କେନ୍ଦୁଝର

ପୋଲିସ ମାଡ଼ରେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ଆନନ୍ଦପୁର,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ମାଡ଼ରେ ଟ୍ରାକ୍ଟର ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିବା ଘଟଣା ଚର୍ଚ୍ଚାକୁ ଆସିଛି। ଟ୍ରାକ୍ଟର ଡ୍ରାଇଭର ପାର୍ଥ ପୂର୍ତ୍ତି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପାର୍ଥ ଚଲାଉଥିବା ଟ୍ରାକ୍ଟରକୁ...

ନିଖୋଜ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

କେନ୍ଦୁଝର, ୧୨ା୪ (ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ନିଖୋଜ ୮ବର୍ଷର ପୁଅ ଫକିର ମହାକୁଡଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି । ସେ ଗତ ୯ ତାରିଖଠାରୁ ନିଖୋଜ ହୋଇଯାଇଥିଲେ। ତେବେ ଆଜି ତାଙ୍କ...

ଘଟଗାଁରେ ନେପାଳୀ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

କେନ୍ଦୁଝର,୧୨ା୪(ସ୍ବ.ପ୍ର.): କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ପୁଅକୁ ବାପା କୁଞ୍ଜ ବାହାଦୂର ଲାମା(୪୦) ଜଗି ରହିଥିଲେ। ରାତି ବସ୍‌ରେ କଟକରୁ କେନ୍ଦୁଝର ଆସୁଥିବା ସମୟରେ ଘଟଗାଁରେ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଢାଙ୍କୁଣିଡିହି ନିକଟରେ ୧୧ ତାରିଖ...

୫୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଆନନ୍ଦପୁର,୧୨।୪(ସ୍ବ.ପ୍ର.): ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ ବୁଧବାର ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ ଦ୍ୱାରା ଚଢାଉ କରାଯାଇଛି। ଏହି ଚଢାଉରେ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାର ଶାଳଣିଆ ବଜାର ନିକଟରୁ ୫୫ଗ୍ରାମ ବ୍ରାଉନସୁଗାର ଜବତ କରାଯିବା...

ଗାଧୋଇବାବେଳେ ଅଘଟଣ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୨।୪(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ନଦୀରେ ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ନିକଟରେ ମୋବାଇଲ ଯନ୍ତ୍ରାଂଶ ବିକ୍ରୟ କରୁଥିବା ରଘୁନାଥ ପୃଷ୍ଟିଙ୍କ ପୁଅ ଆଶିଷ ପୃଷ୍ଟି। ସୂଚନାଯୋଗ୍ୟ, ଆଶିଷ...

ସୁପାରି ଦେଇ ଗୁଳି ଖାଇଲେ

ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଲେ। ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ତିକ୍ତତା ପାଇଁ ଭଣଜାକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ। ହେଲେ ଯେଉଁମାନଙ୍କ ଦ୍ୱାରା ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସେହିମାନଙ୍କ ଗୁଳିରେ ଜୀବନ ହାରିଲେ। ଏଭଳି...

ଜୁଆଡ଼ି ଘାଟିରେ ଓଲଟିଲା ଟ୍ରଲର: ୭ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୧ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜପଥ ୪୯ର ଜୁଡିଆ ଘାଟିରେ ମଙ୍ଗଳବାର ଏକ ଲୁହା ଫ୍ରେମ୍‌ ବୋଝେଇ ଟ୍ରଲର ସିଜେ (୦୭ ସିଏ ୪୮୩୭) ଓଲଟି ପଡ଼ିଛି। ଏ ନେଇ ଗୋଟିଏ ପାର୍ଶ୍ୱରେ ୭ ଘଣ୍ଟା ଧରି ଯାତାୟାତ...

ଗାଈକୁ ଆକ୍ରମଣ କଲା ବାଘ

ଘଟଗାଁ,୧୧।୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଚରିବାକୁ ଯାଇଥିବା ଏକ ଗାଈକୁ ବାଘ ଆକ୍ରମଣ କରି କ୍ଷତାକ୍ତ କରିଛି। ଖବରପାଇ ରେଞ୍ଜ ଅଫିସର ପହଞ୍ଚତ୍ ଗାଈର ଚିକିତ୍ସା ବ୍ୟବସ୍ଥା କରିବା...

କଳା ତାଲିକାଭୁକ୍ତ ସଂସ୍ଥାକୁ ସଫେଇ କାର୍ଯ୍ୟାଦେଶ

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ସଫେଇ କାମ ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥା କର୍ମଚାରୀଙ୍କୁ କମ ଦରମା ଦେଉଥିବା ବେଳେ ସେମାନଙ୍କଠାରୁ କଟାଯାଉଥିବା ଇପିପିଏଫ ଓ ଇଏସ୍‌ଆଇ ଆଦି ବାବଦକୁ ଅର୍ଥ ଠିକ୍‌ ଭାବେ ଜମା କରୁନି।...

ଅଧଘଣ୍ଟା ଫସି ରହିଲା ଆମ୍ବୁଲାନ୍ସ

କେନ୍ଦୁଝର,୧୧।୪(ସ୍ବ.ପ୍ର.):କେନ୍ଦୁଝର ସହର ମାଇନିଂ ରୋଡ୍‌ରେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହୋଇଥିଲା। ଘଣ୍ଟାଧିକ ସମୟ ରାସ୍ତା ଜାମ ରହିଥିବା ବେଳେ ଏକ ଆମ୍ବୁଲାନ୍ସ ରାସ୍ତା ଜାମ୍‌ରେ ଅଧଘଣ୍ଟା ଧରି ଫସି ରହିଥିଲା। ସ୍ଥାନୀୟ ଲୋକଙ୍କ...

୩୬ ଡିଗ୍ରୀ ଟପିଲା କେନ୍ଦୁଝର ତାପମାତ୍ରା

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ତାପମାତ୍ର ୩୬ ଡିଗ୍ରୀ ଟପିଛି। ସକାଳେ ୧୧ ଟାରେ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୨.୩୦ ରେ ଏହା ବୃଦ୍ଧି ପାଇ ୩୬.୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ପହଞ୍ଚତ୍ଥିବା ପାଣିପାଗ ବିଭାଗ ପକ୍ଷରୁ...

ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେନ୍ଦୁଝର,୧୦।୪(ସ୍ବ.ପ୍ର.): ମହାରାଷ୍ଟ୍ରର ନାସିକରୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଯାଉଥିବା ଅଙ୍ଗୁର ବୋଝେଇ ଟ୍ରକ ଓଲଟି ପଡ଼ିଛି। ରବିବାର ବିଳମ୍ବିତ ରାତିରେ ତେଲକୋଇ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ବିଞ୍ଝବାହାଳ ଓ ଜଗମୋହନପୁର ମଝିରେ ହନୁମାନ ବଟିକା ପାଖରେ ଭାରସାମ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri