କେନ୍ଦୁଝର

ଟ୍ରାଫିକ ଜାମ୍‌ରେ ଫସିଲା ୨ ଆମ୍ବୁଲାନ୍ସ : ସାଧାରଣରେ ଅସନ୍ତୋଷ

ଯୋଡ଼ା,୫।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ. ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ ସମସ୍ୟାରେ ସୁଧାର ଆସିପାରୁନାହିଁ। ଏଥିପାଇଁ ଜିଲାପାଳ...

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଗୁରୁବାର ଏସ୍‌ଟି କେସ୍‌ ନଂ. ୭୬/୧୩୨/୧୭/୧୫, ଘସିପୁରା ଥାନା କେସ୍‌ ୬୯/୧୩.୪.୨୦୧୫ର ବିଚାର କରି ଅଭିଯୁକ୍ତ ପବିତ୍ର ଓରଫ ବିଶୁ ନାଇକକୁ ଉପଯୁକ୍ତ ପ୍ରମାଣ ଅଭାବରୁ ଖଲାସ...

ଗୁରୁଦିବସରେ ଶିକ୍ଷୟିତ୍ରୀ,ଶିକ୍ଷକ ସମ୍ବର୍ଦ୍ଧିତ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗୟାଧର ସାହୁ ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୭ ଜଣ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ...

ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ କିପରି କରିବେ ଏବଂ ପୋଲିସର ସହାୟତା...

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର ଏସ. ଏସ. ବଳଙ୍କ ଆଶ୍ୱାସନା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଉଠିଥିଲେ। ଦରମା ନିୟମିତ...

କେନ୍ଦୁଝରରେ କୁହୁଡ଼ିଆ ପରିବେଶ

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ସହରରେ ବୁଧବାର ସକାଳେ କୁହୁଡ଼ିଆ ପରିବେଶ ସମସ୍ତଙ୍କୁ ବିମୋହିତ କରିଛି। ଚଳିତ ବର୍ଷ ଶୀତ ଋତୁ ପୂର୍ବରୁ ଏଭଳି ପରିବେଶକୁ ନେଇ ପରିବେଶପ୍ରେମୀ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି। ଅନେକ ଭୋର ସକାଳେ ଉଠି ନିଆରା ଦୃଶ୍ୟକୁ...

ନାମ ଲେଖା ପାଇଁ ଲଟେରି

ଆନନ୍ଦପୁର, ୫।୯(ସ୍ବ.ପ୍ର.)- ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମର ଲଟେରି ଉଠାଣ ଆରମ୍ଭ ହୋଇଛି। ଏହି ଲଟେରି ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିବ। ବୁଧବାର ତୃତୀୟରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନାମଲେଖା...

ଅନନ୍ୟ କାରିଗର ‘ଷଷ୍ଠ ଶ୍ରେଣୀରୁ ମୂର୍ତ୍ତି ଗଢ଼ି ପାଠ ପଢ଼ିଛି ’

କେନ୍ଦୁଝର, ୫ା୯ (ସ୍ବ.ପ୍ର.)-ପିଲାଟି ଦିନରୁ ମୂର୍ତ୍ତି କଳା ପ୍ରତି ଆଗ୍ରହ ଥିଲା ା ତୃତୀୟ ଶ୍ରେଣୀରୁ ଛୋଟ ଛୋଟ ମୂର୍ତ୍ତି ଗଢିବା ପରେ ଷଷ୍ଠ ଶ୍ରେଣୀରୁ ମୂର୍ତ୍ତି ଗଢି ରୋଜଗାରକ୍ଷମ ହୋଇ ପାଠ ପଢିଥିବା କହିଛନ୍ତି ମୂର୍ତ୍ତି କାରିଗର ପଦ୍ମନାଭ...

ଚୋରି ମୋବାଇଲ ଜବତ, ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର, ୪ା୯(ସ୍ବ.ପ୍ର.): କେନ୍ଦୁଝର ସହର ଆର୍‌ଟିଓ ଅଫିସ ସମ୍ମୁଖ ହେଲୋ ହୋମ ନାମକ ଏକ ମୋବାଇଲ ଦୋକାନରୁ ଅଗଷ୍ଟ ୨୬ରେ ମୋବାଇଲ ଫୋନ ଚୋରି ହୋଇଥିଲା। ଟାଉନ ଥାନା ପୋଲିସ ଏହି ଘଟଣାରେ ୨ ଚୋରଙ୍କୁ ପୋଲିସ ଗିରଫ କରିବା...

ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ବୁଧବାର ପୋଲିସ ମାରଣାସ୍ତ୍ର ଜବତ ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ...

ପାରିବାରିକ କଳହକୁ ନେଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହୀ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅମିନପୁର ଗ୍ରାମର ଜଣେ ମହିଳା ହାବଳେଶ୍ୱର ଶିବ ମନ୍ଦିର ନିକଟ ବୈତରଣୀକୁ ଡେଇଁ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ପ୍ରଶାନ୍ତ ସେନାପତିଙ୍କ ସ୍ତ୍ରୀ ନିରୁପମା(୪୫)। ପାରିବାରିକ କଳହକୁ ନେଇ ନିରୁପମା...

ବ୍ଲକର ନାମଫଳକକୁ ନେଇ ଦ୍ୱନ୍ଦ

ହାଟଡିହୀ, ୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଫିସ୍‌ କାର୍ଯ୍ୟାଳୟ ଏବ ମିଟିଂ ଗୃହରେ ଲିଖିତ ଥିବା ନାମଫଳକକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ଦାୟିତ୍ୱକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri