କେନ୍ଦୁଝର

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ: ବହିଷ୍କାର ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର, ୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ୱାର୍ଡମେମ୍ବରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉଚିତ୍‌ ପଦକ୍ଷେପ ନେବାକୁ ଶୁକ୍ରବାର ଉପଜିଲାପାଳଙ୍କୁ ସେମାନେ ସାକ୍ଷାତକରି ଦାବିପତ୍ର...

ହାଟଡ଼ିହୀ ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ହାଟଡ଼ିହୀ,୧୩।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆ ପଞ୍ଚାୟତ ଏଲକଣିଆ ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ମୋହନ ବେହେରାଙ୍କ ପୁଅ ବାମଦେବ(୧୯)। ବାମଦେବ ବାହାର ରାଜ୍ୟରେ ରହି କାର୍ଯ୍ୟ କରନ୍ତି। ଦେହ ଅସୁସ୍ଥ ହେବାରୁ...

କ୍ଷତିଗ୍ରସ୍ତ ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପଦ୍ମଶ୍ରୀ ଦୈତାରୀ ନାଏକ

କେନ୍ଦୁଝର,୧୩।୯(ସ୍ବ.ପ୍ର.) : ରାଜ୍ୟରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକଙ୍କୁ ଠକିବା ପରେ ଏମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର। ହେଲେ ଏମାନେ ଆହୁରି ଚାଲାକ ହୋଇ ସିଧାସଳଖ ପଇସା ନ ନେଇ ବିଭିନ୍ନ ଯୋଜନା ଆଳରେ...

ଶାଳପତ୍ର ଚଉତିରେ ପରଷା ହେବ ଟିଫିନ

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁହେବା ପରେ ଜିଲା ପ୍ରଶାସନ ଏଣିକି ସମସ୍ତ ସରକାରୀ ବୈଠକରେ ପ୍ଲାଷ୍ଟିକ, ସିନ୍ଥେଟିକ ବା ଫାଇବର ସାମଗ୍ରୀ ବଦଳରେ ଶାଳପତ୍ରରେ ତିଆରି ପାତ୍ର (ଚଉତି) ଓ ଅନ୍ୟ ପ୍ରକୃତି ଉପଯୋଗୀ ପାତ୍ର ବ୍ୟବହାର...

ବୃଦ୍ଧ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାଶ: ଝିଅର ପରକୀୟା ପ୍ରୀତି ମା’ବାପାଙ୍କ ଜୀବନ ନେଲା

ପାଟଣା,୧୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମ ପଡା ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତି ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା ା ଏହି ଘଟଣାର...

ଏସେଲ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା: ପରିବହନ ବନ୍ଦ କଲେ ଅଞ୍ଚଳବାସୀ

ଯୋଡ଼ା, ୧୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ ଖଣିରେ ଖଣିଜ ପରିବହନକୁ ନେଇ କମ୍ପାନୀର ପରିବହନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବନ୍ଦ କରିଦେଇଥିବା ଜଣାପଡିଛି। ବୁଧବାର ରାତିରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋ ମିନେରାଲ ଶିଳ୍ପକୁ...

ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ସ୍କ୍ବାଡ ଗଠନ ହେଲା

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ଛୋଟ ପିଲାଙ୍କ ବସ୍ତାନୀ ବୋଝ ହାଲୁକା କରିବା ପାଇଁ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ସରକାରୀ ଏବଂ ବେସରକାରୀ...

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହେବା ପରେ ପରିବାର ଲୋକେ ଚିହ୍ନିପାରି...

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଅଟକ

ଆନନ୍ଦପୁର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଟକ ଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ନରେ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ବିଦ୍ୟାଳୟ ପରିସରରେ...

ଗୁଧିରାମପଡ଼ାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟଣା, ୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ୫ ଦିନ ପରେ ଗୁରୁବାର ଘଟଗାଁ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ...

ଟ୍ରେନ୍‌ ଲାଇନ୍‌ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର/ରାଇସୁଆଁ,୧୨।୯(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ନିକଟ ଟ୍ରେନ୍‌ ଲାଇନ୍‌ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହଟି ମୁହଁମାଡ଼ି ପଡ଼ିଥିଲା। ଏଥିସହ ତାଙ୍କର ଗୋଟିଏ ପାଦ କଟି ପଡ଼ିଥିବା ବେଳେ ମୁଣ୍ଡରେ କ୍ଷତଚିହ୍ନ...

ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆନନ୍ଦପୁର,୧୨।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରେ ନିୟୋଜିତ ଠିକାସଂସ୍ଥାର ସଫେଇ କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଠିକ୍‌ ସମୟରେ ଦରମା କିମ୍ବା ଅଗ୍ରୀମ ଟଙ୍କା ନ ମିଳିବାରୁ କର୍ମଚାରୀମାନେ ଏହି ଆନ୍ଦୋଳନ କରିଛନ୍ତି। ଦୀର୍ଘ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri