ଜଗତ୍‌ସିଂହପୁର

୪ ବର୍ଷ ପରେବି ପୂରଣ ହେଉନି ପ୍ରତିଶ୍ରୁତି

ଜଗତ୍‌ସିଂହପୁର ଅଫିସ, ୨୪ା୬: ରାଜ୍ୟର ୨୦ଟି ଜିଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ପାଖାପାଖି ୪ ବର୍ଷ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ତାଲିକାରୁ ଜଗତ୍‌ସିଂହପୁର ଜିଲା ବାଦ୍‌ ପଡ଼ିଥିଲା। ସେଥିପାଇଁ ସେତେବେଳେ ଜିଲାବାସୀଙ୍କ ମଧ୍ୟରେ...

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର, ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି। କିନ୍ତୁ ନିଯୁକ୍ତି ସୁଯୋଗ...

ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା, ସିସିଟିଭିରେ କଏଦ

ଜଗତସିଂହପୁର ଅଫିସ,୨୨ା୬: ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରୁଥିବାର ଦୃଶ୍ୟ କଏଦ...

ଟ୍ରକ ଡାଲାରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର

ପାରାଦୀପ, ୨୧ା୬(ସ୍ବ.ପ୍ର.):ପାରାଦୀପ-ଚଣ୍ଡିଖୋଲ ୫୩ନଂ.ଜାତୀୟ ରାଜପଥରେ ପୁଣି ଟ୍ରକ ଚାଳକଙ୍କ ବର୍ବରତା ଦେଖିବାକୁ ମିଳିଛି। ମୋବାଇଲ୍‌ ଓ ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକଙ୍କ ହାତ ଗୋଡ଼ ବାନ୍ଧି ଟ୍ରକ ଡାଲାରେ ପକାଇ ଚାଳକ ନେଉଥିବାବେଳେ ଲୋକଙ୍କ ହାବୁଡରେ ପଡ଼ିଛନ୍ତି। ପାରାଦୀପ...

କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା କଥା। ବିଳମ୍ବ କଲେ ଅଗଷ୍ଟ ବେଳକୁ ପୋକ ଲାଗିବା ସମ୍ଭାବନା ଅଧିକ। ତେଣୁ...

ବିବାହ କରିବାକୁ ରାଜି: ବିଜୟ ଶଙ୍କର

ଜଗତ୍‌ସିଂହପୁର ଅଫିସ, ୨୦ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା (୨୯)ଙ୍କ ବିବାହ ପ୍ରସଙ୍ଗ ଦିନକୁ ଦିନ ଜଟିଳ ରୂପ...

ନାମକୁ ରାସ୍ତା ସଫେଇ : ଭାରିଯାନ ଯାତାୟାତରେ ବାଧା

ନାଉଗାଁ,୧୯।୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରତିବର୍ଷ ରାସ୍ତା ସଫେଇ ନାଁରେ ଲକ୍ଷାଧିକ ଖର୍ଚ୍ଚ ହେଉଛି। ମାତ୍ର ଏହି ସଫେଇ କାମ ନାମକୁ ମାତ୍ର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହାର ଉଦାହରଣ କୋକିଢିହ-ତେଲସରା ରାସ୍ତାରେ ଦେଖିବାକୁ ମିଳିଛି। ୧୨ କିଲୋମିଟର...

ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ୍‌

ଜଗତ୍‌ସିଂହପୁର ଅଫିସ,୧୯।୬: ଜଗତ୍‌ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ। ୧୯୯୯ ମହାବାତ୍ୟାରେ ଜିଲାର ବହୁ କ୍ଷତି ହୋଇଥିଲା। ବହୁ ଲୋକଙ୍କ ମୃତ୍ୟୁ ସାଙ୍ଗକୁ...

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ସୋମାଲିକା

ଜଗତ୍‌ସିଂହପୁର ଅଫିସ,୧୯।୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା ଦାଶ (୨୯)ଙ୍କ ବିବାହ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି।...

ବିବାହ ପାଇଁ ଆସିଲେନି ବିଧାୟକ: ଅପେକ୍ଷା କରି ଫେରିଲେ ସୁମାଲିକା

ଜଗତ୍‌ସିଂହପୁର ଅଫିସ, ୧୮ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଏବଂ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳି ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୁମାଲିକା ଦାଶ (୨୯) ପରସ୍ପରକୁ ବିବାହ କରିବାକୁ ଏକପ୍ରକାର ନିଷ୍ପତ୍ତି...

ବାଲିପ୍ଲଟ୍‌ର ଦୁଃଖ, ସଂଯୋଗ ରାସ୍ତା

ପାରାଦୀପ, ୧୭ା୬(ସ୍ବ.ପ୍ର.): ପାରାଦୀପ ଅଠରବାଙ୍କିର ସବୁଠାରୁ ଚଳଚଞ୍ଚଳ ଜାଗା ହେଲା ବାଲିପ୍ଲଟ୍‌। ପ୍ରତିଦିନ ବାଲିପ୍ଲଟ୍‌କୁ ୫ ହଜାରରୁ ଅଧିକ ଲୋକ ଯାତାୟାତ କରିଥାନ୍ତି। ତା’ ମଧ୍ୟରେ ରହିଛି ୧୦୬ଟି ମାଛଗଦି, ୧୪୮ଟି ଦୋକାନ ଘର, ପାରାଦୀପ ଡମ୍ପର ମାଲିକ ସଂଘ...

ଚାଲିପାରୁନି ସରକାରୀ ସମୁଦ୍ର ଘୋଡ଼ା

ପାରାଦୀପ,୧୭ା୬(ସ୍ବ.ପ୍ର.): ସମୁଦ୍ରରେ ବହିରାଗତ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ, ସାମୁଦ୍ରିକ ପାଟ୍ରୋଲିଂ, ଉପକୂଳ ମିଳିତ ସମରାଭ୍ୟାସ, ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ବିପଦରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର, ଆଦି କାମ କରୁଥିବା ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଏମ୍‌ଏଲ୍‌ସି ହର୍ଷ(ମେରାଇନ ଲଞ୍ଚ ସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri