କନ୍ଧମାଳ

ଜେଲ ଗଲେ ଫୁଲବାଣୀର ପୂର୍ବତନ ବିଧାୟକ

ଫୁଲବାଣୀ ଅଫିସ,୨୪ା୨: ପଥଚାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ସେ ୨୦୦୯ରେ ଫୁଲବାଣୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ...

ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ...

ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି। ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନଂ.୯୪୩୯୨୨୩୮୪୧କୁ କେହି ଅଜଣା ଦୁର୍ବୃତ୍ତ ଅପରାହ୍ନ ୪ଟାରେ...

ଏମିତି ବି ଆସେ ମୃତ୍ୟୁ

ବାଲିଗୁଡ଼ା,୧୭ା୨: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଲଣ୍ଡାଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କାଦେଇ ନିକଟସ୍ଥ ଘର ଭିତରକୁ ପଶିଯାଇଛି।...

ବନ୍ଦପାଳନରେ ଦାରିଙ୍ଗବାଡ଼ି ପ୍ରଭାବିତ

ଦାରିଙ୍ଗବାଡ଼ି,୧୫।୨(ଡି.ଏନ୍‌.ଏ.): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନର ପ୍ରଭାବ ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି। ଦଳର ବ୍ଲକ ସଭାପତି ପ୍ରଦୀପ ନାୟକଙ୍କ ତତ୍ତ୍ବାବଧାନରେ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକଙ୍କ ସହଯୋଗରେ ଦଳୀୟ କର୍ମୀଙ୍କ ପକ୍ଷରୁ...

କନ୍ଧମାଳରୁ ମିଳିଲା ପୁଷ୍ପଲତାଙ୍କ ସ୍କୁଟି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବହ ଚର୍ଚ୍ଚିତ ପୁଷ୍ପଲତା ରାଉଳ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ସଞ୍ଜୟ ଓରଫ ଅଙ୍ଗଦ ଦାସ ଓ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସଙ୍କ ୩ଦିନିଆ ରିମାଣ୍ଡ ରବିବାର ସରିଛି। ସୋମବାର ସେମାନଙ୍କୁ କୋର୍ଟରେ ହାଜର କରାଯିବ।...

ରାଜ୍ୟ କ୍ୟାବିନେଟ ବୈଠକ: କନ୍ଧମାଳକୁ ୨ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା,୧୦।୨(ଡି.ଏନ୍‌.ଏ.): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲା ପାଇଁ ୨ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲା ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି...

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ): ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀ...

୫ ପଞ୍ଚାୟତକୁ ଆସୁନି ନେଟ୍‌ୱର୍କ

ଫୁଲବାଣୀ ଅଫିସ/ଚକାପାଦ,୩୦।୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲାଇଜେଶନକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କନ୍ଧମାଳ ଜିଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟୱାର୍କ ସମସ୍ୟା। ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟୱାର୍କ ପାଇଁ...

ଦାରିଙ୍ଗବାଡ଼ିରେ ଦିନରେ ଶୀତ, ରାତିରେ ନାହିଁ

ଦାରିଙ୍ଗବାଡ଼ି,୨୯।୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଚଳିତବର୍ଷ ବହୁ ଦିନ ଧରି ବାରମ୍ବାର ପାଣିପାଗର ପରିବର୍ତ୍ତନ ଦେଖାଯିବା ସହ ଶୀତ ମାତ୍ର...

କାଠ ଘରେ ପ୍ରାକୃତିକ ଶୀତତାପ ନିୟନ୍ତ୍ରଣ

ଦାରିଙ୍ଗବାଡ଼ି,୨୩।୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍‌ ବା ଶିବିର। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋରିଟ୍ରିଟ୍‌ରେ ୨୫ଟି ଶିବିର କରାଯାଇ ତାରକା ହୋଟେଲ୍‌ର ସୁବିଧା ପ୍ରଦାନ କରାଯାଉଛି।...

ଘରକୁ ବାହୁଡ଼ିଲେ ପ୍ରତାପ, ରାଜ୍ୟ ସଭାପତିଙ୍କ ଅନୁମୋଦନ

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ରେ ଲଢ଼େଇ କରିଥିବା ପ୍ରତାପ କୁମାର ପ୍ରଧାନ ପୁଣି କଂଗ୍ରେସରେ ଯୋଗଦାନ କରିଥିବା ଜଣାପଡ଼ିଛି। କଂଗ୍ରେସରେ ପ୍ରତାପଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ନ ଦେବା ପରେ ସ୍ବାଧୀନ ପ୍ରାର୍ଥୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri