କଳାହାଣ୍ଡି

ଫାର୍ମହାଉସରେ ବନବିଭାଗର ଚଢାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ବୁରାଟ ଗାଁରେ ଏକ ଫାର୍ମହାଉସ୍‌ ଭିତରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ଫାର୍ମହାଉସ ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ୧୦୦...

ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଧର୍ମଗଡ଼,୧୯।୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମୋବାଇଲରୁ...

କଳାହାଣ୍ଡି : ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୧,୧୬୫ ଛାତ୍ରୀଛାତ୍ର

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): ଚଳିତ ବର୍ଷ କଳାହାଣ୍ଡି ଜିଲାର ୩୩୬ଟି ହାଇସ୍କୁଲର ୨୧ ହଜାର ୧୬୫ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ଜିଲାରେ ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷାରେ ଜିଲାର ୧୯ ହଜାର ୭୩୯ ରେଗୁଲାର ଛାତ୍ରୀଛାତ୍ର,...

କର୍ଲାମୁଣ୍ଡା ବ୍ଲକ: ୬ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ ୧୨୪୧ ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୧୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୩ଟି ହାଇସ୍କୁଲରୁ ୧୨୪୧ ଛାତ୍ରୀଛାତ୍ର ୬ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ। ତେବେ ରିଷିଡା ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାକେନ୍ଦ୍ରରେ ସର୍ବାଧିକ ୨୭୧ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ...

ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

  କଲମପୁର, ୧୮।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪) ଆର ପୁଓ ପ୍ରଭାସ ଛତ୍ରିଆ(୩) ରକତ୍‌ କମ୍‌ଜୋରି(ସିକଲସେଲ) ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ...

ଚୋରି ପର୍ଦ୍ଦାଫାଶ: ୪ ଗିରଫ, ଟଙ୍କା,ଅଳଙ୍କାର ଜବତ

କେସିଙ୍ଗା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ୯ ନମ୍ବର ୱାର୍ଡର ମଧୁ ଠାକୁରଙ୍କ ଘରେ ଶୁକ୍ରବାର ରାତିରେ ଚୋରି ହୋଇଥିଲା। ଏ ନେଇ ଶନିବାର କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ...

କଳାହାଣ୍ଡିର ୪ ଚାଇନା ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର: ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଭବାନୀପାଟଣା,୧୬।୨(ଡି.ଏନ୍‌.ଏ.): ଚାଇନାରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କଳାହାଣ୍ଡି ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତେବେ ଏଠାରେ ଏଯାବତ୍‌ ଭାଇରସ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ...

ବିଦ୍ୟୁତ୍‌ ତାର ବିପଦସଙ୍କୁଳ: ପରିବର୍ତ୍ତନ ଦାବି କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଯୋଗୁ ଆଗାମୀ ଦିନରେ ଦୁର୍ଘଟଣା ଘଟିବା ଯଥେଷ୍ଟ ସମ୍ଭାବନା ରହିଛି। ବ୍ଲକ ସଦରଠାରେ ଥିବା ସରସ୍ବତୀ ଶିଶୁମନ୍ଦିର ଶ୍ରେଣୀଗୃହକୁ ଲାଗି ଟ୍ରାନ୍ସଫର୍ମର ରହିଛି। ଠିକ୍‌ ସେହିଭଳି ସର୍ଗୁଲ ମାଲପଡ଼ା...

ଆଇବୁଢ଼ୀର ହାତେ ନାତି ନାତେନର ଭବିଷତ୍‌

ଭବାନୀପାଟଣା, ୧୬।୨ (ଡି.ଏନ୍‌.ଏ.)- ମୁଡ଼ ଗୁଁଜ୍‌ବାକେ ଘର ନାଇଁ କି ଭୋକ୍‌ ମେଟାବାକେ ଖାଏଦ୍‌ ନାଇଁ। ଇଆଡ଼େ କମେଇ ଖାଏବାକେ ଦିହିରେ ବଲ୍‌ବପୁ ନାଇଁ। ଉପରେ ନାତି ନାତେନର ବୋଝ୍‌ ଆଇବୁଢ଼ୀକେ ବୁଧିବନା କରିଦେଉଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା...

ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ

ଭବାନୀପାଟଣା,୧୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାବତଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି ା ସ୍ବର୍ଗତ ସାବତ ଜଣେ ଆଦର୍ଶ ଶିକ୍ଷକ ଭାବେ କଳାହାଣ୍ଡି ଜିଲାରେ ପରିଚିତ ଥିଲେ...

ପରମିଟ୍‌ ପାସ୍‌ ସାଜିଛି ପ୍ରତିବନ୍ଧକ: ମଣ୍ଡିରୁ ଉଠୁନି ଧାନ

କର୍ଲାମୁଣ୍ଡା, (ଡି.ଏନ୍‌.ଏ)୧୫।୨: ପରମିଟ୍‌ ପାସ ବନ୍ଦ ହେବା ଯୋଗୁ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ଦେଖାଦେଇଛି। ଏଭଳି ସମସ୍ୟା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ମଧ୍ୟ ଦେଖିବାକୁ...

ଭତା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବୁରୁଧ୍‌

ପର୍ଲା, ୧୪।୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବ୍ରହ୍ମଣଛେଣ୍ଡିଆ ପଁଚେତ୍‌ ଚିଲିଚିଲା ଗଁାର ବୁରୁଧ୍‌ ଧବଳେଶ୍ୱର ହଂସ(୬୯)। ସେ ଝନେ ଭିନ୍ନକ୍ଷମ ଆଏ। ହେଲେ ଆଏଜ୍‌ ବି ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ସେ ଅଭିଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri