କୋରାପୁଟ

ରାସ୍ତାରୋକୋ ସ୍ଥଳରୁ ୪ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ

ମାଥିଲି,୧୪ା୧୧ (ଡି.ଏନ.ଏ.): କୋରାପୁଟ ଜିଲା ମାଳିପଦର ଜଙ୍ଗଲରେ ଗତ ୧୦ ତାରିଖରେ ହୋଇଥିବା ଏନକାଉଣ୍ଟରରେ ମାଲକାନଗିରି ଜିଲାର ମୃତ ଧନ କମାରଙ୍କ ପରିବାର ଲୋକେ ଓ ସର୍ଗିଗୁଡା ଗ୍ରାମବାସୀ ନ୍ୟାୟ ପାଇଁ ରବିବାରଠାରୁ ମାଲକାନଗିରି-ଜୟପୁରକୁ ସଂଯୋଗ କରୁଥିବା ୩୨୬ ନଂ....

୧୮ରେ ମାଓବାଦୀଙ୍କ କୋରାପୁଟ, ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି,୧୪ା୧୧(ଡି.ଏନ.ଏ.): କୋରାପୁଟ ଜିଲା ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ସୋମବାର ଏହାକୁ ବିରୋଧ କରି ମାଓବାଦୀ ସଙ୍ଗଠନ...

ଝାଟିମାଟି ଘରେ ବିତୁଛି ଦିନ

ଦଶମନ୍ତପୁର,୧୪ା୧୧( ଡି.ଏନ.ଏ.): ପକ୍କା ଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦମ୍ପତି। ବର୍ଷା ଦିନେ ବର୍ଷାପାଣି ଘର ଭିତରେ ଲହଡି ଭାଙ୍ଗୁଛି। ପାଣି ପଡିଲେ କାନ୍ଥରୁ ଖସୁଛି ମାଟି। ଏପରି ଦେଖିବାକୁ...

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ ଘଟଣା: ମୃତ ଧନ ମାଓବାଦୀ ନୁହେଁ, ଶ୍ରମିକ ଥିଲେ

କୋରାପୁଟ/ଜୟପୁର/,୧୩।୧୧(ସ୍ବ.ପ୍ର./ନି.ପ୍ର.): କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତଦେହ ସମ୍ପୃକ୍ତ ମାଓବାଦୀଙ୍କ ପରିବାର...

ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଜୟପୁର, ୧୩।୧୧ (ନି.ପ୍ର.)-ଗଞ୍ଜେଇ ଚୋରାଚାଲାଣରେ ଗିରଫ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନିର୍ଦ୍ଦେଶ ଆସିଥିବା ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଶନିବାର କହିଛନ୍ତି ା ଏନେଇ ସେ କହିଛନ୍ତି, ଜୟପୁର ସଦର ଥାନା ପୋଲିସ ୨୦୨୧ ଜୁନ୍‌ ୧୧ରେ ଏକ...

ଡିସେମ୍ବର ୧ରୁ କୋରାପୁଟରେ ଇକୋ ରିଟ୍ରିଟ୍‌

ସୁନାବେଡ଼ା/ସେମିଳିଗୁଡ଼ା, ୧୨।୧୧(ସ୍ବ.ପ୍ର.): କୋରାପୁଟ ଜିଲାରେ ଡିସେମ୍ବର ୧ରୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍‌। ପର୍ଯ୍ୟଟକ ସେଠାରେ ରହି ସେମିଳିଗୁଡ଼ା ବ୍ଲକ ଅଧୀନ ଦୁଧାରୀ ପଞ୍ଚାୟତର ପୁଟସିଲି ଓ ଫୁଲବନ୍ଧ ମଧ୍ୟରେ ଥିବା ଗିର୍ଲିମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।...

ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଟ୍ୟାଙ୍କରରୁ ପ୍ଲାଷ୍ଟିକ ବୋତଲ, ଜାର, ହାଣ୍ଡି ଓ...

ଟ୍ରକ୍‌ ପଛପଟୁ ଧକ୍କାଦେଲା ବାଇକ୍‌, ୩ ମୃତ

ସେମିଳିଗୁଡ଼ା/ସୁନାବେଡ଼ା,୧୧।୧୧ (ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା: ନନ୍ଦପୁର ରୋଡ୍‌ ଜାନିଗୁଡ଼ାସ୍ଥିତ ସିତମ କଲେଜ ନିକଟ ରାସ୍ତାରେ ଗୁରୁବାର ସାରେ ଏକ ଟ୍ରକ୍‌-ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସେମିଳିଗୁଡ଼ା ବ୍ଲକ ପିତାଗୁଡ଼ା ପଞ୍ଚାୟତ ଜଗମପୁଟ ଗାଁର ରାଜମିସ୍ତ୍ରି...

ମାଳିପଦର ଜଙ୍ଗଲରେ ମାଓବାଦୀ-ଏସ୍‌ଓଜି ଗୁଳିବିନିମୟ: ୨ ମାଓବାଦୀ ନିହତ

କୋରାପୁଟ ,୧୧।୧୧ (ସ୍ବ.ପ୍ର.):  କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅଧୀନ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ବହୁ ବିସ୍ଫୋରକ, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ...

ଫସଲ କିଆରିରେ ମୃତ୍ୟୁଫାଶ, ବଳି ପଡୁଛନ୍ତିି ବନ୍ୟଜନ୍ତୁ

ବୈପାରିଗୁଡା,୧୧ା୧୧ (ଡି.ଏନ୍‌.ଏ. ): ଧାନ ଓ ମକା ଫସଲର ଅମଳ ସମୟ ହେଉଛି ଶୀତ ଦିନ ା ଏହାକୁ ଖାଇବା ଲାଗି ବନ୍ୟଜନ୍ତୁ କ୍ଷେତକୁ ଚାଲି ଆସନ୍ତି। ତେବେ ସେମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଛକି ବସିଥାନ୍ତି।...

ଶୁଣିଲେନି କେହି: ୬ କି.ମି. ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୯ା୧୧(ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରିଛନ୍ତି। ଏହା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପୁଟମାରି ଗ୍ରାମରେ।...

ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦଶମନ୍ତପୁର,୧୦ା୧୧ ( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତର କୁଦାଲଅଟାଲ ଗ୍ରାମରେ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏନେଇ ଦଶମନ୍ତପୁର ଥାନାରେ ଅଭିଯୋଗ ହୋଇଛି l ମହିଳା ଜଣକ ହେଲେ ଗ୍ରାମର ରାମଦାସ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image