କେନ୍ଦ୍ରାପଡ଼ା

ଆଜିଠୁ ଭିତରକନିକାରେ ବଉଳା କୁମ୍ଭୀର ଗଣନା ଆରମ୍ଭ

ରାଜନଗର,୨୯।୧୨(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ରବିବାରଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହେଇଛି। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ କେଉଁ ଅନାଦି କାଳରୁ ବସବାସ କରି ଆସୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା...

ଲୁଣା ନଦୀରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ମାର୍ଶାଘାଇ,୨୬।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କୁଆଁରପାଳ ନିକଟ ଲୁଣା ନଦୀରେ ଗୁରୁବାର ଜଣେ ଅଜଣା ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଯୁବତୀଜଣଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ବନ୍ଦ କରାଯାଇଛି। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ...

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ମୃତକ ହେଲେ ଲୁଣିମାଠିଆ ଶବରପଡ଼ା ଗ୍ରାମର ଫକ ମଳିକ। ଘଟଣାସ୍ଥଳରେ...

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ ନେଇ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏହି ଦିନଗୁଡିକରେ ବଉଳା...

ଅଗ୍ନିକାଣ୍ଡରେ ୮ ବଖରା ଘର ଜଳିଗଲା

ରାଜନଗର, ୨୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗ୍ରାମପଞ୍ଚାୟତର ଗୁଣ୍ଠି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର କାଶୀନାଥ ସିଂହଙ୍କ ୮ ବଖରା ଘର ପୋଡିଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ...

ଡାକ୍ତର ନିଯୁକ୍ତି ନ ହେଲେ ଅନଶନ ଚେତାବନୀ

ରାଜକନିକା, ୨୪।୧୨ (ଡି.ଏନ୍‌.ଏ.) ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବା ବେଳେ ଜ୍ୱର, ଥଣ୍ଡା, ଝାଡ଼ାବାନ୍ତିକୁ ଛାଡ଼ିଲେ ଅନ୍ୟ ରୋଗୀମାନଙ୍କୁ ଆଳି, କେନ୍ଦ୍ରାପଡ଼ା ଓ କଟକକୁ...

ମୌଳିକ ସୁବିଧାରୁ ବଞ୍ଚିତ ବଗପାଟିଆବାସୀ

କେନ୍ଦ୍ରାପଡ଼ା ଅଫିସ୍‌, ୨୪।୧୨ ସମୁଦ୍ର କୂଳରେ ଥିବା ରାଜନଗର ବ୍ଲକ ସାତଭାୟା ଅଞ୍ଚଳବାସୀଙ୍କୁ ୧୦ କିଲୋମିଟର ଦୂର ଗୁପ୍ତି ନିକଟ ବଗପାଟିଆଠାରେ ଥଇଥାନ କରାଯାଇଛି। ସାତଭାୟାର ୫୭୧ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯିବା ସହ ବଗପାଟିଆରେ ଜମି...

ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ମାର୍ଶାଘାଇ,୨୩।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫ ନଂ.(କ) ଜାତୀୟ ରାଜପଥର ବାଲିସୁଆଁ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇ...

ଗହୀରମଥାରୁ ୨ ଟ୍ରଲର ଜବତ, ୨୨ ମତ୍ସ୍ୟଜୀବୀ କୋର୍ଟ ଚାଲାଣ

ରାଜନଗର,୨୨।୧୨(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ରବିବାର ବେଆଇନ ଭାବରେ ମାଛ ଧରୁଥିବା ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି। ଏଥିରେ ଥିବା ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନ...

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍‌ଗାହ ପଡିଆଠାରୁ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ ଶୋଭାଯାତ୍ରା ପାଇଁ...

କେନ୍ଦ୍ରାପଡ଼ାରେ ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଶୋଭାଯାତ୍ରା ପାଇଁ ଅନୁମତି ନ ଦେବାରୁ ଉତ୍ତେଜନା

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ବିରୋଧ କରାଯାଇଛି। ସକାଳେ ସହରର ନୂଆ ଇଦ୍‌ଗାହ ପଡିଆଠାରୁ ୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri