ଜଗତ୍‌ସିଂହପୁର

ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ

କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନି। ସେପଟେ କେନାଲ ତଳମୁଣ୍ଡକୁ ପାଣି ଆସୁନାହିଁ। ଚାଷୀ ଜଳ ନ...

ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ

ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍‌ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି ସେକ୍ସନର ବିଲୁଆଖାଇ ଓ ଦେବୀ ନଦୀବନ୍ଧ ଦୀର୍ଘବର୍ଷ ହେଲା ମରାମତି ହୋଇପାରୁନାହିଁ। ଫଳରେ...

ବିପଦ ସୃଷ୍ଟି କରୁଛି ବାଡ଼ା ବିହୀନ ପୋଲ

ବାଲିଆ,୯।୮: ଜଳସେଚନ ବିଭାଗର ବେପରୁଆ ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜଳସେଚନ ବିଭାଗ ଅଧୀନ ମାଛଗାଁ ମୁଖ୍ୟ କେନାଲର କଇଜଙ୍ଗା ସେକ୍ସନ ଅନ୍ତର୍ଗତ...

ସୁରେନ୍ଦ୍ର ବେହେରା ହତ୍ୟା ମାମଲା: ଅଜୟଙ୍କୁ ଆଜୀବନ ଜେଲ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୭ା୮: ୨୦୧୪ ମସିହାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ଗୋପାଳପୁର କୁମ୍ଭାର ସାହିର ସୁରେନ୍ଦ୍ର ବେହେରା (୫୫) ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର...

ପାରାଦୀପରେ ପ୍ରଦୂଷଣ ନିୟନ୍ତ୍ରଣ ଚିନ୍ତା : ରୁଦ୍ଧଦ୍ୱାର ବୈଠକରେ ହେଲା ସମୀକ୍ଷା

ପାରାଦୀପ,୭ା୮(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ପାରାଦୀପକୁ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ। ଏଠାରେ ଧୂଳି ଧୂଅଁା ଆସ୍ତରଣ ଧାର୍ଯ୍ୟ ପାରାମିଟର (ପିଏମ୍‌-୧୦)ଠାରୁ ଦଶଗୁଣା ଅଧିକ...

ସମୟ ଗଡୁଛି, ସରୁନି ମାଷ୍ଟର ପ୍ଲାନ : ଅସଜଡ଼ା ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ,୭ା୮: ଦିନକୁ ଦିନ ଜଗତ୍‌ସିଂହପୁର ସହର ତା’ର କାୟା ବିସ୍ତାର କରିଚାଲିଛି। କିନ୍ତୁ ଏହା ଅସଜଡ଼ା ଭାବେ ସମ୍ପ୍ରସାରିତ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଟ୍ରାଫିକଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟସ୍ତ ହୋଇପଡୁଛି। ୨୦୧୭ରୁ...

ବିଦ୍ୟାଳୟ ମିଶ୍ରଣକୁ ନେଇ ବଢିଲା ସମସ୍ୟା : ଆସିଲେନି ଶିକ୍ଷକ, ଖୋଲିଲାନି ତାଲା

ବାଲିକୁଦା,୬ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଓ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ନେଇ ଉପୁଜିଥିବା ସମସ୍ୟା ସମାଧାନ ହେବା ବଦଳରେ ବଢିବାରେ ଲାଗିଛି। ପ୍ରଥମେ ଗତ ଜୁନ ୧୩ରେ ବଘେଇପୁର...

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ପାଳନ ହେଲା ଭାରତ ଉତ୍ସବ

ଜଗତ୍‌ସିଂହପୁର ଅଫିସ,୬ା୮: କଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। କଶ୍ମୀର ଦେଶର ଅନ୍ୟ କେନ୍ଦ୍ର ଶାସିତ...

ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ତୈଳ ବିଶୋଧନାଗାର ରାସ୍ତା

ପାରାଦୀପ,୫ା୮(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ରାସ୍ତାରେ ଫାଟକ ଲଗାଇବାକୁ ନେଇ ୨ବର୍ଷ ତଳେ ଅନେକ ବିବାଦ ମୁଣ୍ଡ ଟେକିଥିଲା। ଏପରି କି ଇଡ୍‌କୋ ଉକ୍ତ ଫାଟକକୁ ନେଇ ଆପତ୍ତି ଉଠାଇବା ସହ ରାସ୍ତାକୁ ମୁକ୍ତ ରଖିବାକୁ ସେତେବେଳେ ବିଶୋଧନାଗାର କର୍ତ୍ତୃପକ୍ଷଙ୍କୁ...

ଚାଷୀଙ୍କ କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୫ା୮(ସ୍ବ.ପ୍ର.): ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିବା ସହ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସର୍ବ ପ୍ରଥମ ଆବଶ୍ୟକତା ଜଳସେଚନ ସୁବିଧା ନ ଥିବାରୁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଉଗାଁ ବ୍ଲକରେ ସାଧାରଣତଃ...

ପୁଣି ତେଜିଲା ବିଜେଡିର ଗୋଷ୍ଠୀ ବିବାଦ : ରାଜଶ୍ରୀଙ୍କ ଗାଡ଼ି ଆଗରେ ଶୋଇଲେ ବିଷ୍ଣୁ ସମର୍ଥକ

ତିର୍ତ୍ତୋଲ,୫ା୮(ଡି.ଏନ.ଏ.): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ସମର୍ଥକମାନଙ୍କ ମଧ୍ୟରେ ବିବାଦକୁ ନେଇ ବହୁଥର ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତ କିଛିଦିନର ନୀରବତା ପରେ ଏବେ ପୁଣି ସେହି ବିବାଦ...

ସଙ୍କୁଚିତ ହେଉଛି ତାଳଦଣ୍ଡା କେନାଲ : କମିଲାଣି ଜଳଧାରଣ କ୍ଷମତା

ପାରାଦୀପ,୪ା୮(ସ୍ବ.ପ୍ର.): ପାରାଦୀପର ଜୀବନ ରେଖା ତାଳଦଣ୍ଡା କେନାଲ ଏବେ ସଙ୍କୁଚିତ ହେବା ସହ ପୋତିହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଲାଣି। କଟକରୁ ପାରାଦୀପ ପର୍ଯ୍ୟନ୍ତ ୮୦ କିମିର ଏହି କେନାଲରେ ୧୭ଟି ଛୋଟ ଶାଖା କେନାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri