କେନ୍ଦ୍ରାପଡ଼ା

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା ୧୩।୧: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପୌରପାଳିକା ୮ନଂ ୱାର୍ଡ ଅଧୀନ ମନକରପୁର...

ବନ୍ଦ ପଡ଼ିଛି ମିଶନ ଶକ୍ତି କାଫେ

ପଟ୍ଟାମୁଣ୍ଡାଇ,୧୨ା୧ (କଳ୍ପତରୁ ନାୟକ): ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ୩ବର୍ଷ ତଳେ ମିଶନ ଶକ୍ତି କାଫେ...

ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ

କେନ୍ଦ୍ରାପଡ଼ା,୧୦ା୧: ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ତଥା ପୂର୍ବତନ ବିଧାୟିକା, ରାଜ୍ୟ ସଭା ସଦସ୍ୟା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ...

ଭିତରକନିକାର ୪ଟି ରେଞ୍ଜରେ  ଚାଲିଛି କୁମ୍ଭୀର ଗଣନା 

କେନ୍ଦ୍ରାପଡ଼ା,୧୦।୧: କେନ୍ଦ୍ରାପଡ଼ା  ଜିଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ବୁଧବାର  ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ା ଗଣନା କାର୍ଯ୍ୟରେ ୨୨ଟି ଟିମ୍‌ ସାମିଲ ହୋଇଛନ୍ତି। ଏହା  ଆଗାମୀ ୩ ଦିନ ଯାଏଁ...

ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା,୮ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଶୁକ୍ରବାରଠାରୁ ୧୧୮ ସ୍ଥାନରେ ସରକାରୀ ଧାନମଣ୍ଡି ଖୋଲିବ। ବଳକା ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍‌ ଦିଆଯାଇଛି। ତେବେ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ କମ୍‌ ରହିବ ବୋଲି...

ପୁରୁଣା ଚାକୁଣ୍ଡା ଗଛ ପାଲଟିଛି ମୂକସାକ୍ଷୀ

ମହାକାଳପଡ଼ା,୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗରଠାରେ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ରହିଥିବା ପୁରୁଣା ଚାକୁଣ୍ଡା ଗଛ ମୂକସାକ୍ଷୀ ଭାବେ ଠିଆ ହୋଇଛି। ଇତିମଧ୍ୟରେ ଏହି ଗଛ ଅନେକ ବିପର୍ଯ୍ୟୟକୁ ସାମ୍ନା କରିଛି। ଭାଙ୍ଗି ଯାଇଛି ଶାଖା ପ୍ରଶାଖା,...

ଗହୀରମଥାରେ ବିଦେଶୀ ପକ୍ଷୀଙ୍କ ସମାଗମ

ମହାକାଳପଡ଼ା, ୫ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଶୀତ ଋତୁରେ ଏବେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କାକଳି। ଜୈବ ବିବିଧତା ପ୍ରତି ଆକୃଷ୍ଟ ହୋଇ ଆସୁଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ, ବିଦେଶୀ...

ପଟ୍ଟାମୁଣ୍ଡାଇରେ ବନ୍ଦ ହୋଇଯିବ ସଂସ୍କୃତ ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୫ା୧ (ଜଗନ୍ନାଥ ଧଳ):ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜନ୍ମଗ୍ରହଣ କରି ସାମାଜିକତା ହାସଲ କରେ। ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତରୁ ସଂସ୍କୃତି ଆଉ ସଂସ୍କୃତିରୁ ହେଉଛି ସଂସ୍କାରର ସୃଷ୍ଟି। ଯାହା ପରିଶୋଧନ ପ୍ରକ୍ରିୟା ବା ରୀତିନୀତି ପ୍ରଦର୍ଶନ କରେ।...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର, ୫ା୧ (ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିଲାଗି ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ଜାତୀୟ ଉଦ୍ୟାନ...

ଗୋପବନ୍ଧୁଙ୍କ ପାଇଁ ସରକାରୀ ଯୋଜନା ସାତସପନ: ପଲିଥିନ ତଳେ ଶୀତ, କାକରରେ ବିତୁଛି ଜୀବନ

ରାଜକନିକା,୪ା୧ (ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଆବାସ ଯୋଜନା, ବିଜୁ ପକ୍କାଘର ଅନ୍ୟତମ। ସାଧାରଣ ଗରିବଙ୍କୁ ଏହି ଯୋଜନାରେ ଗୃହ...

ମହାନଦୀ, ଲୁଣା, ପାଇକାରୁ ଡଙ୍ଗାରେ ବେଆଇନ ବାଲି ଚାଲାଣ; ବିପଦରେ ଶ୍ରମିକମାନଙ୍କ ଜୀବନ ଜୀବିକା

ମହାକାଳପଡ଼ା,୪।୧( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ ଡଙ୍ଗାରେ ଚାଲାଣ ହେଉଛି। ଅପରପକ୍ଷରେ ନଦୀ ମଧ୍ୟରେ ଥିବା ବାଲିକୁ କେତେଜଣ...

କେନ୍ଦ୍ରାପଡ଼ା ଜିଲାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି, କମୁଛି ଜଙ୍ଗଲ, ଚାଷ ଜମି

କେନ୍ଦ୍ରାପଡ଼ା, ୪ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରିର ଅହେତୁକ ଭାବେ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀ ସହ ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ସାଜିଛି। ଜିଲାରେ ମାତ୍ର ୭୨୯ ଚାଷୀ ଚିଙ୍ଗୁଡ଼ି ଘେରି ପାଇଁ ଜିଲା ମତ୍ସ୍ୟ ବିଭାଗରୁ ଅନୁମତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri