କେନ୍ଦୁଝର

ନିମ୍ନମାନର ଚାଉଳ ଯୋଗାଣ ଓ ପରିଚାଳନା ସମସ୍ୟା ନେଇ ସ୍କୁଲରେ ତାଲା: ୪ଦିନ ବିତିଲା, ସମାଧାନ ନାହିଁ

ଝୁମ୍ପୁରା, ୭।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡନେଉଳି ଉଚ୍ଚ ବିଦ୍ୟାଳୟର ସମସ୍ୟା ନେଇ ଅଭିଭାବକ ଓ ଗ୍ରାମବାସୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବା ଘଟଣାକୁ ୪ଦିନ ବିତିଲାଣି। ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିଦ୍ୟାଳୟ ମୁଖ୍ୟ...

୪ ବର୍ଷ ପରେ ବି ହଟିଲାନି ଗ୍ରାମପଞ୍ଚାୟତ ଲେଖାଥିବା ଗେଟ

ଚମ୍ପୁଆ, ୬।୮(ଡି.ଏନ.ଏ.)- ୪ ବର୍ଷ ପରେ ବି ଚମ୍ପୁଆ ଏନଏସିର ମୁଖ ଶାଳାରେ ଥିବା ଗେଟରେ ଏବେବି ଚମ୍ପୁଆ ପଞ୍ଚାୟତ ଲେଖା ହୋଇଥିବା ଦେଖିବାକୁ ମିଳିଛି। ୪ ବର୍ଷ ଧରି ଏନଏସି ପକ୍ଷରୁ ପୂର୍ବ ପଞ୍ଚାୟତ କାର୍ଯ୍ୟାଳୟରେ ଚମ୍ପୁଆ ବିଜ୍ଞାପିତ...

ରବିବାର ସ୍କୁଲ, ସୋମବାର ଛୁଟି: ଦେଓଗାଁର ୨୭ ସ୍କୁଲରେ ଚାଲିଛି ଏଭଳି ବ୍ୟବସ୍ଥା

ଆନନ୍ଦପୁର, ୬।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ପାଲଟିଛି ବିରଳ ଉଦାହରଣ। ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା ବେଳେ ସୋମବାର ଏହା ବନ୍ଦ ରୁହେ। ତେବେ ଏହା କୌଣସି ଜୋରଜବରଦସ୍ତ ଭାବେ...

ସୀତା ନଦୀ ପୋଲ ଉପରେ ଜଳ ପ୍ରବାହିତ, ୪ ପଞ୍ଚାୟତ ଲୋକେ ପ୍ରଭାବିତ

ପାଟଣା,୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ କପାସପଡ଼ା ଆରଡି ରାସ୍ତାର ନୂଆପଡ଼ା ନିକଟରେ ସୀତାନଦୀ ପୋଲ ଉପରେ ମଙ୍ଗଳବାର ସକାଳୁ ୪ ଫୁଟ ଉଚ୍ଚର ନଦୀ ଜଳ ପ୍ରବାହିତ ହେଉଛି। ଫଳରେ ୩/୪ ପଞ୍ଚାୟତ ଲୋକେ ପାଟଣା ମୁଖ୍ୟାଳୟ...

ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ଖଣିଜ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ୨୦୧୨ରେ...

ନିର୍ମାଣ କାର୍ଯ୍ୟ ମାସେ ନ ପୂରୁଣୁ ଭାଙ୍ଗିଲା ଆନନ୍ଦପୁର ବ୍ରିଜ୍‌ ଛକ ରାସ୍ତା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ ଛକ ରାସ୍ତା ଫାଟି ଧସେଇ ଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ,...

ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ ଦାବି: ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ମୁରାବାଲି ମୌଜା ମଝିସାହିର ଭୂମିହୀନ ବସ୍ତିବାସନ୍ଦାଙ୍କୁ ପଟ୍ଟା ଯୋଜନାରେ ସାମିଲ କରିବା ଦାବିରେ ସୋମବାର ସେମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରବି କୁମାର ମୁର୍ମୁ,...

ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର ମହେଶଙ୍କ ନିକଟରେ ଜଳଲାଗି କରିଥିଲେ। ନିଜର ମାନସିକ ପୂରଣ ପାଇଁ କାଉଡ଼ିଆମାନେ ବହୁ...

ମୋବାଇଲ ଟାଓ୍ବାରକୁ ବିରୋଧ: ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସାହିବାସିନ୍ଦା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଗୁଣ୍ଡିଚାମନ୍ଦିର ନିକଟରେ ଥିବା ଚାରିଘରିଆ ସାହିରେ ମୋବାଇଲ ଟାଓ୍ବାର ବସାଇବାକୁ ବିରୋଧକରି ଅନ୍ତେଃବାସୀ ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୋମବାର ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆନନ୍ଦପୁରର ଜନୈକ ବ୍ୟକ୍ତିଙ୍କ ପଟ୍ଟାଭୁକ୍ତ ଜମିରେ ମୋବାଇଲ ଟାଓ୍ବାର...

ନାଳରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ପାଟଣା,୫।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ପଞ୍ଚାୟତ ଭୁଲୁଦା ଗ୍ରାମ ନିକଟ କୁଣ୍ଡିଆ ନାଳରେ ବୁଡ଼ି ରବିବାର ରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଧ୍ରୁବଚରଣ ନାଏକଙ୍କ ପୁଅ ପ୍ରିୟବ୍ରତ(୨୯)। ବିଳମ୍ବିତ ରାତିରେ ପାଟଣା...

ପିଲାଙ୍କ ଖୁସି ମୋ ଜୀବନର ସମ୍ବଳ

ଆନନ୍ଦପୁର,୫।୮(ସ୍ବ.ପ୍ର.): ଏମିତି ବି ମଣିଷ ଥାନ୍ତି। ନିଜଠାରୁ ଅଧିକ ଅସହାୟ ଲୋକ ଏବଂ ପରୋପକାର କଥା ଚିନ୍ତା କରିଥାନ୍ତି। ଆଜି ବି ସମାଜରେ ଭଲ ଲୋକ ଅଛନ୍ତି। ଯେଉଁଥିପାଇଁ ସମଗ୍ର ଅଞ୍ଚଳ ଗର୍ବିତ ଅନୁଭବ କରେ। ସେମିତି ଏକ ଅନନ୍ୟ...

ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି : ୯୦ପ୍ରତିଶତ ଜମି ପଡ଼ିଆ

ତେଲକୋଇ, ୫।୮(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ବର୍ଷାର ଅଭାବ ଯୋଗୁଁ ଧାନ କ୍ଷେତ ଫାଟି ଆଁ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ଚାଷୀ ମାନେ ଅପେକ୍ଷାରେ ରହିଛନ୍ତି । ଶ୍ରାବଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri