ବିଦ୍ୟୁତତାର ଲାଗି ଚାଲିଗଲା ଯୁବକଙ୍କ ଜୀବନ
ନର୍ଲା,୮।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ୍ ପଞ୍ଚାୟତର ବରଗା ଗ୍ରାମର ଭିକାରୀ ସାହୁ (୩୦) ବିଦ୍ୟୁତତାର ସଂସ୍ପର୍ଶରେ ଆସିବାରୁ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ସେ ଅସୁରଗଡ଼ ଗ୍ରାମର ରୋହିତ ମହାନନ୍ଦଙ୍କ ଷ୍ଟାଣ୍ଡ ହାଉସ ଠାରେ...
ଘରେ ପଶିଲା ଆଳୁ ବୋଝେଇ ଟ୍ରକ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ବର୍ତ୍ତିଲେ ସ୍ବାମୀ
କେସିଙ୍ଗା,୮।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କନ୍ତେସିର ଗ୍ରାମର ଜାତୀୟ ରାଜପଥ ୨୬ ନିକଟରେ ଥିବା ଏକଘର ଭିତରେ ଶନିବାର ସକାଳେ ଆଳୁ ବୋଝେଇ ଟ୍ରକ ପଶିଯାଇଥିଲା। ଏଥିରେ ମନ୍ଦନୀ ରଣାଙ୍କ (୫୬) ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମନ୍ଦନୀ ରଣାଙ୍କ...
ଗଛ ତଳେ କ୍ୱାରେଣ୍ଟିନ୍ ଥିଲେ କରୋନା ଆକ୍ରାନ୍ତ
କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି ସୁବିଧା ନ ଥିବାରୁ ଗାଁମୁଣ୍ଡ ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। ଘଟଣା...
ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ଚାଲିଗଲା ପଡ଼ୋଶୀର ଜୀବନ
ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଏକ ଅଘଟଣ ଘଟିଛି । ସହରର ମନ୍ଦାରବଗିଚାପଡ଼ାରେ ରାଜୁ ରଣା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରୁଥିଲେ। ଭଡା ଘରେ ରହୁଥିବା ପଡୋଶୀ ରବୀନ୍ଦ୍ର ପାତ୍ର ଛଡାଇବାକୁ ଆସିଥିଲେ।...
କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ
ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ...
ମେ’ ୨ ଯାଏ ବନ୍ଦ ରହିବ ବଜାର
ଭବାନୀପାଟଣା,୨୬।୪ କଳାହାଣ୍ଡି ବଣିକ ସଂଘ ପକ୍ଷରୁ ଆସନ୍ତା ୨୮ ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରାଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଏ ନେଇ ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିବା...
ଖାଲିପଡ଼ିଛି ଡାକ୍ତର ପଦବୀ, ରୋଗୀସେବା ବିପର୍ଯ୍ୟସ୍ତ
କର୍ଲାମୁଣ୍ଡା,୨୫।୪(ଡି.ଏନ୍.ଏ.): ସାଧାରଣ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଡାକ୍ତରଖାନା ଖୋଲିଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ାସ୍ଥିତ ପୁରାତନ ଡାକ୍ତରଖାନାରେ...
ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ମୃତ
ଭବାନୀପାଟଣା/ଫୁଲବାଣୀ,୨୩।୪: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼ ଅଞ୍ଚଳରେ ଶୁକ୍ରବାର ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓବାଦୀମାନେ ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ...
ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ଆର୍ଆଇ
କର୍ଲାମୁଣ୍ଡା,୨୩।୪(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆର୍ଆଇ ରମେଶ ବରାଳ। ଏକ ଡିମାରକେଶନ ରିପୋର୍ଟ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନାନୁଯାୟୀ, ରିଞ୍ଜା ଗ୍ରାମର ବିରଞ୍ଚି ଚୌଧୁରୀ କର୍ଲାମୁଣ୍ଡାଠାରେ...
ରେସିଂ କାର ତିଆରି କଲେ ଓଡ଼ିଆ ଇଞ୍ଜିନିୟରିଂ ଛାତ୍ର
ଭବାନୀପାଟଣା,୨୧।୪: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ଇଞ୍ଜିିନିୟରିଂ କଲେଜର ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ରମାନେ ନିଜ ପ୍ରଚେଷ୍ଟାରେ ଏକ ହାତ ତିଆରି ଦ୍ରୁତଗାମୀ କାର ନିର୍ମାଣ କରିଛନ୍ତି। ସେମାନେ ଉନ୍ନତମାନର ଯନ୍ତ୍ରପାତି ବ୍ୟବହାର କରି ଏହି କାରକୁ ଉଦ୍ଭାବନ କରିଛନ୍ତି।...
ଓଏପିଏଫ୍ ଯବାନଙ୍କୁ ମାଡ଼ମାରିଲେ ପୋଲିସ ସର୍ଜେଣ୍ଟ, ସହଯୋଗୀ
ଭବାନୀପାଟଣା, ୨୧।୪ (ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ସୋମବାର ରାତିରେ ତୁମୁଳକାଣ୍ଡ ଘଟିଛି। ରିଜର୍ଭ ଅଫିସରେ ମୁତୟନ ଓଏପିଏଫ୍ ଯବାନ ଓ ସର୍ଜେଣ୍ଟଙ୍କ ମଧ୍ୟରେ କାମ କରିବାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ...
ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ
କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇ ଦେବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।...
Archives


