କଳାହାଣ୍ଡି

ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ

କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା ବ୍ଲକ ଗସ୍ତ କରିଥିଲେ। ସେ କାଶିବାହଲ ପଞ୍ଚାୟତ ଗସ୍ତ କରି ଫେରିବା ପରେ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କୁ କଳାପତାକା ଦେଖାଇଲା ଯୁବ କଂଗ୍ରେସ

ଭବାନୀପାଟଣା,୧୩।୧: ଗୁରୁବାର କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିପ୍ଟ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ବୁଧବାର ଭବାନୀପାଟଣା ସହର ନକଟିଗୁଡା ଛକଠାରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ସଙ୍ଗଠାନିକ ସମ୍ପାଦକ...

୨ ବାଇକ୍‌ ମୁହାଁ ମୁହିଁ: ଜିପିଓ ଗୁରୁତର

ଜୁନାଗଡ଼,୧୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଟିଗାଁ ନିକଟରେ ମଙ୍ଗଳବାର ୨ ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ଜିପିଓ) ଜ୍ଞାନ ରଞ୍ଜନ ଭୋଇ ଗୁରୁତର ଆହତ ହୋଇଛନ୍ତି।...

୧୦ ହଜାର ଲାଞ୍ଚ ନେଇ ଆଇସିଡିଏସ୍‌ ସୁପରଭାଇଜର ଗିରଫ

ଭବାନୀପାଟଣା,୧୨।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କୁଟୁରୁଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବାନୀପାଟଣା ବ୍ଲକ କୁରୁମାଚୁଆଁର ଅଙ୍ଗନୱାଡି କର୍ମୀ ସୀମନ୍ତିନୀ ନାଏକଙ୍କଠାରୁ ଅକ୍ଟୋବର,...

୧୪ରେ ଇନ୍ଦ୍ରାବତୀ ମେଗାଲିପ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୦।୧: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇସାରିଛି। ଆସନ୍ତା ୧୪ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଜିଲାର...

ଖୋଲିଲା ସ୍କୁଲ: ଆସିଲେନି ପିଲା

କୋକସରା,୮।୧: ଶୁକ୍ରବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥିବା ୨୫ଟି ହାଇସ୍କୁଲ ଖୋଲିଛି। ସେଥିମଧ୍ୟରୁ ୨୩ ହାଇସ୍କୁଲରେ ଉପସ୍ଥାନ କମ୍‌ ବେଶି ରହିଥିବା ବେଳେ ବ୍ଲକର ଫୁପଗାଁ ହାଇସ୍କୁଲ ଓ ଆମପଣି ଏସ୍‌ଏସଡି ହାଇସ୍କୁଲରେ ପିଲାଙ୍କ ଉପସ୍ଥାନ ଶୂନ ରହିଛି।...

ଜୁନାଗଡ: ପ୍ରଥମ ଦିନରେ ପଢିବାକୁ ଆସିଲେ ୧୦୧୮ ଛାତ୍ରୀଛାତ୍ର

ଜୁନାଗଡ଼,୮।୧: କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ମାସ ବ୍ୟବଧାନ ପରେ ଶୁକ୍ରବାର ହାଇସ୍କୁଲଗୁଡିକ ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲର କେବଳ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଅଧ୍ୟୟନ କରିବେ...

୪.୬୨ ଲକ୍ଷ ଟଙ୍କା ଠକେଇ, ଫାଇନାନ୍ସ କମ୍ପାନୀର କର୍ମଚାରୀ କହୁଥିବା ଯୁବକ ଗିରଫ

କୋକସରା,୭।୧: କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ରାବଣଗୁଡା ଗ୍ରାମର କିଛି ଲୋକଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ...

ଆମପାଣି ଘାଟିରେ ବୁଲୁଛି କଳରାପତରିିଆ ବାଘ: ଜଙ୍ଗଲ ଭିତରକୁ ନ ଯିବାକୁ ବନ ବିଭାଗର ପରାମର୍ଶ

କୋକସରା,୬।୧: କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ସୋମବାର ରାତିରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଉନୀ ଗାଁର ଆଲୋକ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗମାନେ ରାତିରେ ଜୟପୁରରୁ ଗାଁକୁ ଫେରୁଥିଲେ। ସେତିକିବେଳେ ବାଘଟି ଘାଟି...

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ ଶବର(୨୮) ଓ ପୁତୁରାଙ୍କ ନାମ ଟିକେମଣି ଶବର(୨୨)। ଉଭୟଙ୍କ ଘର ଧର୍ମଗଡ଼ ବ୍ଲକ...

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବାନୀପାଟଣା ଯମୁନାସାଗର ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କୁ ଆଶାକର୍ମୀ କରାଇ...

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ

ଜୁନାଗଡ଼/କୋକସରା, ୫।୧: କଟକ ଜିଲା ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ହତ୍ୟା ଘଟଣା ନେଇ ମଙ୍ଗଳବାର ଜୁନାଗଡ଼ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri