କନ୍ଧମାଳ

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

ଫୁଲବାଣୀ ଅଫିସ/ବାଲିଗୁଡ଼ା/କୋଟଗଡ଼(ଡି.ଏନ୍‌.ଏ.)୨୪ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ ଭିନିତ୍‌ ପ୍ରସାଦ ଶ୍ରୀବାସ୍ତବ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ପୁରୁଣା ବିଲ୍‌ ପାସ୍‌ କରାଇ ଦେବାପାଇଁ ଜଣେ ଠିକାଦାରଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ...

ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ନେଇ କେଉଁଠି ଯୁକ୍ତିତର୍କ ହେଉଛି ତ କେଉଁଠି...

ଶୃଙ୍ଖଳା ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ

ରାଇକିଆ,୨୩ା୧୨(ଡ଼ି.ଏନ.ଏ)-ଶଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ। ଏହା ହିଁ ସଫଳତାର ପ୍ରଥମ ପାହାଚ ଏବଂ ମୂଳଦୂଆ ବୋଲି ଶନିବାର ରାଇକିଆ ସରସ୍ବତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପରିଚାଳନା...

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୩।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରବିବାର ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବଡ଼ଦିନ ପାଇଁ ଛୁଟି ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଭୋରରୁ ଦାରିଙ୍ଗବାଡ଼ିରେ ଭିଡ଼ ଜମାଇଛନ୍ତି। ପାହାନ୍ତିଆ ଶୀତର ମଜା ନେବାକୁ...

ଲୋକଙ୍କୁ ହଇରାଣ କଲେ ସରକାରୀ ଆକାଉଣ୍ଟ ଉଠାଇ ନିଆଯିବ

ଫୁଲବାଣୀ ଅଫିସ, ୨୩ା୧୨-ଜିଲା ପରାମର୍ଶଦାତା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା.ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଜିଲାରେ ଗ୍ରାହକ ସେବା କେନ୍ଦ୍ର କିମ୍ବା ମିନି ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା...

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ଜି.ଉଦୟଗିରି, ୨୩ା୧୨ (ଡି.ଏନ୍‌.ଏ: ଜି. ଉଦୟଗିରି ସହରରେ ରବିବାର ସନ୍ଧ୍ୟାରେ ନିକଟସ୍ଥ ମାଲିକପଡି ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ଚର୍ଚ୍ଚଠାରୁ ଖ୍ରୀଷ୍ଟୀୟମାନେ ହାତରେ କ୍ୟାଣ୍ଡେଲ ଧରି ଜି.ଉଦୟଗିରି ସହର ପରିକ୍ରମା କରି ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ମହତ...

ଛାତରୁ ଖସି ଜଣଙ୍କ ମୃତ୍ୟୁ: ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ନୀଳକନ୍ଦର ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଘର ମରାମତି ଚାଲିଥିବା ବେଳେ ଛାତ ଉପରେ ପାଣି ପକାଉଥିବା ସମୟରେ ଛାତରୁ ଖସି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ଫୁଲବାଣୀ ବ୍ଲକ କଲୋନୀରେ ଜବରଦଖଲ ଉଚ୍ଛେଦ

ଫୁଲବାଣୀ ଅଫିସ, ୨୨ା୧୨- ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କଲୋନୀରେ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ନିଜ ଜିନିଷପତ୍ର ନେଇ ଯିବା ପାଇଁ ବିଡିଓ ଜବରଦଖଲକାରୀଙ୍କୁ କହିବା ପରେ ସେମାନେ ଏଥିରେ ରାଜି ହୋଇଥିଲେ। ସୂଚନା ଅନୁଯାୟୀ, ବ୍ଲକ...

ମୋ ସରକାର କକ୍ଷ ଉଦ୍‌ଘାଟିତ

ଜି.ଉଦୟଗିରି,୨୧ା୧୨(ଡି.ଏନ.ଏ.)-ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବୁଧବାର ମୋ ସରକାର କକ୍ଷ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବ୍ୟବସାୟିକ ଅନୁମତି ପତ୍ର, ପାନୀୟ...

ଶିକ୍ଷକ ଅଭାବ, ପାଠ ପଢ଼ାଇଲେ ମଙ୍ଗଳ ଅଧିକାରୀ: ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି

ଫିରିଙ୍ଗିଆ,୨୧ା୧୨-ସେବାଶ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଅନେକ ଦିନରୁ ଦାବି ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି ଶିକ୍ଷକ ନିଯୁକ୍ତି କରୁନାହିଁ ପ୍ରଶାସନ। ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର କାଙ୍ଗାପଡା ସେବାଶ୍ରମରେ ଦେଖିବାକୁ ମିଳିଛି ଏପରି ଘଟଣା। ଅନେକ ଦିନ ଧରି ଶିକ୍ଷକ...

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୪୦ ରୋଗୀ

ଖଜୁରିପଡ଼ା (ଡି.ଏନ୍‌.ଏ.)/ବଲସକୁମ୍ପା,୨୦ା୧୨- ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ (ନଂ.ଓଡି୩୧ଡି-୯୧୦୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪୦ ଜଣ ଚକ୍ଷୁରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ, ଗୁରୁବାର ଫୁଲବାଣୀର ବିଭିନ୍ନ ଅଞ୍ଚଳରୁ ୪୦ ଜଣ ଚକ୍ଷୁରୋଗୀଙ୍କୁ...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଫେରିଲା ଶୀତ: ୧୦ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୧୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ହେଲା ଶୀତ କମିଥିବାବେଳେ ଗୁରୁବାରଠାରୁ ପୁଣି ବୃଦ୍ଧି ପାଇଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ପୁଣି ଖସି ଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯାହାକି ଚଳିତ ସପ୍ତାହର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri