ଖୋର୍ଦ୍ଧା

ବରଙ୍କୁ ବେଦିରୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା ଅଫିସ, ୧୨ା୩: ପ୍ରଥମ ସ୍ତ୍ରୀ ଥାଇ ୨ୟ ବିବାହ କରୁଥିବା ଅଭିଯୋଗରେ ସ୍ବାମୀକୁ ବାହାବେଦିରୁ ଉଠାଇ ନେଇଛି ପୋଲିସ। ଏ ନେଇ ସ୍ବାମୀ ହଟହଟା ହେବା ସହ ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।...

ବ୍ରାଉନ୍‌ସୁଗାର ବିକି ୨ଜଣ ବନ୍ଧା ହେଲେ

ଖୋର୍ଦ୍ଧା ଅଫିସ,୧୦।୩: ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଉକ୍ତ ଥାନା ଅଧୀନ କେରଙ୍ଗ ମସିନଗର ଗ୍ରାମର ଏସ୍‌.କେ. ଅମନ(୪୨) ଏବଂ ଏସ୍‌.କେ. ହବିବ୍‌(୫୦)। ପୋଲିସଠାରୁ...

ଜାଲ ନୋଟ କାରବାର: ୨ଜଣଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୦।୩: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଗତ କିଛିଦିନ ଧରି ଖୋର୍ଦ୍ଧା ସହରରେ ଜାଲ ନୋଟ କାରବାର ହେଉଥିବା ନେଇ ଅଭିଯୋଗ...

ହରିରାଜପୁର ମେଳଣ ୧୪ରୁ: ଆତସବାଜି ପ୍ରଦର୍ଶନ ପାଇଁ ହେବ ୪୦ ବାଣ ପାଲି

ଜଟଣୀ, ୯।୩(ଡି.ଏନ.ଏ.): ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ଏହାର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜଟଣୀ ନିକଟବର୍ତ୍ତୀ ହରିରାଜପୁରସ୍ଥିତ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଏହି ମେଳଣର ଜମାଣ ଉତ୍ସବ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ...

ମୋବାଇଲ ନିଶା: ବାପା ଦେବାକୁ ମନା କରିବାରୁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ

ଖୋର୍ଦ୍ଧା ଅଫିସ,୮।୩: ଆଜିକାଲି ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ମୋବାଇଲ ନିଶା ଘାରିଛି। ଏପରିକି ମୋବାଇଲ ପାଇଁ ଜୀବନ ମଧ୍ୟ ହାରିବାକୁ ପଛାଉନାହାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲା ବ୍ଲକ ସାତପାଟନା ଗାଁରେ। ଏହି...

ଖୋର୍ଦ୍ଧାରୋଡ଼ ଡିଭିଜନର ମହିଳା ଦିବସ ଅଭିଯାନ: ମହିଳା କର୍ମଚାରୀଙ୍କ ଦ୍ୱାରା ଚାଲିଲା ଟ୍ରେନ୍‌

ଜଟଣୀ,୮।୩(ଡି.ଏନ.ଏ.): ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ମହିଳାଙ୍କୁ ସମ୍ମାନ ଜଣାଇ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ମାର୍ଚ୍ଚ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରୁଛି। ଏଥିପାଇଁ ବିଶ୍ୱ ମହିଳା ଦିବସ ଅଭିଯାନ ନାମରେ...

ବେଗୁନିଆରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ୍‌/ବେଗୁନିଆ, ୫ା୩(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ନବକିଶୋର ସାହୁ (୩୮)। ନବକିଶୋର ଦୀର୍ଘଦିନ...

ପଟିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ନିରାକାରପୁର, ୨୭।୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନବିଭାଗ ଅଧୀନରେ ଥିବା ପଟିଆ ଜଙ୍ଗଲରୁ ଗୁରୁବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଓୟୁଏଟି, ଭୁବନେଶ୍ୱର ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ବୟସ ପାଖାପାଖି ୪୦...

‘ସରକାରଙ୍କ ତ୍ରୁଟି ଯୋଗୁ ୨୩ ଗାଁର ଜମି ଜଗନ୍ନାଥଙ୍କ ନାମରେ’

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ସେଟଲ୍‌ମେଣ୍ଟ ଅଫିସରଙ୍କ ତ୍ରୁଟି ଯୋଗୁ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୩ଟି ଗଁ।ର ସାଧାରଣ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଏବେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବା ଜଟଣୀ ବିଧାୟକ ସୁରେଶ କୁମାର...

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର କୋତୁକିଆ ପୋଷାକରେ ପିନ୍ଧି ରାସ୍ତା ଘାଟରେ ଯାତାୟାତ କରୁଥିବା ଲୋକମାନଙ୍କୁ ଅନେକ ଶିକ୍ଷଣୀୟ...

ଏପ୍ରିଲ ୧ରେ ଲକ୍ଷେ ପ୍ରେରଣା ଗ୍ରୀନ୍‌ ଆର୍ମିଙ୍କ ସମାବେଶ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ): ବିପ୍ଲବର ମାଟି ଖୋର୍ଦ୍ଧା। ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ। ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, କ୍ଲାଇମେଟ ଚେଞ୍ଜ, ଗ୍ଲୋବାଲ ୱାରମିଂ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା। ଏହାର ପ୍ରଭାବରେ ପୃଥିବୀର ବହୁ...

ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

ବୋଲଗଡ,୧୩ା୨(ଡି.ଏନ.ଏ.): ଚାଷୀମାନଙ୍କ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଚଳାଇଥିବା ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା ବୁଧବାର ବୋଲଗଡ଼ ବ୍ଲକ ସାଗରଗଁା ପଞ୍ଚାୟତରେ ପହଞ୍ଚତ୍ଥିଲା। ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଆସିଥିବା କର୍ମକର୍ତ୍ତାଙ୍କୁ ପାଇକ ସମରକଳା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri