ଗଞ୍ଜାମ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କାଠରେ ଖୋଦେଇ ହନୁମାନ ଚାଳିଶା ପ୍ରଦାନ କଲେ ଓଡ଼ିଆ କାରିଗର

ହିଞ୍ଜିଳିକାଟୁ,୧୪।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମର କାଠ କାରିଗର ଓ ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ରାମମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ କାଠ ତିଆରି...

ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୪ା୩(ଦିଲ୍ଲୀପ ସାମଲ): ସମାନ କାମକୁ ସମାନ ଦରମା ଓ ସ୍ଥାୟୀ କରିବା ଦାବି ନେଇ ଗୁରୁବାର ଓଡ଼ିଶା ପଞ୍ଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ପ୍ରମୋଦ...

ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗୋପାଳପୁର/ବ୍ରହ୍ମପୁର,୧୩ା୩(ନବୀନ ରାଜ ଆଚାରୀ/ତନୁଶ୍ରୀ ନାହାକ): ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନାର ନିର୍ମିତ କୋଠା ଓ ବିଜୁପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ...

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ

ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ...

ଏସ୍‌ଡିପିଓ କାର୍ଯ୍ୟାଳୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୧୩ା୩(ସିମାଞ୍ଚଳ ମିଶ୍ର): ଓଡ଼ିଶାର ଏକମାତ୍ର ଏସ୍‌ଡିପିଓ ଅଫିସ ଭାବେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ କାର୍ଯ୍ୟାଳୟ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଏନ୍‌ଏସି...

୨ ଥାନା, ଏସ୍‌ଡିପିଓ, ଫାଣ୍ଡିର ନୂତନ କୋଠା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୩ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟ୍‌ପୋଷ୍ଟ ନୂତନ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଗୁଡ଼ିକୁ ଲୋକାର୍ପିତ କରିଛନ୍ତି।...

ବିଜେଡିରେ ସାମିଲ ହେଲେ ଅନେକ ଭାଜପା କର୍ମୀ

ଗୋପାଳପୁର,୧୩।୩(ନବୀନ ରାଜ ଆଚାରୀ): ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି ପକ୍ଷ୍ୟରୁ ବନ୍ଧୁମିଳନ ଓ କର୍ମୀ ସମ୍ମିଳନୀ ଗୋପାଳପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ନେତା ଶିବ ରାମ ପାତ୍ର ଓ ରାମ ହରି ପାତ୍ର ନେତୃତ୍ୱରେରେ କର୍ମୀ...

ଆସୁଛି ନିର୍ବାଚନ: ବାର୍ଦ୍ଧକ୍ୟ, ଶଯ୍ୟାଶାୟୀଙ୍କ ଲାଗି ହେଲେ ସ୍ବତନ୍ତ୍ର ହୋମ-ଭୋଟିଂ ବ୍ୟବସ୍ଥା

ଛତ୍ରପୁର,୧୩।୩(ସନ୍ତୋଷ ପାଢ଼ୀ ): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର କେତେଗୁଡ଼ିଏ ନୂତନ ବ୍ୟବସ୍ଥା କରିଛନ୍ତି। ଯାହାକି ପ୍ରଥମ ଥର ପାଇଁ ଲାଗୁ ହେବ ବୋଲି ଗଞ୍ଜାମ ଜିଲା ସଦର ମହାକୁମା ଛତ୍ରପୁରର ଜିଲାପରିଷଦ ଭବନ ଋଷିକୁଲ୍ୟା...

ଓକିଲସଂଘ ନିର୍ବାଚନ ଲାଗି ସରିଲା ପ୍ରାର୍ଥିପତ୍ର ଦାଖଲ: ଆଗକୁ ହେବ ଲଢେଇ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ତତ୍ୱାବଧାନରେ ମଙ୍ଗଳବାର ଶେଷ ହୋଇଛି। ସଭାପତି ପଦବି ଲାଗି ସ୍ବରାଜ୍ୟ ପାଣିଗ୍ରାହୀ, ପ୍ରଭାତ କୁମାର ପଟ୍ଟନାୟକ, ରମାରଞ୍ଜନ ଦାଶ...

୨୬ ରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନେଇ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୫ଟି ପାଳି ଯାତ୍ରା ହେବ। ମାର୍ଚ୍ଚ ୨୬ରେ ପ୍ରଥମ ପାଳି,...

ଗଞ୍ଜାମବାସୀଙ୍କୁ ମିଳିଲା କାଳିଆ ଟଙ୍କା: ୫ ଲକ୍ଷ ଚାଷୀ ହେଲେ ଉପକୃତ

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): କାଳିଆ ଯୋଜନାରେ କାଳିଆ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଟ୍ରାନ୍ସଫର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲା ଛତ୍ରପୁର ସ୍ଥିତ ଜଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ...

ବିକାଶଠାରୁ ଦୂରରେ ଲୋକନାଥପୁର, ସମୂହ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଛତ୍ରପୁର,୧୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ପଞ୍ଚାୟତର ଲୋକନାଥପୁର ଶାସନ ଗାଁ ବିକାଶର ବହୁ ଦୂରରେ ରହିଛି। ରାସ୍ତାଘାଟଠୁ ନେଇ ମୌଳିକ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ଯାହାକୁ ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ନିର୍ବାଚନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri