ଯାଜପୁର

ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ କର୍ମଶାଳା

ଯାଜପୁର ରୋଡ,୨|୮(ନି.ପ୍ର.)- ଯାଜପୁର ଜିଲା ଶିଳ୍ପକେନ୍ଦ୍ର ଏବଂ ଆଲ୍ଲାହାବାଦ ବ୍ୟାଙ୍କର ମିଳିତ ସହଯୋଗରେ ଗୁରୁବାର ଯାଜପୁର ରୋଡସ୍ଥିତ ଉଚ୍ଛବପ୍ୟାଲେସ୍‌ଠାରେ କ୍ଷୁୁଦ୍ର ଉଦ୍ୟୋଗ ଶିଳ୍ପସଂସ୍ଥା(ଏମ୍‌ଏସ୍‌ଏମ୍‌ଇ) ପ୍ରକଳ୍ପ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଡିଜିଏମ୍‌ ସନ୍ଦୀପ ଗୋଷଲ, ଫେରୋକ୍ରୋମ...

ଓଭରବ୍ରିଜ୍‌ କଡ଼ ପାଲଟିଛି ଆବର୍ଜନା ସ୍ଥଳ

କୋରେଇ,୨|୮(ସ୍ବ.ପ୍ର.)- ପାଣିକୋଇଲି ଓଭର ବ୍ରିଜ୍‌ ପାର୍ଶ୍ୱ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଏଠାରେ ରହିଥିବା ବିଭିନ୍ନ ବ୍ୟବସାୟୀମାନେ ପ୍ରତ୍ୟହ ଆବର୍ଜନାକୁ ପୋଡିବା ପରିବର୍ତ୍ତେ ଓଭରବ୍ରିଜ କଡ଼ରେ ଗଦା କରୁଛନ୍ତି। ଏପରକିି ବ୍ରିଜ୍‌ ଦେଇ ଯାଉଥିବା ଯାତ୍ରୀମାନେ ମଧ୍ୟ ଏଠାରେ ଅବର୍ଜନା...

୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା କ୍ରୋମାଇଟ ଖଣି ଟ୍ରକ୍‌ ମାଲିକ ସଂଘ ପରିବହନ ବନ୍ଦ ଆନ୍ଦୋଳନ ଜାରି ରଖିଛି...

ବ୍ରାଉନ ସୁଗାର ବ୍ୟବସାୟୀ କୋର୍ଟ ଚାଲାଣ

ଯାଜପୁର ରୋଡ,୨|୮(ନି.ପ୍ର୍ର)- ଯାଜପୁରପୁର ରୋଡ୍‌ ଗୋପବନ୍ଧୁ ନଗରର ନହକା ଛକଠାରେ ଗିରଫ ହୋଇଥିବା ୩ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏ ନେଇ ଗୁରୁବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯାଜପୁର ରୋଡ ଏସଡିପିଓ...

ବିଦ୍ୟାଳୟରେ ପାଞ୍ଚ ମାସ ମଧ୍ୟାହ୍ନ ଭୋଜନ ବନ୍ଦ: ଜିଲାପାଳଙ୍କ ନିକଟରେ ଅଭିଯୋଗ କଲା ପରିଚାଳନା କମିଟି

ବରୀ,୨|୮(ସ୍ବ.ପ୍ର)- ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତର କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ମାସ ହେବ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଗୁରୁବାର ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥି ସହିତ ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି) ଜମା...

ମାନସିକ ବିକାରଗ୍ରସ୍ତଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ,୨।୮(ଡି.ଏନ.ଏ)- ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଦରେଶ୍ୱରଠାରେ ଜଣେ ମାନସିକ ବିକାରଗ୍ରସ୍ତଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହେବ। ସେ ବନ୍ଦରେଶ୍ୱର ଅଞ୍ଚଳରେ ବୁଲୁଥିବା...

ଦୋକାନ ବାରଣ୍ଡାରେ ଦିବ୍ୟାଙ୍ଗ ପରିବାର ମୁଣ୍ଡ ଗୁଞ୍ଜିବା ଘଟଣା: କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ତହସିଲଦାର

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ତହସିଲ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଖଣ୍ଡାସ ରାଜସ୍ବ ଗ୍ରାମର ସରକାରୀ ଜାଗାରେ ବାସ କରୁଥିବା ଦିବ୍ୟାଙ୍ଗ ଦେବକୀ ପରିବାର ଫନୀ ବାତ୍ୟା ଯୋଗୁ ବାସହରା ହୋଇଯାଇଥିଲେ। ଏହା ଭିତରେ ୩ମାସ ବିତିଯାଇଥିଲେ ହେଁ ଉକ୍ତ ପରିବାରକୁ କୌଣସି...

କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା: ଜଣେ ରିଟେଲର ନିଲମ୍ବିତ,୨ ଜଣଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ବ୍ଲକ ଅଧୀନ କଲଣ ପଞ୍ଚାୟତର ବେସରକାରୀ ଖୁଚରା ବିକ୍ରେତା(ରିଟେଲର) କାଳନ୍ଦୀ ଚରଣ ସାହୁଙ୍କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ନିଲମ୍ବନ କରିଛନ୍ତି ା ଏଥିସହ ଉପଜିଲାପାଳ ଏହି ପଞ୍ଚାୟତର ଅନ୍ୟ ଦୁଇଜଣ ନିଲମ୍ବିତ ରିଟେଲର ରାଜେଶ...

ଜିଆରଏସ୍‌ଙ୍କ ବିରୋଧରେ ସରପଞ୍ଚ, ସମିତି ସଭ୍ୟାଙ୍କ ଅଭିଯୋଗ

ଛତିଆ,୨।୮(ଡିଏନ୍‌ଏ)- ବଡଚଣା ପଞ୍ଚାୟତ ସମିତି ଅଧୀନ ସମିଆଁ ପଞ୍ଚାୟତର ଜଣେ ଜିଆର୍‌ଏସ୍‌ଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସରପଞ୍ଚ ଓ ସମିତି ସଭ୍ୟ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ପ୍ରକାଶ ଯେ, ସମିଆଁ ପଞ୍ଚାୟତର ସରପଞ୍ଚ...

ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ: ୧୧୭ କୋଟି ଖର୍ଚ୍ଚ ସତ୍ତ୍ୱେ ବଦଳୁନି ରାସ୍ତା ଅବସ୍ଥା

ଯାଜପୁର ଅଫିସ,୨|୮- ଯାଜପୁର ଜିଲାର ମୋଟ ୧୭୮୧ରୁ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇପାରି ନାହିଁ। ଚଳିତ ବିଧାନସଭାର ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା ୧୯୬ର ଉତ୍ତରରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଏହି ଉତ୍ତର ରଖିଥିଲେ।...

ରସୁଲପୁର ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲାପାଳ ରଞ୍ଜନକୁମାର ଦାସ ବୁଧବାର ପୂର୍ବାହ୍ନରେ ରସୁଲପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଦାସ ଧର୍ମଶାଳା ବ୍ଲକ ଜାରକା ବଜାରସ୍ଥିତ ତ୍ରିନାଥ ମନ୍ଦିରଠାରେ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବାଟରେ ଏହି...

ଅସହାୟ ମା’,ଝିଅଙ୍କୁ ସହାୟତାର ହାତ ବଢ଼ାଇଲେ ତହସିଲଦାର

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ପଠାଣ ମହାଲାରେ ରହୁଥିବା ମା’ ୱାହେଦା ପରବିନ୍‌ ଓ ତାଙ୍କ ୧୨ବର୍ଷର ଝିଅଙ୍କୁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସହାୟତାରେ ବଢାଇଛନ୍ତି। ଏହି ମା’ଝିଅ ଗତ କିଛିଦିନ ହେଲା ଅର୍ଥାଭାବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri