କେନ୍ଦ୍ରାପଡ଼ା

ଭିଜିଲାନ୍ସ ଜାଲରେ ବଙ୍ଗାଳପୁର ପିଇଓ

କେନ୍ଦ୍ରାପଡ଼ା ଅଫିସ/ପାଟକୁରା (ଡି.ଏନ୍‌.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମାନନ୍ଦ ବେହେରାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଗିରଫ କରାଯାଇଛି। ଏକ ପୋଖରୀ ନିକଟ ଗୃହ ନିର୍ମାଣ ପାଇଁ...

ମହିଳାଙ୍କୁ ହତ୍ୟାକରି ୫ ଲକ୍ଷ ଟଙ୍କା ଲୁଟ୍‌

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ (ଡି.ଏନ୍‌.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗ୍ରାମରେ ସୋମବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ହତ୍ୟା କରି ୫ଲକ୍ଷ ଟଙ୍କା ସହ ସୁନାରୁପା ଅଳଙ୍କାର ଲୁଟିନେଇଛନ୍ତି। ଅପରାହ୍ନ ଗୋଟାଏରେ ଗ୍ରାମର ଅମୂଲ୍ୟ କୁମାର ଜେନାଙ୍କ ସ୍ତ୍ରୀ ମିନତି...

୧୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ବର୍ଷାଜଳ, ଫସଲ ନଷ୍ଟ ଆଶଙ୍କା

ଡେରାବିଶ,୧୬ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରୁ ହେଉଥିବା ଲଗାଣ ବର୍ଷା ନାହିଁ ନ ଥିବା କ୍ଷତି ପହଞ୍ଚାଇଛି। ଏହି ବ୍ଲକ ଅଞ୍ଚଳରେ ଚଳିତ ସପ୍ତାହରେ ବିଲରେ ରୁଆ ହୋଇଥିବା ଧାନ ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି...

ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓମ୍‌ସା

କେନ୍ଦ୍ରାପଡ଼ା ଅଫିସ, ୧୫ା୮: ଓଡିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା) ପକ୍ଷରୁ ଶୁକ୍ରବାର ଟାଉନ ଥାନା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଓମ୍‌ସା କର୍ମକର୍ତ୍ତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ୩୧ ତାରିଖ ରାତିରେ ଟାଉନ ଥାନା...

ଡାକ୍ତରଙ୍କୁ ପୋଲିସର ମାଡ଼ ଘଟଣା: ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକଲା ଓଏମ୍‌ଏସ

କେନ୍ଦ୍ରାପଡ଼ା ଅଫିସ,୧୪ା୮: ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏଶନ (ଓଏମ୍‌ଏସ୍‌) ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦାବି ହୋଇଛି। ସୂଚନାଯୋଗ୍ୟ, ଗତ ୩୧ ତାରିଖ ରାତିରେ ଟାଉନ ଥାନା ପୋଲିସ ସ୍ଥାନୀୟ...

ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୪ଟି ମହିଳା ଆରୋଗ୍ୟ ସମିତି ଗଠନ...

ପାରାଦୀପ-ହରିଦାସପୁର ରେଳପଥ: ଗଡ଼ିଲା ମାଲବାହୀ ଟ୍ରେନ୍‌

ପାରାଦୀପ(ସ୍ବ.ପ୍ର.)/କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ୍‌.ଏ),୧।୮: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଶୁକ୍ରବାର ପ୍ରଥମ କରି ପାରାଦୀପ-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପାରାଦୀପରୁ ୫୨୮୨ ଟନ୍‌ କୋଇଲା ବୋଝେଇ ଏକ ଟ୍ରେନ୍‌ (ନଂ-ଏମଇ/ଏଚଏସ୍‌ପିଜି ୨୨)କୁ ପରୀକ୍ଷାମୂଳକ ଭାବେ ରାଉରକେଲା...

ବାହାର ପଟୁ ତାଲା ମାରି ନିଆଁ ଲଗାଇଦେଲେ: ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡା ଅଫିସ/ ମାର୍ଶାଘାଇ (ଡି.ଏନ୍‌.ଏ.), ୩୧ା୭- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ଶୁକ୍ରବାର ଭୋର ସମୟରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଟୁକୁନା ଓରଫ ମାନସ ବାରିକଙ୍କ ୫ ଜଣ ସଦସ୍ୟ ପୋଡିଯାଇ...

ପାନୀୟଜଳ ସମସ୍ୟା ସମାଧାନଠାରୁ ଦୂରରେ

କେନ୍ଦ୍ରାପଡ଼ା ଅଫିସ, ୩୧।୭: ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ ପାଇଁ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଳଶକ୍ତି ଅଭିଯାନ ୨୦୧୯ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ଦେଶର ୨୫୫ଟି ଜିଲା ପ୍ରଥମ ପର୍ଯ୍ୟାୟରେ...

ଅଲିଭା କେନ୍ଦ୍ରାପଡା ଜିଲା ଟପ୍ପର

କେନ୍ଦ୍ରାପଡା ଅଫିସ,୨୯ା୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରାଧାମୋହନ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ସର୍ବାଧିକ ନମ୍ବର ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୯୫ ପ୍ରତିଶତ ନମ୍ବର ରଖିଛନ୍ତି। ତେବେ ଭବିଷ୍ୟତରେ...

ମାଟ୍ରିକ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ ଜାଣନ୍ତୁ

କେନ୍ଦ୍ରାପଡା ଅଫିସ, ୨୯ା୭-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାରେ ଚଳିତ ବର୍ଷ ପାସ ହାର ୮୦.୧୯ % ପ୍ରତିଶତ ରହିଛି। ତେବେ ଏଥର ଛାତ୍ରଙ୍କୁ ପଛରେ ପକାଇ...

ଚିଙ୍ଗୁଡ଼ି ପାଇଁ ଜୀବନ ବାଜି

କେନ୍ଦ୍ରାପଡ଼ା ଅଫିସ, ୨୮।୭ (ଜଗନ୍ନାଥ ଧଳ): ଏଭଳି କେତେକ ଜୀବିକା ରହିଛି, ଯେଉଁଥିରେ ଜୀବନ ଚାଲିଯାଉଛି। ହେଲେ ଅର୍ଥ ମୋହରେ ଲୋକେ ସେହି ପ୍ରାଣହାନି ଜୀବିକାଠାରୁ ଦୂରେଇ ପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲାର କୁମ୍ଭୀର ସାଲୁବାଲୁ ହେଉଥିବା ନଦୀ ଓ ଯୋରରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri