ଯାଜପୁର

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର । ତେବେ ଏକଥାକୁ ବିଭିନ୍ନ ସମୟରେ ବାସ୍ତବତାର ରୂପ ଦେଇ ଶିଶୁ ଦିବସରେ ବିଭିନ୍ନ...

ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ ପ୍ରତି ମଧ୍ୟ ଚିନ୍ତା କରାଯାଉ ନାହିଁ। ୩ଟି ସ୍କୁଲଠାରୁ ମାତ୍ର ୫୦୦ ମିଟର...

ରାମ୍‌କୋକୁ ୧.୫୨ କୋଟି ଜରିମାନା

ଯାଜପୁର,୧୪ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାଶପୁରରେ ପ୍ରତିଷ୍ଠା ହୋଇଥିବା ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କାରଖାନା ଆଇନଗତ ଅଧିକାର ନ ଥିବା ୫.୪୨ ଏକର ଶ୍ମଶାନ, ଜଳାଶୟ ଏବଂ ଗ୍ରାମ୍ୟ ଜଙ୍ଗଲକୁ ଦଖଲ କରିଛି। ଏନେଇ ପ୍ରିନ୍ସିପାଲ...

ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌

ଯାଜପୁର,୧୩ା୧୧(ହର୍ଷବର୍ଦ୍ଧନ ବେହେରା):ରାଜ୍ୟର ନିରୀହ ଗରିବ କୃଷକଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି। ଏହି କ୍ରମରେ ୨୦୨୨ ପାକ୍ସ ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ ଋଣ ପାସ୍‌ ବହି କିମ୍ବା...

ପ୍ରଥମେ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ବାହାର କଲେ: ପରେ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ବାପା

ବିଞ୍ଝାରପୁର,୧୨ା୧୧(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ନାବାଳିକାଙ୍କ ବାପାଙ୍କୁ ଅଟକ...

ବିକାଶର ପ୍ରୟୋଗଶାଳା ଏବେ ଦିଗହରା ଧର୍ମଶାଳା

ଧର୍ମଶାଳା/କାଏମା,୧୧ା୧୧(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକର ଶାନ୍ତିବାଜରଠାରେ ପୂର୍ବାହ୍ନରେ ଶତାଧିକ ବିଜେଡି କର୍ମୀ ଏକତ୍ରିତ ହୋଇ ବଡ଼ମଙ୍ଗଳପୁର, ବାଲିଗରି, ନରସିଂହପୁର,...

ବିଜେଡି ସମର୍ଥକ ସରପଞ୍ଚଙ୍କ ହାତ: ଭାଜପା

ଯାଜପୁର,୧୦।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାହାସୋଇ ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ୍‌ ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି। ଏନେଇ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ସମସ୍ତ ପ୍ରକଳ୍ପର ସବିଶେଷ...

ସୂଚନା ଅଧିକାର କର୍ମୀ, ସ୍ତ୍ରୀଙ୍କୁ ମାଡ଼ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ ଦାବି

ଯାଜପୁର,୧୦।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଓ ଅନୁଦାନ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ତଥ୍ୟ ମାଗିବାରୁ ସୂଚନାଧିକାର କର୍ମୀ ଓ ତାଙ୍କ ସ୍ତ୍ରୀଙ୍କ ରାସ୍ତାରେ ଘୋଷାଡି ମରଣାନ୍ତକ ଆକ୍ରମଣ...

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ ଖୋଲିନାହାନ୍ତି । ଯାଜପୁରର ଗଣପର୍ବ କାଳୀପୂଜା ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ...

ଅଧିକ ଭୋଟ୍‌ ପାଇଁ ଭୋଟରମାନଙ୍କୁ ପ୍ରଣାମ ଜଣାଇଲେ ବବି ଦାସ, କହିଲେ ଯାଜପୁର ମାଟି…

ବରୀ,୪ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରବିବାର ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହା ସ୍ଥାନୀୟ ବରୀ ମାଉଣ୍ଡଠାରୁ ଆରମ୍ଭ ହୋଇ ଅଟିରା ପଞ୍ଚାୟତସ୍ଥିତ ସନ୍ଥନ ମଠଠାରେ ଶେଷ ହୋଇଛି।...

ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ମଦ ବୋଝେଇ ମିନି ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ମଦ ବୋଝେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri