କେନ୍ଦ୍ରାପଡ଼ା

ଜଳ ପାଲଟିଛି ଜହର

କେନ୍ଦ୍ରାପଡା ଅଫିସ, ୧୧।୧: ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହି ନଦୀର ଜଳ ଏବେ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ...

ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ

କେନ୍ଦ୍ରାପଡ଼ା ଅଫିସ,୮।୧: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ନେବା ବିବାଦ ଅଡୁଆ ସୂତାରେ ଗୁନ୍ଥି ହେବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ବିରୋଧ, ଆଇସିଜେଡଏମ୍‌ପି ରିପୋର୍ଟ, ଭୂତଳ ଜଳ ବିଶେଷଜ୍ଞଙ୍କ ସର୍ଭେ,...

ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଲା

ରାଜନଗର,୭।୧(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ...

ତେଲ କମ୍ପାନୀ ପରିସରରେ ମାଟିି ଅତଡ଼ା ଖସିଲା

ମହାକାଳପଡ଼ା, ୬ା୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆ ଗଁା ଦେଇ ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ଯାଇଛି। ଗଁା ନିକଟ ନିୟନ୍ତ୍ରଣ କକ୍ଷ ପରିସର ମଧ୍ୟରେ ଥିବା ଯାନ୍ତ୍ରିକ...

ମାଟି ଅତଡ଼ା ଖସି ଶ୍ରମିକ ମୃତ: କ୍ଷତିପୂରଣଦାବି କରି ଧାରଣାରେ ବସିଲେ ସ୍ତ୍ରୀ

ମହାକାଳପଡ଼ା,୫।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଗଗୁଆ ଗ୍ରାମସ୍ଥିତ ଆଇଓସିଏଲ୍‌ (ଭାରତୀୟ ତୈଳ ନିଗମ) ବିଟ୍‌ ହାଉସ୍‌ ପରିସର ମଧ୍ୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଏକ ଖାଲ ଖୋଳା ହେଉଥିବା...

ରୋଷଶାଳା ପାଲଟିଲା ପାଠଶାଳା

ମହାକାଳପଡ଼ା,୩୦।୧୨(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୌଳିକ ସେବା ତଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଆଦିର ବିକାଶ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଦ୍ୟାବଧି ଅନେକ ଅଞ୍ଚଳରେ ଏହି ମୌଳିକ ସେବାରୁ ବଞ୍ଚତ୍ତ ହେଉଥିବା ଦେଖିବାକୁ...

ଭିତରକନିକାରେ କୋଭିଡ୍‌ କଟକଣା ଉଲ୍ଲଂଘନ: ୫ ଶହ ବଦଳରେ ବୁଲିଲେ ୧୮୫୨ ପର୍ଯ୍ୟଟକ

ରାଜନଗର,୨୬ା୧୨(ଡି.ଏନ.ଏ.): ଶୁକ୍ରବାର ଥିଲା ବଡଦିନ । ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନଙ୍କ ଭିଡ ଜମିଥିଲା । କୋଭିଡ୍‌ କଟକଣା ଯୋଗୁ ଭିତରକନିକା ଭିତରକୁ ପ୍ରତିଦିନ ୫ଶହ ପର୍ଯ୍ୟଟକ ଯାଇ ପାରିବେ ବୋଲି ନିୟମ ହୋଇଥିଲା । ହେଲେ ଶୁକ୍ରବାର ୧୮୫୨...

ଖଳାରେ କାମ କରୁଥିବା ସମୟରେ ମହିଳାଙ୍କୁ ଆକ୍ରମଣ କଲା ବାରହା

ରାଜନଗର,୨୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବେଲପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ଗାଁର ଅମରୀ ସାହାଣୀ ନାମକ ୬୦ ବର୍ଷୀୟା ଜଣେ ମହିଳା ଖଳାରେ କାମ କରୁଥିବା ସମୟରେ ତାଙ୍କୁ ବାରାହା ଆକ୍ରମଣ କରିଥିଲା। ଏଥିରେ ତାଙ୍କ...

ପ୍ରତିଶ୍ରୁତି ହେଉନି ପାଳନ

ପଟ୍ଟାମୁଣ୍ଡାଇ, ୨୨।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୀର୍ଘଦିନରୁ ଅବହେଳିତ ଅବସ୍ଥାରେ ରହିଛି। ବାରମ୍ବାର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଠୋସ ପଦକ୍ଷେପ ନେଉଥିବା ନେଇ ଚର୍ଚ୍ଚା ହେଉଛି। ପଟ୍ଟାମୁଣ୍ଡାଇ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର...

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ପରେ ଏ ନେଇ ରାଜ୍ୟ ସରକାରଙ୍କ...

କୁମ୍ଭୀର ଆଁରେ ଉପାନ୍ତ ଗାଁ

କେନ୍ଦ୍ରାପଡା ଅଫିସ, ୨୦ା୧୨: ଆଳି ଓ ରାଜନଗର ସୀମାନ୍ତ ନଳଦିଆ ଗ୍ରାମ ପୋଖରୀରୁ ୬ ଫୁଟ୍‌ ଲମ୍ବର ଏକ ବଉଳା କୁମ୍ଭୀରକୁ ଗ୍ରାମବାସୀ ଧରି ବନବିଭାଗକୁ ଶୁକ୍ରବାର ହସ୍ତାନ୍ତର କରିଛନ୍ତି । ଏହାପୂର୍ବରୁ ଏକାଧିକ କୁମ୍ଭୀର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ...

କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା: ଶିଶୁ ମୁଣ୍ଡରେ ଇଟାବୋଝ

ମହାକାଳପଡା,୧୮ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ପ୍ରତିଭା ବିକାଶ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମାଜରେ ନିଜର ସ୍ବାର୍ଥ ସାଧନ ପାଇଁ ଶିଶୁମାନଙ୍କୁ ଘରୋଇ, ନିର୍ମାଣ କାମ, ହୋଟେଲ ଓ ଅନ୍ୟ କାର୍ଯ୍ୟରେ ସ୍ବଳ୍ପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri