଙ୍କ ସମେତ ଡାକ୍ତର, ମେଡିକାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ...

ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ

ବ୍ରହ୍ମପୁର ଅଫିସ,୧ା୭-  ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଶତାଧିକ ସୁରକ୍ଷା କର୍ମୀ ବିଭିନ୍ନ ଦାବି ନେଇ ରବିବାର ଅପରାହ୍ନରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବିଗୁଡିକ ମଧ୍ୟରେ ରହିଛି, ସେମାନଙ୍କୁ ନିୟମିତ ଭାବେ ମାସକୁ ମାସ ଦରମା ପ୍ରଦାନ...

ସିରିଜ୍‌ ଏଟିଏମ୍‌ ଲୁଟ୍‌ ଘଟଣା ବର୍ଷେ ପୂରିଲା; ୫ କାଉଣ୍ଟରରୁ ୧୭ ଲକ୍ଷ ଲୁଟ୍‌

ବ୍ରହ୍ମପୁର ଅଫିସ,୧ା୭-  ୨୦୧୮ ଜୁନ ୨୬ ତାରିଖରେ ବ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳର ୬ ଏଟିମ୍‌ କାଉଣ୍ଟରକୁ ଲୁଟେରାମାନେ ଟାର୍ଗେଟ କରିଥିଲେ। ସେଥିମଧ୍ୟରୁ ୫ କାଉଣ୍ଟର ଭାଙ୍ଗି ୧୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପୋଲିସକୁ ଚ୍ୟାଲେଞ୍ଜ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା ପୂର୍ବରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦଙ୍କ ମୃତ୍ୟୁ ଘଟିଛି। ବଳଦ ମାଲିକ...

ପୁରୀ ଅନ୍ତର୍ଜାତୀୟ ଡ୍ୟାନ୍ସ ଫେଷ୍ଟିଭାଲ: ଦାରିଙ୍ଗବାଡ଼ିର ଶିଶୁ କଳାକାରଙ୍କ ଅଂଶଗ୍ରହଣ

ଦାରିଙ୍ଗବାଡ଼ି,୩୦।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ୪ ଜଣ ଶିଶୁ କଳାକାର ପୁରୀରେ ଚାଲିଥିବା ପୁରୀ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଛନ୍ତିା ସେମାନେ ହେଲେ ଆଫ୍ରିନ ସାହୁ, ବୈଜୟନ୍ତିମାଳା ସିଂହଳ, ସମ୍ପ୍ରୀତିପ୍ୟାରୀ ନାୟକ ଏବଂ ଅମ୍ରିତା ସାହୁ । ଏହି...

ଦାରିଙ୍ଗବାଡ଼ି ଅଞ୍ଚଳରେ ସୁଧୁରୁନି ପରିବହନ ବ୍ୟବସ୍ଥା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା

ଦାରିଙ୍ଗବାଡ଼ି,୩୦।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ସହ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଶନିବାର ସନ୍ଧ୍ୟାରେ ରାସ୍ତା ବ୍ଲକିଂ କରାଯାଇ ଯାନବାହନ ଯାଞ୍ଚ କରାଯାଇଛି । ଆଇଆଇସି ଅଲେଖ ଗରଡ଼ିଆ ସଦଳବଳେ ଏହି...

ରାସ୍ତାରୁ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଗଞ୍ଜାମ, ୩୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡ଼ିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ,...

ଖଟିଆରେ ମୃତଦେହ ବୁହାହେବା ଘଟଣା : ଓ୍ବାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡ଼ି, ୩୦।୬(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାରଲୋକେ ମୃତଦେହକୁ ପ୍ରାୟ ୩କିମି ଦୂର ଶ୍ରାନିକେତାକୁ ଖଟିଆରେ ବୋହି ନେଇଥିଲେ। ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସମୀର କୁମାର ଦାସ...

ଅସ୍ତ୍ରୋପଚାର ପରେ ନର୍ସିଂ ଛାତ୍ରୀଙ୍କ ଛାତିରୁ ବାହାରିଲା ଛୁଞ୍ଚତ୍

ଫିରିଙ୍ଗିଆ,୩୦ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପରେ ଜଣେ ନର୍ସିଂ ଛାତ୍ରୀଙ୍କ ଛାତିରେ ଛୁଞ୍ଚତ୍ ରହିଯାଇଥିଲା। ଶନିବାର ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଛୁଞ୍ଚତ୍ ବାହାର କରାଯାଇଛି। ଏହି ଘଟଣାରେ ଛାତ୍ରୀଙ୍କ ପରିବାର ଅସ୍ତ୍ରୋପଚାର ପରେ ବାହାରିଥିବା...

ଜାଲ୍‌ ପ୍ରମାଣପତ୍ର ଦେଇ ନିଯୁକ୍ତି ପ୍ରସଙ୍ଗ : ଯାଞ୍ଚ ହେବ ଜୁନିୟର, ରେଗୁଲାର ଶିକ୍ଷକଙ୍କ ପ୍ରମାଣପତ୍ର

ଛତ୍ରପୁର,୩୦ା୬(ଡି.ଏନ.ଏ.)-ଜାଲ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଦେଇ କେତେଜଣ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ସମସ୍ତ ଜୁନିୟର ଓ ରେଗୁଲାର ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri