ଯାଜପୁର

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ବରୀ,୯।୧୨(ସ୍ବ.ପ୍ର.) : ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଏରଡ଼ା ଗାଁ ନିକଟ ଏକ ନାଳପାର୍ଶ୍ୱରେ ସୋମବାର ପୂର୍ବାହ୍ନରେ ଜଣେ ଅଚିହ୍ନା ଯୁବକ(୨୨)ଙ୍କ ମୃତଦେହକୁ ବରୀ ପୋଲିସ ଉଦ୍ଧାର କରିଛି। ଅପରାହ୍ନ ସୁଦ୍ଧା ମୃତଦେହ ଚିହ୍ନଟ ହୋଇପାରିନାହିଁ। କେମିତି କ’ଣ...

ନିଶାରେ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା: ବହିଷ୍କାର ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଗଣଶିକ୍ଷକ ମହାନ୍ତ ପ୍ରାୟ ଶିକ୍ଷା ଦିବସରେ ନିଶାସକ୍ତ ହୋଇ ସ୍କୁଲକୁ...

ଜଳିଗଲା ଦୋକାନ ଘର

ଜେନାପୁର,୬।୧୨ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ ଅଧୀନ ଚଉଷଠିପଡ଼ା (ନଟିଲୋ) ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁବାସ ବେହେରା (୪୫)ଙ୍କ ମାଂସ ଦୋକାନ ଜଳିଯାଇଛି। ଏ ନେଇ ଗୁରୁବାର କେହି ଦୁର୍ବୃତ୍ତ ତାଙ୍କ...

ନିଶାସକ୍ତ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ରାସ୍ତାରେ ଛାତ୍ରୀଛାତ୍ରଙ୍କୁ ଆଣ୍ଠେଇ ବହିଷ୍କୃତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ...

ଯଖପୁରା ରେଲୱେ ଷ୍ଟେଶନ: ଜନଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ

ଯାଜପୁର ଅଫିସ,୬।୧୨ – ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଯଖପୁରା ରେଲୱେ ଷ୍ଟେଶନରେ ଜନ ଶତାବ୍ଦୀ ଏକ୍ସପ୍ରେସ ରହଣୀ ଆଶା ଉଜ୍ଜୀବିତ ହୋଇଛି। ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ ସଚିବଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ...

ଧର୍ମଶାଳା ତହସିଲ ୩ ବାଲିଘାଟରେ ୧୪୪ ଧାରା ଜାରି

ଜେନାପୁର,୬।୧୨ (ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ଜେନାପୁର, ବୃନ୍ଦାଦେଈପୁର ଓ ମର୍ଜିତାପୁର ବାଲି ଘାଟରେ ଗୁରୁବାର ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ା ଧର୍ମଶାଳା ତହସିଲ ଓ ଜେନାପୁର ପୋଲିସ ମିଳିତ ଭାବେ ପ୍ରଥମେ...

ପାର୍କିଂ ୟାର୍ଡରୁ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳିଙ୍ଗନଗର,୬।୧୨ (ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ସାତବାଇଁଶିଆ ଛକ ନିକଟ ଏକ ଘରୋଇ ଟ୍ରକ୍‌ ପାର୍କିଂ ୟାଡ୍‌ରୁ ଗୁରୁବାର ଦାନଗଦୀ ପୋଲିସ ଜଣେ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣ ହେଲେ ବିହାରର କୁମୁଡା ଥାନା ସିତାମ୍ବରୀ ଜିଲା ବିସିନିପୁର...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଯାଜପୁର ରୋଡ୍‌,୬।୧୨ (ନି.ପ୍ର.)- ଯାଜପୁର ରୋଡ ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ(୫୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ...

ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍‌ପିଙ୍କୁ ଭେଟିଲେ ଟ୍ରକ୍‌ ମାଲିକ ସଂଘ

କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍‌ ଲୋଡିଂକୁ ନେଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ କରୁଛନ୍ତି। ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଗାଡି ଲୋଡିଂ କରାଯାଇଥିବା ବେଳେ...

ବରୀ ବିଇଓଙ୍କ କାର୍ଯ୍ୟାଳୟରେ ବିଧାୟିକାଙ୍କ ସମୀକ୍ଷା ବୈଠକ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ବରୀ,୬।୧୨ (ସ୍ବ.ପ୍ର.)- ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିଧାୟିକା ସୁନନ୍ଦା ଦାସ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଇଓ ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ବାରୀ ବ୍ଲକ ଶିକ୍ଷା ମଣ୍ଡଳୀ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଅବ୍ୟବସ୍ଥା,...

ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଦୁଇଟି ଭାଲୁ, ଜଣେ ଗୁରୁତର

ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ଜିଲା ରାଣୀପଡ଼ା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ ଗୁରୁବାର ସକାଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର...

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ ହେଲେ ମକରନ୍ଦ ପ୍ରଧାନ। ଗୁରୁବାର ମକରନ୍ଦ ମଦ ପିଇ ବିଳମ୍ବରେ ସ୍କୁଲକୁ ଆସିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri