କେନ୍ଦ୍ରାପଡ଼ା

ଜଳିଗଲା ୮ ବଖରା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଆଳି,୬ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୪ ପରିବାରର ୮ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଲକ୍ଷାଧିକ...

କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଲେ ୨୫ ଶାବକ

ରାଜନଗର,୬ା୯ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଶ୍ୱର ସର୍ବପ୍ରଥମ କୃତ୍ରିମ ପ୍ରଜନନ କେନ୍ଦ୍ରରୁ ଗୁରୁବାର ପ୍ରଥମ ଦିନରେ ୨୫ ଶାବକ ଜନ୍ମ ନେଇଛନ୍ତି। ୭୫ଦିନ ପରେ ଅଣ୍ଡାରୁ ଛୁଆଫୁଟିବା ଆରମ୍ଭ...

ଆବେଦନ ଲାଗି ଟଙ୍କା ମାଗିବାରୁ ୨ ଜନସେବା କେନ୍ଦ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ଅଙ୍ଗନୱାଡି କର୍ମୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ବାଧା ସୃଷ୍ଟି ହୋଇଛି। ଏପରି ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ସହ ୩ ଜଣଙ୍କ ଉପରେ ଗୁରୁବାର...

ଗ୍ରାମୀଣ ରାସ୍ତା ନିର୍ମାଣରେ ଅବହେଳା

କେନ୍ଦ୍ରାପଡ଼ା,୨ା୯ (ଜଗନ୍ନାଥ ଧଳ): ଗତ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବାରୁ ଗ୍ରାମ୍ୟ ରାସ୍ତା ବେହାଲ ହୋଇଛି। ଏହି ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ପହଞ୍ଚତ୍ ପାରୁ ନ ଥିବାରୁ ଗ୍ରାମବାସୀ ଦୁରବସ୍ଥା ଭୋଗୁ ଥିବାର ଭିଡିଓ...

କେନ୍ଦ୍ରାପଡ଼ା ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ

କେନ୍ଦ୍ରାପଡ଼ା,୨ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ଅଷ୍ଟ୍ରେଲିଆର ମେଲବର୍ନସ୍ଥିତ ଭିକ୍ଟୋରିଆ ରାଜ୍ୟ ସଂସଦରେ ଶନିବାର ସମ୍ମାନିତ କରାଯାଇଛି। ସେ ହେଉଛନ୍ତି ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର।...

ପୁରୀ ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ ବଢ଼ିଲା: ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

ଡେରାବିଶ,୧।୯(ବେବର୍ତ୍ତା ଅଜୟ ଦାସ): ରାଜ୍ୟରେ ବାର୍ଡ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ପରେ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଏଭଳିସ୍ଥିତିରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ...

ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ

ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲୁଥିବା ବେଳେ ମଙ୍ଗଳବାର ମାରପିଟ୍‌ ହୋଇଛି। ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି...

ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ

ରାଜକନିକା, ୨୮।୮(ରବୀନ୍ଦ୍ର କୁମାର ଦାସ/ସଞ୍ଜୟ କୁମାର ଦାଶ): ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପ୍ରେମଜାଲରେ ଛନ୍ଦି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ...

ଶ୍ରୀକୃଷ୍ଣଙ୍କ ଜନ୍ମ ଜନ୍ମଉତ୍ସବ: ଶ୍ରୀରାଧା ଶ୍ରୀ କୃଷ୍ଣ ବେଶରେ ଛାତ୍ରୀଛାତ୍ର

ପାଟଣା,୨୬।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଓ ତୁରୁମୁଙ୍ଗାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସୋମବାର ଶ୍ରୀକୃଷ୍ଣଙ୍କର ଜନ୍ମଉତ୍ସବ ପାଳିତ ହୋଇଯାଇଛି । ତୁରୁମୁଙ୍ଗାରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ...

ଭିତରକନିକା ଜାତୀୟ ଉଦ୍ୟାନକୁ ୫୦ବର୍ଷ

ରାଜନଗର, ୨୬ା୮(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନ ଏବେ ୫୦ ବର୍ଷରେ ପାଦ ଥାପିଛି। ଏହି ସୁଦୀର୍ଘ ସମୟ ଭିତରେ ଭିତରକନିକା ଜାତୀୟ ଉଦ୍ୟାନ ବିଭିନ୍ନ କ୍ଷେତ୍ରରେ ଅଜସ୍ର ସ୍ମୃତି ସାଉଁଟି...

ଫରାସୀ ପଣ୍ୟ ଜାହାଜର ଦୁର୍ଘଟଣାକୁ ୧୯୨ବର୍ଷ

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ପୂର୍ବତଟ ହୁକିଟୋଲା-ମାଦଳି ମୁହାଣ ଅନତି ଦୂରର ବାଲି ଢିପ ଯୋଗୁ ୧୮୩୨ ମସିହାରେ ଫରାସୀ ନିର୍ମିତ ପଣ୍ୟ ବୋଝେଇ ଜାହାଜର ଦୁର୍ଘଟଣା ଘଟିଥିଲା। ଏହାକୁ ଏବେ ୧୯୨ ବର୍ଷ ବିତିଛି।...

ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି

ମହାକାଳପଡ଼ା,୨୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖାଯାଉଥିବା ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବର ଜିଓ ଟ୍ୟାଗିଂ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ବାଲେଶ୍ୱର ଜିଲାରେ ଜିଓଲୋଜିକାଲ୍‌ ସର୍ଭେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri