କେନ୍ଦ୍ରାପଡ଼ା

ଜୀବନ ପାଇଁ ଜୀବିକା ବିପଦରେ

ମହାକାଳପଡ଼ା, ୯ା୫(ଡି.ଏନ୍‌.ଏ.): ପେଟକୁ ଦିମୁଠା ଦାନା ଯୋଗାଡ଼ କରିବାକୁ କେତେ ଯେ ସଂଗ୍ରାମ କରିବାକୁ ପଡ଼େ ସେ କଥା ଅଭାବୀ ଗରିବ ଲୋକ ହିଁ ଜାଣି ପାରେ। କେତେବେଳେ ଜୀବିକା ପାଇଁ ନିଜ ଜୀବନକୁ କୁମ୍ଭୀର ଭରା ନଦୀରେ ବାଜି...

ପାନୀୟ ଜଳ ପାଇଁ ଡହଳବିକଳ ଲୋକେ

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ...

ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ରାଜକନିକା,୮ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପଶ୍ଚିମ କନିକା ଅଞ୍ଚଳର ହାଟସାହି ପଞ୍ଚାୟତ ହାଟସାହି ଓ ବଟରପଡ଼ା ମୌଜାରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ରବିବାର ଉଚ୍ଛେଦ କରାଯାଇଛି। ଘେରି ପାଇଁ ୨ ବର୍ଷ ହେବ ସାଧାରଣ...

ଭାରିଯାନ ଚଳାଚଳକୁ ଆଳ କରି ରାଜନୀତି

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ-୧ ଅଧୀନ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ବା ଉତିକଣ ଘେରିବନ୍ଧ ପୁରୁଣା ରାସ୍ତା ୨୨ କୋଟି ଟଙ୍କା ବ୍ୟୟରେ ମାସେ ତଳେ ନିର୍ମାଣ କାମ ସରିଥିଲା। ଏବେ ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ପିଚୁରୁ...

ଜେସିବିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ନଡ଼ିଆବରେଇ ପଞ୍ଚାୟତ ଡାହାଳପୁର ଗ୍ରାମର ଗୋଚର ଜମିରେ ଜେସିବି ଲଗାଇ ପୋଖରୀ ଖୋଳା ଯାଉଛି। ଏହି କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବୋଲି...

ଚାଷ ଜମିରେ ବେଣାବୁଦା

କେନ୍ଦ୍ରାପଡ଼ା ଅଫିସ, ୮ା୫: କେନ୍ଦ୍ରାପଡ଼ା ଜିଲାର ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ବଞ୍ଚାଇ ରଖିଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ...

ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ

ପଟ୍ଟାମୁଣ୍ଡାଇ, ୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ଗ୍ରାମସ୍ଥ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି। ଜେସିବି ଲଗାଇ ନଦୀପଠାର ମାଟିକୁ ତଡ଼ାଯାଉଛି। ପରେ ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ବିକ୍ରି...

ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି।...

ଦଳିତ ପରିବାରଙ୍କ ଯାତାୟାତ ରାସ୍ତା ଖୋଳି ବନ୍ଦ

ଆଳି,୬।୫(ଡି.ଏନ.ଏ.): ଆଜିର ସଭ୍ୟ ସମାଜରେ ସମସ୍ତଙ୍କର ଜୀବନ ଜିଇବା ନିମନ୍ତେ ମୌଳିକ ଅଧିକାର ଥିବାବେଳେ କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ବିଲିକଣା ଗଁାର ଜଣେ ଦଳିତ ପରିବାରକୁ ଏସବୁ ସୁବିଧାରୁ କେତେଜଣ ଯୁବକ ବଞ୍ଚତ୍ତ କରିଥିବା ଅଭିଯୋଗ ହୋଇଛି। ଗ୍ରାମର...

ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି ଗେଣ୍ଡା ଦେଖିବାକୁ ମିଳୁଛନ୍ତି। ଦୂରଦୂରାନ୍ତରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଆସି...

ଗମନାଗମନ ବିକାଶ ଚିତ୍ର ଅସ୍ପଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୬।୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆରେ ଏପ୍ରିଲ ୨୭ରେ ବ୍ରାହ୍ମଣୀ ନଦୀରେ ସେତୁ ନ ଥିବାରୁ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା। ପଟ୍ଟାମୁଣ୍ଡାଇ ବ୍ଲକ କଣ୍ଠିଆ ନାଳ ସେତୁ ବିଳମ୍ବ ହୋଇଥିବା ବେଳେ...

ସରକାରୀ ଜାଗାକୁ ପ୍ଲଟିଂ କରି ବିକ୍ରି

ପଟ୍ଟାମୁଣ୍ଡାଇ, ୬।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ଏବେ ଜବରଦଖଲକାରୀଙ୍କର ଭୂସ୍ବର୍ଗ ପାଲଟିଛି। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଜାଗାଗୁଡ଼ିକ ପ୍ରଭାବଶାଳୀ ବ୍ୟକ୍ତିମାନେ ଅକ୍ତିଆର କରି ତାକୁ ପ୍ଲଟିଂ କରି ନିରୀହ ଲୋକଙ୍କୁ ବିକ୍ରି କରୁଛନ୍ତି। ଫଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri