କେନ୍ଦ୍ରାପଡ଼ା

ଗ୍ୟାସ୍‌ ପାଇଁ ଟଙ୍କା ନାହିଁ: ଜଙ୍ଗଲ କାଠକୁ ଭରସା

ମହାକାଳପଡ଼ା,୨୪ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦାରିଦ୍ର୍ୟ ଓ ଅଭାବରେ ଶଢୁଛନ୍ତି ଜନଜାତି ପରିବାର। ଏମାନଙ୍କ ଆର୍ଥିକ ରୋଜଗାର ନ ଥିବାରୁ ବାଧ୍ୟ ହୋଇ ନଦୀ, ସମୁଦ୍ର ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି।...

୪ ବର୍ଷ ବିତିଲା, ଫଳକରେ ଅଟକିଛି ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୩।୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳିବ। ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ...

କଖାରୁଣୀ-ଚହଳିବାଙ୍କ ପାଟନାଳୀ ତଳପଡ଼ାରେ ଅବରୋଧ

ପଟ୍ଟାମୁଣ୍ଡାଇ,୨୩।୮ (ଅକ୍ଷୟ ବିଶ୍ୱାଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀଠାରୁ ଯାଇଥିବା ପାଟନାଳୀ ତଳପଡ଼ା ସ୍ଲୁଇସ ଗେଟ ନିକଟରେ ଅବରୋଧ କରାଯାଇଛି। ଫଳରେ ଶତାଧିକ ଏକର ଧାନ ଫସଲ ପଚି ନଷ୍ଟ ହେଉଛି। ଏ ନେଇ ଗ୍ରାମବାସୀ ଡ୍ରେନେଜ...

ନିଅଣ୍ଟିଆ ବର୍ଷା: ଚାଷଜମି ପଡ଼ିଆ

କେନ୍ଦ୍ରାପଡ଼ା, ୨୩।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ସମସ୍ତ ଚାଷଜମିକୁ ଜଳସେଚନ ପାଇଁ କେନାଲ ନାହିଁ। ଚଳିତବର୍ଷ ସ୍ବଳ୍ପ ବର୍ଷା ଏହି ଜିଲାର ଖରିଫ ଚାଷକୁ ନଷ୍ଟ କରିଛି। ଚାଷ ଜମି ଏବେ ପଡ଼ିଆ ହେବା ଅବସ୍ଥାକୁ ଆସିଥିବା ବେଳେ ଗୋଚର...

ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

ଡେରାବିଶ,୨୩।୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସ୍ବାଧୀନତା ସଂଗ୍ରାମୀ ମକର ଦାସ(୯୯)ଙ୍କ ମଙ୍ଗଳବାର ପରିଲୋକ ହୋଇଛି। ବୟସାଧିକ୍ୟ ଅସୁସ୍ଥତା କାରଣରୁ ରୋଗଗ୍ରସ୍ତ ହୋଇ ଚଳିତମାସ ୧ ତାରିଖଠାରୁ କଟକ ବଡ଼ ମେଡିକାଲରେ...

ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ

ପଟ୍ଟାମୁଣ୍ଡାଇ,୨୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗଛନ୍ତି। ଚଳିତ ଖରିଫ...

ଆଦର୍ଶ ବିବାହ: ଭିନ୍ନକ୍ଷମ ଅଲେଖଙ୍କ ଆଖି ହେବେ ଦମୟନ୍ତୀ

କେନ୍ଦ୍ରାପଡ଼ା, ୨୨ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଚକ ରଘୁନାଥପୁର ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବକ ଅଲେଖ ଚନ୍ଦ୍ର ଜେନାଙ୍କ ସହିତ ସହରର ଅଯୋଦ୍ଧାନଗରସ୍ଥିତ ଆଂଶିକ ଭିନ୍ନକ୍ଷମ ଯୁବତୀ ଦମୟନ୍ତୀ ନାୟକଙ୍କ ସୋମବାର ବିବାହ ହୋଇଛି। ଜିଲା ସାମାଜିକ...

ମାଛ, କୁକୁଡ଼ା, ଉଦ୍ୟାନ କୃଷି ସ୍ବାବଲମ୍ବୀ କରିବ

କେନ୍ଦ୍ରାପଡ଼ା, ୨୧ା୮(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। କୃଷିଭିତ୍ତିକ ଏହି ଜିଲାରେ ଅର୍ଥକରୀ ଫସଲ ପ୍ରତି ପ୍ରୋତ୍ସାହନ ନାହିଁ। ଖରିଫ ଧାନଚାଷ ସମୟରେ ଜଳସେଚନ ସହିତ ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି। ଧାନ ଚାଷରୁ ଆଶାନୂରୂପକ ଲାଭ ମିଳୁ...

ଭୂତକୋଠି ପାଲଟିଛି ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର

ପଟ୍ଟାମୁଣ୍ଡାଇ, ୨୧ା୮ (କଳ୍ପତରୁ ନାୟକ):ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ...

ସ୍ବଳ୍ପ ବୃଷ୍ଟିପାତ: ଖରିଫ ଧାନ ଫସଲ ବାଧାପ୍ରାପ୍ତ

ପାଟକୁରା, ୨୧ା୮(ରବୀନ୍ଦ୍ର ନାଥ ବାରିକ ):ଗରଦପୁର ବ୍ଲକ ଅଧୀନ ବେଦାରୀ ପଦ୍ମପୁର, ପାଟକୁରା ଓ ଗରଦପୁର ୩ଟି ପଞ୍ଚାୟତ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଖରିଫ ଧାନ ଫସଲ ବାଧାପ୍ରାପ୍ତ ହୋଇଛି। ଶତାଧିକ ଏକର ଜମି ବର୍ଷା ଅଭାବରୁ ଚାଷ...

ମରାମତିକୁ ୬ ମାସ ପୂରିଲାନି: ରାସ୍ତାରେ ଖାଲ

ପଟ୍ଟାମୁଣ୍ଡାଇ, ୨୧ା୮(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୨ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି। ଗତ ୨...

ଧାର୍ମିକ, ପର୍ଯ୍ୟଟନ କ୍ଷେତ୍ର ଅବହେଳିତ

କେନ୍ଦ୍ରାପଡ଼ା, ୨୦ା୮(ଜଗନ୍ନାଥ ଧଳ)ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ପରିବେଶ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri