ମାଲକାନଗିରି

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲାରେ ମାଓବାଦୀ ଦମନ ପାଇଁ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ମିଳିଥିବା...

ଖତ ହେଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡ଼ି

ମାଲକାନଗିରି, ୭।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କୃଷକମାନଙ୍କ ବିଭିନ୍ନ ସମସ୍ୟା ଦୂରକରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କୃଷକମାନେ ଯେପରି ନିଜ ଗ୍ରାମରେ ଥାଇ ଚାଷ ସମ୍ପର୍କିତ ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ନାବାର୍ଡ ମାଧ୍ୟମରେ...

ପଦାରେ ପଡ଼ିଲା ବନ ବିଭାଗ ଚାରା ଦୁର୍ନୀତି

ମାଥିଲି, ୬।୯ (ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକରେ ବନ ବିଭାଗର ଚାରାରୋପଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମାଥିଲି ବ୍ଲକର ଗୋଡିଆଳି ଗ୍ରାମର ଗୋଡିଆଳି ସଂରକ୍ଷିତ ଜଙ୍ଗଲରେ ଚଳିତ ବର୍ଷ ବନ ବିଭାଗ ୩୦ ହେକ୍ଟର ଜମିରେ ଚାରାରୋପଣ କରିଥିବା...

କିଡ୍‌ନୀ ବିକ୍ରି ଘଟଣାରେ ସ୍ବାମୀ ଗିରଫ

ମାଲକାନଗିରି,୪।୯(ଡି.ଏନ.ଏ.): ସ୍ତ୍ରୀଙ୍କ ଅଜାଣତରେ ତାଙ୍କ ସ୍ବାମୀ ତାଙ୍କ କିଡ୍‌ନୀ ବିକିଦେବା ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ମାଲକାନଗିରି ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ତାଙ୍କ ନାମ ପ୍ରଶାନ୍ତ କୁଣ୍ଡୁ। ଏହି ଘଟଣାରେ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ...

ଆଶ୍ରମ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ: ରାତିଅଧରେ ଡେଇଁଲେ ପାଚେରି

କୋରୁକୋଣ୍ଡା,୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କୁ ଅନେକ ଥର ଜଣାଇଲେ ମଧ୍ୟ ସେମାନେ ଶୁଣୁ...

ନାଡପାଲି ଜଙ୍ଗଲରୁ ୨ ମାଓବାଦୀ ଗିରଫ

ମାଲକାନଗିରି,୨ା୯(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସର ସର୍ଚ୍ଚ ଅପରେଶନ ବେଳେ ନାଡପାଲି ଜଙ୍ଗଲରୁ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ସେମାନେ ହେଲେ କାକା କିସ୍ତା ଓ କଡତି ନରସ। ପୋଲିସ ଓ ସିଆରପିଏଫ୍‌ର ପକ୍ଷରୁ ଏହି...

ହଷ୍ଟେଲ ଛାଡୁଛନ୍ତି ଛାତ୍ରୀଛାତ୍ର

ମାଲକାନଗିରି, ୨ା୯(ଡି.ଏନ.ଏ.):ମାଲକାନଗିରି ଜିଲା ପଡିଆ ବ୍ଲକ କାଲଦାପାଲି ପଞ୍ଚାୟତ ଅନ୍ତର୍ଗତ କଲାଗଣ୍ଡାସ୍ଥିତ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଜଣା ରୋଗରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ହଷ୍ଟେଲ ଛାଡି ଘରକୁ ଚାଲି ଯାଉଥିବା...

ଡଙ୍ଗା ବୁଡ଼ି ମହିଳାଙ୍କ ଜୀବନ ଗଲା

ମାଲକାନଗିରି,୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ବୁଧବାର ଯନ୍ତ୍ରୀ ଗ୍ରାମର ମୋତି ଗଲରି ନାମକ ମହିଳା ଓ ତାଙ୍କ ସ୍ବାମୀ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗାରେଜଳଭଣ୍ଡାର ପାର ହୋଇ...

ଟେଣ୍ଡର ଅବଧି ସରିଛି, ପୁଣି ଆଉଟ ସୋର୍ସିଂ ସଂସ୍ଥାକୁ ଅନୁକମ୍ପା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସମସ୍ତ ବ୍ୟବସ୍ଥା କରିଛନ୍ତିି। କେତେକ କ୍ଷେତ୍ରରେ ଆଉଟ ସୋର୍ସିଂ ସଂସ୍ଥାକୁ ନିୟୋଜିତ କରିବାକୁ ଠିକା ଦିଆଯାଇଛି। ମାତ୍ର ଏହି ସଂସ୍ଥାଗୁଡିକ କୌଣସି ବିଭାଗରେ ଠିକରେ କାର୍ଯ୍ୟ...

ସ୍ବାବଲମ୍ବୀ କରୁଛି ହଳଦୀ

ମାଲକାନଗିରି, ୨୯ା୮(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଊର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ଏହି ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ବିଗତ ଦିନରେ ସରକାର ପଦକ୍ଷେପ ନେଇଛନ୍ତି। ମିଶନ ଶକ୍ତି...

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଓଟିଇଟି ପ୍ରଶ୍ନପତ୍ର,ବାହାରେ ଘୂରି ବୁଲୁଛି ଉତ୍ତର ସିଟ୍‌

ମାଲକାନଗିରି,୨୯ା୮(ଡି.ଏନ୍‌.ଏ.): ସାରା ରାଜ୍ୟରେ ସୋମବାର ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲାରେ ମଧ୍ୟ ୩ଟି ସେଣ୍ଟର୍‌ରେ ପରୀକ୍ଷା ହେଉଛି। ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍‌ ଭାଇରାଲ ହୋଇଛି। ଏହି ଓଟିଇଟି ପରୀକ୍ଷା...

ଧରାପଡ଼ିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୨୮ା୮(ସ୍ବ.ପ୍ର.): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ଶନିବାର ସିଆରପିଏଫ୍‌-୬୦ବାହିନୀ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀଙ୍କ ସହ ଯବାନ ମୁହାଁମୁହିଁ ହୋଇଥିଲେ। ଦୁଇ ଘଣ୍ଟାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri