କେନ୍ଦୁଝର

ପୋଖରୀରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ

ଢେଙ୍କିକୋଟ,୨୫।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନହରପୁର ପଞ୍ଚାୟତ କଟରାବେଡା ଚତୁରି ସାହିରେ ବୁଧବାର ପୂର୍ବାହ୍ନରେ ପୋଖରୀରେ ବୁଡି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେ ହେଲେ ଜିଆର୍‌ଏସ୍‌ ଯୋଗେନ୍ଦ୍ର ମହାନ୍ତିଙ୍କ ଅଢ଼େଇ ବର୍ଷର ଝିଅ ଭୂମିଶ୍ରୀ ।...

କାନ୍ଥ ପଡ଼ି ଯୁବକ ଗୁରୁତର : ଚିକିତ୍ସାଳୟରେ ଭର୍ତ୍ତି

ଆନନ୍ଦପୁର,୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ. ଓ୍ବାର୍ଡ ଜଅଁରା ଗ୍ରାମରେ କାନ୍ଥ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ଷାରେ ମାଟି କାନ୍ଥ...

ସ୍କୁଟିକୁ ଧକ୍କାଦେଲା ବୋଲେରୋ: ୩ ଗୁରୁତର

ରାଇସୁଆଁ,୨୫।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଓଭରବ୍ରିଜ୍‌ ନିକଟରେ ବୁଧବାର ମଧ୍ୟାହ୍ନରେ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ଲାଗି...

ପିଲାଙ୍କୁ ପଢ଼ାଇଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୨୫।୯( ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ବୁଧବାର ସ୍ଥାନୀୟ ରାଙ୍କିଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଅଧ୍ୟୟନ କରାଇଛନ୍ତି। ଏଥିସହ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହେବାକୁ ପରାମର୍ଶ ଦେଇଛନ୍ତି। ସୂଚନାନୁଯାୟୀ, ଜିଲାପାଳ ଦଶମ,...

୬ ଆନ୍ତଃ ରାଜ୍ୟ ଡକାୟତ ଗିରଫ: ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ପାଟଣା,୨୫।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଲିସ ମଙ୍ଗଳବାର ରାତିରେ ଏକ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ୬ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଘଟଗାଁ ଥାନା ଅଞ୍ଚଳର...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

କେନ୍ଦୁଝର,୨୫।୯(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସରେ ବୁଧବାର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଶୋଚନୀୟ ରାସ୍ତା, ଅଧ୍ୟାପକ ଅଭାବ, ହଷ୍ଟେଲ, ଲାବରୋଟୋରୀ, ଓ୍ବାଇଫାଇ ସୁବିଧା ନ ଥିବା ଆଦି ସମସ୍ୟା ସମାଧାନ ନେଇ ଏହି ଆନ୍ଦୋଳନ ହୋଇଛି।...

ସହାୟତା ଅପେକ୍ଷାରେ ‘ପ୍ରମିଳା’

ରାଇସୁଆଁ/କେନ୍ଦୁଝର, ୨୫।୯(ଡି.ଏନ.ଏ./ସ୍ବ.ପ୍ର.)-ସରକାର ଗରିବ ଅସହାୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମନୋଭାବର ଅଭାବ ଯୋଗୁ ବହୁ ଗରିବ ଅସହାୟ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହିପରି ଜଣେ ଅସହାୟ ନିରାଶ୍ରୟ ହେଉଛନ୍ତି...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଯୋଡ଼ା, ୨୪।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡାସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ ଲୋକନାଥ ପ୍ରଧାନ(୪୭)। ମିଳିଥିବା ସୂଚନାନୁଯାୟୀ, ଲୋକନାଥ ଏସ୍‌ଏନ୍‌ ସିଂ ନାମକ ଏକ ଠିକା...

ବିଭିନ୍ନ ସମସ୍ୟା ସମାଧାନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

କେନ୍ଦୁଝର,୨୪।୯( ସ୍ବ.ପ୍ର.): କେନ୍ଦୁଝର ଜିଲା ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହୋଇଛି। ଏ ନେଇ କାଳୀ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ। ସଂଘ...

ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା ଏଠାରେ ଉତ୍କଟ ରୂପ ଧାରଣ କରିଛି। ଲୋକେ ପାନୀୟଜଳ ପାଇଁ ନାଳ, ପୋଖରୀ...

ସ୍ତ୍ରୀଙ୍କୁ ପିଟି ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ :୪ ଶିଶୁ ଏବେ ଅସହାୟ

ବଡବିଲ, ୨୪।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦାମୁହଟିଂରେ ସୋମବାର ଦେବକୀ ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କ ସ୍ବାମୀ କାଳିଆ ଗୋପଙ୍କ ମଧ୍ୟରେ କୌଣସି କାରଣ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ କାଳିଆ ଉତ୍‌କ୍ଷିପ୍ତ ହୋଇ ଏକ ଏକ...

ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ହାଇଓ୍ବା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଡ଼ବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ନଂ. ଜାତୀୟ ରାଜପଥର ବାରବାଙ୍କଠାରେ ସୋମବାର ମଧ୍ୟାହ୍ନରେ ଏକ ହାଇଓ୍ବା ଟ୍ରକ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ଡ୍ରାଇଭର ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରୁଗୁଡିରୁ ଭଦ୍ରାସାହି ଅଭିମୁଖେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri