ଯାଜପୁର

ଅବଧି ସରିଲାଣି, କାମ ସରୁନି

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତର ଜନକଠାରୁ ନିଆଳି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ୨୦୨୧ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୨୨ ଅଗଷ୍ଟ ୭ରେ...

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଥିବା ମୂଲ୍ୟବାନ ସାମଗ୍ରୀ

ସିଂହପୁର,୨୨ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ରାହସ ଗୁହାଳି ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ସାମଲ ଓ ସତ୍ୟବ୍ରତ ସାମଲଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ପରିବାର ଲୋକେ ଶୋଇଥିବା...

ଖରସ୍ରୋତାର ଦୁର୍ବଳ ନଦୀବନ୍ଧ ହାଣି ଗୋଡ଼ା ନିର୍ମାଣ

ଯାଜପୁର ସଦର,୨୨।୩(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତର କଳସପୁର ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତା ଖରସ୍ରୋତା ନଦୀବନ୍ଧକୁ ଲାଗିଛି। ତେଣୁ ଉକ୍ତ ଘାଟରୁ ବାଲି ପରିବହନ ପାଇଁ ଖରସ୍ରୋତାର ଦୁର୍ବଳ ନଦୀବନ୍ଧକୁ ହାଣି ଗୋଡ଼ା ନିର୍ମାଣ କରାଯାଇଛି। ଫଳରେ...

କ୍ଷତିପୂରଣ ପାଇଲେନି ଚାଷୀ

ଯାଜପୁର ଅଫିସ,୨୨।୩: ଯାଜପୁର ଜିଲାର ଅନ୍ୟତମ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ଉନ୍ନୟନ କାର୍ଯ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜା କ୍ଷତିଗ୍ରସ୍ତ ହେଉଛନ୍ତି। ୧୯୩୨ରୁ ରାଜାଙ୍କଠାରୁ ପଟ୍ଟା ପାଇ ଚାଷବାସ କରି ଆସୁଥିବା ଚାଷୀଙ୍କୁ ଉଚିତ କ୍ଷତିପୂରଣ ନ ଦେଇ...

ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ସ୍ବତନ୍ତ୍ର ଶିକ୍ଷକ

ରସୁଲପୁର,୨୨।୩(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନରେ ୨୫୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୧୫ଟି ବିଦ୍ୟାଳୟରେ ୨୪୦ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି। ହେଲେ ସେସବୁ ବିଦ୍ୟାଳୟଗୁଡ଼ିକରେ ତାଲିମପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ। ଏ ଦିଗରେ ରହିଆସୁଥିବା କୋର୍ଟ...

ମରାମତି, ନିର୍ମାଣରେ ବ୍ୟାପକ ହରିଲୁଟ

ଯାଜପୁର ଅଫିସ,୨୧ା୩:ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନ ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ହୋଇ ଧାର୍ଯ୍ୟ ସମୟ ପୂର୍ବରୁ ଗମନାଗମନ ଅନୁପଯୋଗୀ ହୋଇପଡ଼ୁଛି। ବ୍ୟାପକ ପିସି କାରବାର ଓ ଠିକାଦାର ପ୍ରୀତି ଯୋଗୁ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଏଭଳି...

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା

ଯାଜପୁର ଟାଉନ,୨୧ା୩(ଡି.ଏନ.ଏ.): ଯାଜପୁର ସହର ନିକଟସ୍ଥ ବାମଦେବପୁର ଗ୍ରାମର ଜଣେ ମାଟ୍ରିକ ପରୀକ୍ଷାଥର୍ର୍ୀ ପରୀକ୍ଷା ଶେଷ ହେବା ପୂର୍ବରୁ ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବାମଦେବପୁର (ବରହଟା) ଯଯାତିକେଶରୀ ଉଚ୍ଚ ବିଦ୍ୟାଳୟର ରଶ୍ମୀବାଳା ପାହିଲ। ରଶ୍ମୀ ଯାଜପୁର ମ୍ୟୁନିସିପାଲିଟି ହାଇସ୍କୁଲରେ...

ସଜେଇ ହେଉଛି କ୍ଷୀରନଦୀ ପୀଠ

ରସୁଲପୁର,୨୦ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ଓ ଶ୍ରୀବନ୍ତପୁର ପଞ୍ଚାୟତର ମଧ୍ୟବର୍ତ୍ତୀ ସ୍ଥଳ କ୍ଷୀର ନଦୀ ପୀଠରେ ମା’ ବିରଜା ବିଶ୍ୱରୂପା ନବକୁଣ୍ଡିୟ ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ ବିରଜାଙ୍କ ନିର୍ଦ୍ଦେଶକ୍ରମେ ଭୂମିପୂଜନ ଦିବସରୁ ଆଜ୍ଞାମାଳ...

ପ୍ରକଳ୍ପ ଅଛି, ପାଣି ମିଳୁନି

ବିଞ୍ଝାରପୁର,୨୦ା୩(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ଉତ୍ତରକୂଳ ପଞ୍ଚାୟତ ପାରିପଦା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି। ଉକ୍ତ ପଞ୍ଚାୟତରେ ବସୁଧା ପାନୀୟ ଜଳ ପ୍ରକଳ୍ପ ଅଛି, ହେଲେ ଗ୍ରାମବାସୀଙ୍କୁ ପାଣି ମିଳୁନି। ଫଳରେ ଗ୍ରାମରେ ଥିବା ଗୋଟିଏ ନଳକୂଅ ଉପରେ ୧୩୦...

କଲରଙ୍ଗୀ କ୍ରୋମାଇଟ ମାଇନ୍ସ ଖୋଲିବାକୁ ଦାବି

ଯାଜପୁର ଅଫିସ,୨୦ା୩ : ଶିଳ୍ପପତି, କର୍ପୋରେଟ ହାଉସ, ଖଣି ମାଲିକ, ଠିକାଦାର, ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭକରି ବଡ଼ ଅଫିସର ପର୍ଯ୍ୟନ୍ତ ବିଭିନ୍ନ ଖଣିରୁ ବିପୁଳ ଟଙ୍କା ହଡପ କଲେଣି। ଶାହା କମିଶନ ସୁପାରିଶକୁ ମଧ୍ୟ ଅଣଦେଖା କରାଯାଇଛି। ଏପରି କି...

କିଡ୍‌ନୀ ରୋଗ କବଳରେ ୧୦ରୁ ଊର୍ଦ୍ଧ୍ୱ ଗାଁ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୦ା୩ : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଗାଁ ଲୋକଙ୍କ ଜୀବନ କିଡ୍‌ନୀ ରୋଗ ପାଇଁ ଦୁର୍ବିସହ ହୋଇପଡିଛି। ୪୦ ବର୍ଷ ଟପିଲେ ବହୁ ଲୋକଙ୍କ ଜୀବନ ସଙ୍କଟାପନ୍ନ ହେଉଛି। ଅତି ପ୍ରଦୂଷିତ ୬ଟି...

ବାରୁଣୀ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଯାଜପୁର ଟାଉନ,୧୯ା୩(ଡି.ଏନ.ଏ.): ୩ ବର୍ଷ ବ୍ୟବଧାନ ପରେ ଯାଜପୁର ଦଶାଶ୍ୱମେଧଘାଟଠାରେ ବାରୁଣୀ ଯୋଗରେ ରବିବାର ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି। ପୂର୍ବରୁ କରୋନା ପାଇଁ ୩ ବର୍ଷ ବାରୁଣୀ ବୁଡ଼କୁ ପ୍ରଶାସନ ବାରଣ କରିଥିଲା। ଫଳରେ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ ଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri