କେନ୍ଦୁଝର

କାର୍ଯ୍ୟଦିବସରେ ପୋଷ୍ଟ ଅଫିସ ବନ୍ଦ, ନିରାଶରେ ଫେରିଲେ ଲୋକେ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ସବ୍‌ ପୋଷ୍ଟ ଅଫିସ ବୁଧବାର ବନ୍ଦ ରହିଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶ ହୋଇ ଫେରି ଯାଇଛନ୍ତି। ପୋଷ୍ଟ ଅଫିସ ବନ୍ଦ ବାବଦରେ ନୋଟିସ ବୋର୍ଡରେ କୌଣସି ସୂଚନା...

ଯୁକ୍ତ ଦୁଇ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର: ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ

ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱରଙ୍କ ଦାରା ପରିଚାଳିତ ଯୁକ୍ତ...

ମୃତ୍ୟୁଞ୍ଜୟଙ୍କ ଶିକ୍ଷାଦାନ ନିଶା

ହାଟଡିହୀ,୨୬ା୨(ଡି.ଏନ.ଏ.)-ମୃତ୍ୟୁଞ୍ଜୟଙ୍କ ବୟସ ୪୦ ବର୍ଷ। ପେସାରେ ଜଣେ ସରକାରୀ ଶିକ୍ଷକ। କିନ୍ତୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ତାଙ୍କର ନିଶା। ଏଥିଲାଗି ସେ କୌଣସି ଅର୍ଥ ନିଅନ୍ତି ନାହିଁ। ୨୦୦୬ ଫେବୃୟାରୀ ୨୩ ତାରିଖରେ ସରକାରୀ ଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତି...

ବିପଦପୂର୍ଣ୍ଣ ଅବସ୍ଥାରେ ଘାଟି ରାସ୍ତା

କେନ୍ଦୁଝର,୨୬ା୨(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ ନୁଦୁରପଡାଠାରୁ ଖରବା ଦେଇ ତେଲକୋଇ ବ୍ଲକର କାଳିଆହୋତା ପର୍ଯ୍ୟନ୍ତ ବଣଜଙ୍ଗଲ ଓ ପର୍ବତମାଳା ଦେଇ ଦୀର୍ଘ ପ୍ରାୟ ୫୦ କି.ମି. ରାସ୍ତାର ଉନ୍ନତୀକରଣ କରାଗଲେ ଦୁର୍ଗମ ଆଦିବାସୀବହୁଳ ବହୁ ଗ୍ରାମର ବିକାଶ ହେବା ସହ...

ଅଡୁଆରେ ଟମାଟୋ ଚାଷୀ

କେନ୍ଦୁଝର, ୨୬ା୨(ସ୍ବ.ପ୍ର.)-ଚାଷକୁ ପ୍ରୋତ୍ସାହନ ମିଳୁଥିବା ବେଳେ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ। ଫଳରେ ଅନେକ ସମୟରେ ଅଧିକ ଉତ୍ପାଦନ କରି ଚାଷୀ ଅଡୁଆରେ ପଡୁଛନ୍ତି। ଏଭଳି ଅଡୁଆରେ ସଦର ବ୍ଲକର ରାଇସୁଆଁ, ପଦ୍ମପୁର, ନୂଆଗାଁ ଆଦି ପଞ୍ଚାୟତର ଚାଷୀ ମାନେ ପଡିଯାଇଛନ୍ତି...

ଚମ୍ପକେଶ୍ୱର ମନ୍ଦିରରୁ ବାସନ ଚୋରି ଘଟଣା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବଡ଼ବିଲ,୨୫।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣୀ ଥାନା ତଥା ବଡବିଲ ପୌରାଂଚଳ ମାଟକାମବେଡାସ୍ଥିତ ଚମ୍ପକେଶ୍ୱର ମନ୍ଦିରରୁ ବାସନକୁସନ ଚୋରି ମାମଲାର ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଘଟଣାରେ ବିଚାରାଧୀନ କଏଦୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ...

ଭିଜିଲାନ୍ସ ଜାଲରେ ବଡ଼ବିଲ ସହକାରୀ ରାଜସ୍ବ ନିରୀକ୍ଷକ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ବଡ଼ବିଲ,୨୫।୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କାରାକୋହ୍ଲ ଅଞ୍ଚଳର ଜାକ୍ରିଏସ କିସପଟା ନାମକ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ଏଆର୍‌ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ୱର ମାରାଣ୍ଡି ୩ ହଜାର...

କେଏନ୍‌ ରାମ ଖଣିରୁ ସାଇଜ ଲୁହାପଥର ଚୋରି ଘଟଣା: ୫ ଗିରଫ, ଲୁହାପଥର ବୋଝେଇ ୨ ଟିପ୍ପର ଜବତ

ବଡବିଲ,୨୪।(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଖଣି ସର୍କଲର ଟଣ୍ଟୋସ୍ଥିତ ମେସର୍ସ କେ ଏନ୍‌ ରାମ(ଖାଟଉ ନର୍ଭେରାମ ଏଣ୍ଡ କୋ)ର ରୋଇଡା -୨ ଲୌହ ଖଣିରୁ ସାଇଜ ଲୁହାପଥର ଚୋରି ହୋଇଥିଲା। ଏହି ଘଟଣାରେ ବଡବିଲ ପୋଲିସ ସୋମବାର ୮୫ ମେଟ୍ରିକ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଚନ୍ଦ୍ରଶେଖର ହାଁସଦା । ନୀଳକଣ୍ଠପୁରର ଦିଲୀପ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡିରୁ ୨୦ ହଜାର ଟଙ୍କାର ଚେକ୍‌ ଆସିଥିଲା। ଏହି...

ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅପହୃତା ମହିଳା ଜଣକ ଯାଜପୁର...

ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକ ଗିରଫ

ବଡ଼ବିଲ,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଦଡିହା ଅଞ୍ଚଳର ଜଗନ୍ନାଥ...

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ମାଡ଼: ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର,୨୩।୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗି ପଞ୍ଚାୟତ ପୁଢ଼େଇଝୋଳ ଗାଁରେ ଜଣେ ବୃଦ୍ଧଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମସଭାରେ ଆକ୍ରମଣ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଫଳରେ ବୃଦ୍ଧ ଜଣଙ୍କୁ ଗୁରୁତର ଅବସ୍ଥାରେ ଶନିବାର ପ୍ରଥମେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri